ETV Bharat / bharat

ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀରେ ବଢିଲା କୋଭିଡ ଟେଷ୍ଟ

author img

By

Published : Nov 22, 2020, 5:36 PM IST

ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀରେ କୋରୋନା ପରୀକ୍ଷା ଅଚାନକ ବୃଦ୍ଧି କରାଯାଇଛି । ଦିଲ୍ଲୀରେ ପ୍ରଥମଥର ପାଇଁ ଆରଟି-ପିସିଆର ଟେଷ୍ଟିଂ, ରାପିଡ ଆଣ୍ଟିଜେନ ଟେଷ୍ଟିଂକୁ ପାର କରିଛି । ଅଧିକ ପଢନ୍ତୁ...

ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀରେ ବଢିଲା କୋଭିଡ ଟେଷ୍ଟ
ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀରେ ବଢିଲା କୋଭିଡ ଟେଷ୍ଟ

ନୂଆଦିଲ୍ଲୀ: କୋରୋନା ହଟସ୍ପଟ କୁହାଯାଉଥିବା ଦିଲ୍ଲୀରେ ପ୍ରତିଦିନ ସଂକ୍ରମଣ ନୂଆ ସଂଖ୍ୟକ ରେକର୍ଡ ସୃଷ୍ଟି କରୁଛି । ଇତିମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀରେ କୋରୋନା ପରୀକ୍ଷା ଅଚାନକ ବୃଦ୍ଧି କରାଯାଇଛି । ଦିଲ୍ଲୀରେ ପ୍ରଥମଥର ପାଇଁ ଆରଟି-ପିସିଆର ଟେଷ୍ଟିଂ, ରାପିଡ ଆଣ୍ଟିଜେନ ଟେଷ୍ଟିଂକୁ ପାର କରିଛି ।

ଏହାସହ 250 ଭେଣ୍ଟିଲେଟର ଲଗାଇବାର ଦାୟିତ୍ବ ଡିଆରଡିଓକୁ ଦିଆଯାଇଛି । ଏହାର କାମ ମଧ୍ୟ ଆରମ୍ଭ ହୋଇସାରିଛି । ଘରକୁ ଘର ଯାଇ ଲୋକଙ୍କ କୋଭିଡ ଟେଷ୍ଟିଂ କରାଯାଉଛି । ନଭେମ୍ବର 20 ତାରିଖ ପର୍ଯ୍ୟନ୍ତ 3 ଲକ୍ଷ 70 ହଜାର 729 ଜଣଙ୍କ ସର୍ଭେ ହୋଇସାରିଛି । ଏହାସହ ଏମ୍ସରେ ମଧ୍ୟ 207 ଜଣ ଜୁନିୟର ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି ।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ 70 ନିର୍ବାଚନ ମଣ୍ଡଳୀରେ ଥିବା ଆମ ଆଦମୀ ପାର୍ଟିର ବିଧାୟକ ଏବଂ ପାର୍ଟି ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ନିଜ ନିଜ ଅଞ୍ଚଳରେ ସମସ୍ତଙ୍କୁ ମାସ୍କ ବିତରଣ କରିବେ । ସେହିପରି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଦାବି କରି କହିଛନ୍ତି ଯେ ଦିନେ କି ଦୁଇ ଦିନ ଭିତରେ ଦିଲ୍ଲୀରେ 1000 ରୁ ଅଧିକ ଆଇସିୟୁ ବେଡ ଉପଲବ୍ଧ କରିବେ । ଏପରି କଲେ କୋରୋନାକୁ ଆୟତ୍ତ କରିବାରେ ସହଜ ହେବ । ସୂଚନା ଥାଉକି ଦିଲ୍ଲୀରେ ଗତ ଦୁଇଦନ ଭିତରେ କୋରୋନାରେ 100 ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.