ମୁମ୍ବାଇ: ମହାରାଷ୍ଟ୍ରର ଅନ୍ଧେରିରୁ ଜବତ ହେଲା ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ହେରୋଇନ। ଜବତ ହୋଇଥିବା ହେରୋଇନ ଦକ୍ଷିଣ ଆଫ୍ରିକାରୁ ଚୋରା ଚାଲାଣ ହୋଇ ଅନ୍ଧେରିର ଆନ୍ତର୍ଜାତିକ କୋରିୟର ହବରେ ପହଞ୍ଚି ଥିଲା। କୌଣସି ସୂତ୍ରରୁ ସୂଚନା ପାଇବା ପରେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଅନ୍ଧେରି କୋରିୟର ହବରେ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ 497 ଗ୍ରାମର ହେରୋଇନ ଜବତ କରିଛି ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟ ।
![One and a half crore rupees worth of heroin was seized from Andheri, Maharashtra](https://etvbharatimages.akamaized.net/etvbharat/prod-images/10049833_thumb.png)
ଦକ୍ଷିଣ ଆଫ୍ରିକାରୁ ଦୁଇଟି ଷ୍ଟିଲ ପାତ୍ରରେ ହେରୋଇନ ପାର୍ସଲ ହୋଇ ଆସିଥିଲା। ଏହି ପାର୍ସଲ ବିଖ୍ରୋଲି ନାମକ ବ୍ୟକ୍ତିଙ୍କ ପାଖକୁ ଆସିଥିବା ସୂଚନା ମିଳିଛି। ବର୍ତ୍ତମାନ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ସନ୍ଧାନରେ ରହିଛି। ଦକ୍ଷିଣ ଆଫ୍ରିକାରୁ ଏକ ପାର୍ସଲରେ ହେରୋଇନ ଆସିଥିବା ନେଇ ସୂଚନା ପାଇଥିଲା ଗୁଇନ୍ଦା ବିଭାଗ। ଯାଞ୍ଚ ବେଳେ ଏକ ପାର୍ସଲରେ କିଛି ଛୋଟ ପିଲାଙ୍କ ବସ୍ତ୍ର ସହ ଦୁଇଟି ଷ୍ଟିଲ ପାର୍ସଲ ପାଇଥିଲା ଗୁଇନ୍ଦା ବିଭାଗ।
ଷ୍ଟିଲ ପାର୍ସଲକୁ ଭାଙ୍ଗିବା ପରେ ସେଥିରୁ ଧଳା ଜହର ହେରୋଇନ ଓ କୋକେନ ମିଳିଥିଲା। ଏହାର ଆନୁମାନିକ ମୂଲ୍ୟ ଏକ କୋଟି 50 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଗତ ଦେଢ଼ ମାସ ମଧ୍ୟରେ ଏହି ଅଞ୍ଚଳରୁ 8 ଥର ହେରୋଇନ ତଥା କୋକେନ ଜବତ ହୋଇଛି। ଏହାକୁ ନେଇ ନାର୍କୋଟିକ ବିଭାଗ ସୂଚନା ଦେଇଛି।
@ani