ETV Bharat / bharat

Omicron Scare: ବିମାନ ବନ୍ଦରରେ କୋଭିଡ ପ୍ରୋଟକଲ ନେଇ ସ୍ଥିତି ସମୀକ୍ଷା କଲେ ସିନ୍ଧିଆ - ବେସାରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସମୀକ୍ଷା ବୈଠକ

ବିମାନବନ୍ଦର କୋଭିଡ ପ୍ରୋଟୋକଲ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆ । କହିଲେ ବ୍ୟସ୍ତ ହେବାର କାରଣ ନାହିଁ । ବିମାନ ବନ୍ଦରରେ କରାଯାଇଛି ସମସ୍ତ ବ୍ୟବସ୍ଥା । ଅଧିକ ପଢନ୍ତୁ

omicron scare: ବିମାନ ବନ୍ଦରରେ କୋଭିଡ ପ୍ରୋଟକଲ ନେଇ ସ୍ଥିତି ସମୀକ୍ଷା କଲେ ସିନ୍ଧିଆ

author img

By

Published : Dec 7, 2021, 9:53 PM IST

ନୂଆଦିଲ୍ଲୀ: Omicron ଭ୍ୟାରିଏଣ୍ଟ ନେଇ ସାରା ଦେଶରେ ହାଇଆଲର୍ଟ ସୃଷ୍ଟି ହୋଇଥିବାବେଳେ ଏବେ ବିଦେଶାଗତଙ୍କ ଉପରେ ଦୃଷ୍ଟି ନେଇ ସବୁଠି ତତ୍ପରତା ପ୍ରକାଶ ପାଇଛି । ଏହି କ୍ରମରେ ବିମାନ ବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି । ଆଜି ଏହି ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ମନ୍ତ୍ରଣାଳୟର ବିଭିନ୍ନ ଅଧିକାରୀ ଓ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (AII) ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲା ପରେ ମନ୍ତ୍ରୀ ସିନ୍ଧିଆ କହିଛନ୍ତି, ଯେ ବର୍ତ୍ତମାନ ସ୍ଥିତିରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ବିମାନ ବନ୍ଦରରେ ଭିଡ଼ ନିୟନ୍ତ୍ରଣ, ଯାତ୍ରୀଙ୍କ ନିରୀକ୍ଷଣ କ୍ଷମତା ଏବଂ ସ୍ଥିତି ଉପରେ ଦୃଷ୍ଟି ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ବିମାନ ବନ୍ଦରକୁ ଆକ୍ସନ୍ ପ୍ଲାନ୍ ଜାରି କରିଛି ମନ୍ତ୍ରଣାଳୟ । ସେ ଆହୁରି ମଧ୍ୟ କହିଛନ୍ତି, ବିମାନ ମନ୍ତ୍ରଣାଳୟ ପ୍ରତିଦିନ ପରିସ୍ଥିତି ଉପରେ ନଜର ରଖିଛି ଏବଂ ଯାତ୍ରୀମାନେ ବିମାନବନ୍ଦରରେ କୈଣସି ଅସୁବିଧାର ସମ୍ମୁଖୀନ ଯେପରି ନହେବେ ସେ ନେଇ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଥିବା ନେଇ ସେ ନିଶ୍ଚିତ ରହିବାକୁ କହିଛନ୍ତି ।

ନୂଆ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଚିନ୍ତା ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଡିସେମ୍ବର 1 ରୁ ଏକ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି । ଗାଇଡଲାଇନ ଅନୁଯାୟୀ, ସଂକ୍ରମଣ ନେଇ ବିପଦପୂର୍ଣ୍ଣ ଦେଶ ସୂଚୀରେ ଥିବା ଦେଶରୁ ଭାରତରେ ପହଞ୍ଚୁଥିବା ଯାତ୍ରୀଙ୍କର ବିମାନ ବନ୍ଦରରେ କୋଭିଡ-19 ପରୀକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଲକ୍ଷଣ ପ୍ରକାଶ ନପାଇଲେ ମଧ୍ୟ ସପ୍ତାହ ଧରି ଗୃହ ସଙ୍ଗରୋଧରେ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.