ETV Bharat / bharat

କୋରୋନାରୁ ସୁସ୍ଥ ଲୋକଙ୍କ ପାଇଁ ଗୋଟିଏ ଡୋଜ ଟିକା ଯଥେଷ୍ଟ: ବିଏଚୟୁ ଗବେଷକ - BHU researchers

କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ମାତ୍ର ଗୋଟିଏ ଡୋଜ ଟିକା ଯଥେଷ୍ଟ । ଏନେଇ ସୂଚନା ଦେଇଛନ୍ତି ବିଏଚୟୁ ବୈଜ୍ଞାନିକମାନେ । ଅଧିକ ପଢନ୍ତୁ...

କୋରୋନାରୁ ସୁସ୍ଥ ଲୋକଙ୍କ ପାଇଁ ଗୋଟିଏ ଡୋଜ ଟିକା ଯଥେଷ୍ଟ: ବିଏଚୟୁ ଗବେଷକ

author img

By

Published : May 31, 2021, 11:45 AM IST

ନୂଆଦିଲ୍ଲୀ: କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ମାତ୍ର ଗୋଟିଏ ଡୋଜ ଟିକା ଯଥେଷ୍ଟ । ଏନେଇ ସୂଚନା ଦେଇଛନ୍ତି ବିଏଚୟୁ ବୈଜ୍ଞାନିକମାନେ । କୋରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶରେ ଏବେ ଟୀକାକରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ତେବେ ଏହି ଟିକା ଦୁଇ ଡୋଜ ଥିବା ବେଳେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ଗୋଟିଏ ଡୋଜ ଯଥେଷ୍ଟ ବୋଲି ବନାରସ ହିନ୍ଦୁ ୟୁନିଭର୍ସିଟି( ବିଏଚୟୁ)ର ବୈଜ୍ଞାନିକ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି ।

କୋରୋନା ଭୂତାଣୁକୁ ମାତ ଦେବା ପରେ କୋରୋନା ଟିକାର ପ୍ରଥମ ମାତ୍ରା ଗ୍ରହଣ କରୁଥିବା ବ୍ୟକ୍ତିଙ୍କର 10 ଦିନ ମଧ୍ୟରେ ପର୍ଯ୍ୟାପ୍ତ ଆଣ୍ଟିବଡି ଉତ୍ପନ୍ନ ହୁଏ । ତେବେ ଏହି ବ୍ୟକ୍ତିମାନେ ଯଦି କୋରୋନା ଟିକାର ମାତ୍ର ଗୋଟିଏ ଡୋଜ ପାଆନ୍ତି, ତେବେ ତାହା ମଧ୍ୟ ଯଥେଷ୍ଟ । ବିଏଚୟୁ ପ୍ରାଣୀ ବିଜ୍ଞାନ ବିଭାଗ ଏବଂ IMSBHU ବିଭାଗର ବୈଜ୍ଞାନିକମାନେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ପଠାଇଛନ୍ତି ଯେ, ଯେଉଁଥିରେ କୋରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କୁ କେବଳ ଗୋଟିଏ ଡୋଜ ଔଷଧ ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି ।

ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ଜ୍ଞାନେଶ୍ବର ଚୌବେ, IMSBHU ସ୍ନାୟୁବିଜ୍ଞାନ ବିଭାଗର ପ୍ରଫେସର ବିଜୟ ନାଥ ମିଶ୍ର, ଡକ୍ଟର ଅଭିଷେକ ପାଠକଙ୍କ ଟିମ୍ ଏହି ଅଧ୍ୟୟନ କରିଛନ୍ତି । ପ୍ରଫେସର ଜ୍ଞାନେଶ୍ବର ଚୌବେ କହିଛନ୍ତି ଯେ, ଏହିପରି 20 ଜଣଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ କୋରୋନାରେ ସଂକ୍ରମିତ ହୋଇନାହାଁନ୍ତି, ସେମାନଙ୍କ ତୁଳନାରେ ଯେଉଁମାନେ ଟୀକାକରଣର ପ୍ରଥମ ଡୋଜ ନେଇଛନ୍ତି, ସେମାନଙ୍କଠାରେ ବହୁତ ଶୀଘ୍ର ଆଣ୍ଟିବଡି ବୃଦ୍ଧି କରୁଛି ।

ତଥରେ କୋରୋନା ଆକ୍ରାନ୍ତ ହୋଇସାରିଥିବା ଲୋକଙ୍କୁ ଗୋଟିଏ ଡୋଜ ଟିକା ଦେବାର ୧୦ରୁ ୧୧ ଦିନ ମଧ୍ୟରେ ସେମାନଙ୍କ ଠାରେ ଆଣ୍ଟିବଡି ବିକଶିତ ହେଉଥିବା ଏହି ଅଧ୍ୟୟନରୁ ଜଣାପଡିଛି । ତେବେ ଯେଉଁମାନେ ଆଦୌ କୋରୋନା ସଂକ୍ରମିତ ହୋଇ ନାହାନ୍ତି ସେମାନେ ଟିକା ନେବାର ୩ରୁ ୪ ସପ୍ତାହ ପରେ ସେମାନଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.