ମୁମ୍ବାଇ: ଆତଙ୍କବାଦ ନିରୋଧୀ ସ୍କ୍ବାର୍ଡ(ATS) ଜୁନାଦ ମହମ୍ମଦଙ୍କୁ ମହାରାଷ୍ଟ୍ର ଦପୋଡି ଅଞ୍ଚଳରୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ କଶ୍ମୀରରେ ଏକ ଆତଙ୍କବାଦୀ ସଂଗଠନରୁ ଅର୍ଥ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା । ଆଜି(ମଙ୍ଗଳବାର) ଅପରାହ୍ନରେ ପୁଣେ କୋର୍ଟରେ ଜୁନାଦ ମହମ୍ମଦଙ୍କୁ ହାଜର କରାଯାଇଥିବା ଜଣାପଡ଼ିଛି ।
ଅଭିଯୁକ୍ତ ଜଣକ ଜମ୍ମୁ କାଶ୍ମୀରର ଗଜୱାଟ ଅଲ ହିନ୍ଦ ଆତଙ୍କବାଦୀ ଗୋଷ୍ଠୀ ସହ ଯୋଗାଯୋଗରେ ଥିଲା । ସେ ଆତଙ୍କବାଦୀ ସଂଗଠନର ଯୁବକଙ୍କୁ ଟଙ୍କା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି । ଅକୋଲା ନିବାସୀ ଜୁନାଦ ସୋସିଆଲ ମିଡିଆ ମାଧ୍ୟମରେ ଗୋଷ୍ଠୀ ସହ ଯୋଗାଯୋଗ କରିଥିଲେ । କାଶ୍ମୀରର ଆତଙ୍କବାଦୀ ଗୋଷ୍ଠୀ ଗଜୱାଟ ଅଲ ହିନ୍ଦ ଏକ ମାସ ପୂର୍ବରୁ ଯୁବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦ ହଜାର ଟଙ୍କା ଜମା କରିଥିଲେ ।
ଯୁବକମାନଙ୍କୁ ଟଙ୍କା କାହିଁକି ପଠାଗଲା ? ସେ ଏହି ଟଙ୍କା ସହିତ କଣ କରିବାକୁ ଯାଉଥିଲେ ? ଏହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଥିବା ଏଟିଏସ୍ ଅଭିଯୋଗ କରିଛି । ଅଭିଯୁକ୍ତଙ୍କୁ ଅପରାହ୍ନରେ ପୁଣେ କୋର୍ଟରେ ହାଜର କରାଯାଇଛି ।