ETV Bharat / bharat

ୟୁପିରେ ଏନକାଉଣ୍ଟର, ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ମୃତ - ଗିରିଧାରୀ ବିଶ୍ବକର୍ମା ଏନକାଉଣ୍ଟର

ଉତ୍ତରପ୍ରଦେଶରେ ଜଣେ ଅଭିଯୁକ୍ତର ଏନକାଉଣ୍ଟର । ଅଭିଯୁକ୍ତ ଗିରିଧାରୀ ବିଶ୍ବକର୍ମା ମୃତ । ଅଧିକ ପଢନ୍ତୁ...

ୟୁପିରେ ଏନକାଉଣ୍ଟର
ୟୁପିରେ ଏନକାଉଣ୍ଟର
author img

By

Published : Feb 15, 2021, 10:57 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାଇଛି । ଏଥିରେ ଅଭିଯୁକ୍ତ ଗିରିଧାରୀ ବିଶ୍ବକର୍ମାଙ୍କ ମୃତ୍ୟୁ ଘଟିଛି । ଗିରିଧାରୀ ଏକ ହତ୍ୟା ମାମଲାରେ ଗିରଫ ହୋଇଥିବାବେଳେ ଆଜି(ସୋମବାର) ରାତି 2.30ରେ ତାର ଏନକାଉଣ୍ଟର ହୋଇଛି ।

ପୋଲିସ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଜାନୁଆରୀ 6 ତାରିଖରେ ଅଜିତ ସିଂହ ନାମକ ଜଣେ ବ୍ୟକ୍ତିକୁ ଗିରିଧାରୀ ହତ୍ୟା କରିଥିଲା । ଏହି ଅଭିଯୋଗରେ ଗିରିଧାରୀକୁ ଜାନୁଆରୀ 11 ତାରିଖରେ ଗିରଫ କରାଯାଇଥିଲା । ପରେ କୋର୍ଟ ଗିରିଧାରୀକୁ ଫେବୃଆରୀ 13 ତାରିଖରୁ ଫେବୃଆରୀ 16 ତାରିଖ ଯାଏ ପୋଲିସ ହେପାଜତକୁ ପଠାଇଥିଲା ।

ତେବେ ଆଜି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଅସ୍ତ୍ରକୁ ଆଣିବା ପାଇଁ ପୋଲିସ ଗିରିଧାରୀକୁ ଗୋମତିନଗରର ଖଡଗପୁର ଅଞ୍ଚଳକୁ ନେଇଥିଲା । ଏହି ସମୟରେ ଗୁରିଧାରୀ ସବଇନ୍ସପେକ୍ଟରଙ୍କ ବନ୍ଧୁକ ଛଡାଇ ଖସିବାକୁ ଚେଷ୍ଟା କରିଥିଲା ।

ଏହି ସମୟରେ ଅନ୍ୟ ପୋଲିସ ମାନେ ତା ପିଛା କରିବା ସହ ତାକୁ ଏନକାଉଣ୍ଟର କରିଥିଲେ । ଏଥିରେ ଗିରିଧାରୀ ଆହତ ହୋଇଥିବାବେଳେ ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଏହି ଏନକାଉଣ୍ଟରରେ ଦୁଇ ପୋଲିସ ଅଧିକାରୀ ଆହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.