ETV Bharat / bharat

Omicron Scare: ଆହୁରି ବିଳମ୍ବ ହେବ International Flights

author img

By

Published : Dec 1, 2021, 4:37 PM IST

Omicron ଭୟରେ ପୁଣି ଘୁଞ୍ଚିଲା ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା (International Flights service Resumption) । ପୂର୍ବ ନିଷ୍ପତ୍ତି ବଦଳରେ ବର୍ତ୍ତମାନ ସ୍ଥିତିକୁ ସମୀକ୍ଷା ପରେ ନିଆଯିବା ପରବର୍ତ୍ତୀ ନିଷ୍ପତ୍ତି । ସୂଚନା ଦେଲା DGCA । ଅଧିକ ପଢନ୍ତୁ

Omicron ଭୟ: ପୁଣି ବିଳମ୍ବ ହେବ ଆନ୍ତର୍ଜାତୀୟ ବିମାନ ସେବା
Omicron ଭୟ: ପୁଣି ବିଳମ୍ବ ହେବ ଆନ୍ତର୍ଜାତୀୟ ବିମାନ ସେବାOmicron ଭୟ: ପୁଣି ବିଳମ୍ବ ହେବ ଆନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ପୁନଃକାର୍ଯ୍ୟକ୍ଷମ କରିବା (international commercial flight Resumption) ନିଷ୍ପତ୍ତି ଉପରେ ବିଳମ୍ବ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) । ଆଜି (ବୁଧବାର) ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରି DGCA କହିଛି ନୂଆ କୋଭିଡ ପ୍ରଜାତିର ସଂକ୍ରମଣକୁ ଦୃଷ୍ଟିରେ ରଖି ଏ ଦିଗରେ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ପ୍ରକାଶ ପାଇବ ।

Omicron ଭୟ: ପୁଣି ବିଳମ୍ବ ହେବ ଆନ୍ତର୍ଜାତୀୟ ବିମାନ ସେବା
Omicron ଭୟ: ପୁଣି ବିଳମ୍ବ ହେବ ଆନ୍ତର୍ଜାତୀୟ ବିମାନ ସେବା

ଗତ ମାସର ଶେଷ ଭାଗରେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଡିସେମ୍ବର 15 ରୁ ପୁଣିଥରେ ଆରମ୍ଭ ହେବା ନେଇ କେନ୍ଦ୍ର ସରକାର ସୂଚନା ଦେଇଥିଲେ । ତେବେ ପ୍ରାୟ 20 ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବା ପରେ ପୁଣି କାର୍ଯ୍ୟକ୍ଷମ ହେବାକୁ ସ୍ଥିର କରାଯାଇଥିଲା । ତେବେ ନୂଆ ଭ୍ୟାରିଏଣ୍ଟ ଚିନ୍ତାଜନକ ସ୍ଥିତିରେ ଥିବା ଯୋଗୁ ଏହାର ପୁନଃ ଆରମ୍ଭ ନିଷ୍ପତ୍ତି ମଧ୍ୟ ଝୁଲିବାରେ ଲାଗିଛି ।

ନୂଆ ଭ୍ୟାରିଏଣ୍ଟ ଓମିକ୍ରନ (New covid variant Omicron) ର ଉତ୍ପତି ପରେ ସମସ୍ତ ଦେଶ ସୁରକ୍ଷା ଦୃଷ୍ଟିରୁ ଅନ୍ତର୍ଜାତୀୟ କଟକଣା ବଢାଇବା ସହ ଦକ୍ଷିଣ ଆଫ୍ରିକୀୟ ଦେଶମାନଙ୍କ ଉପରେ କଡା ନଜର ରଖିଛନ୍ତି । ତେବେ ଏକାଧିକ ଦେଶରେ ଏହି ନୂଆ ପ୍ରଜାତି ଚିହ୍ନଟ ହେବାରେ ଲାଗିଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ଅନ୍ତର୍ଜାତୀୟ ବିମାନ ସେବା ପୁନଃ ଆରମ୍ଭ କରିବା ନିଷ୍ପତ୍ତିର ପନଃସମୀକ୍ଷା କରୁଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।

ଆଜି ଏନେଇ DGCA ଦ୍ବାରା ଏକ ବିଜ୍ଞପ୍ତି ଜରିଆରେ ସଠିକ ସମୟରେ ବିମାନ ସେବା ଆରମ୍ଭ ହେବା ନେଇ ଚୂଡାନ୍ତ ନିଷ୍ପତ୍ତି ପ୍ରକାଶ ପାଇବ ବୋଲି ସୂଚନା ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.