ETV Bharat / bharat

Omicron Scare: ଦେଶରେ ୮୭କୁ ବଢିଲା ଓମିକ୍ରନ ମାମଲା - ଭାରତରେ ଓମିକ୍ରନ ସଂକ୍ରମଣ ଅପଡେଟ୍

ଦେଶରେ କ୍ରମାଗତ ଭାବେ ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେସୁଦ୍ଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି । ଅଧିକ ପଢନ୍ତୁ

Omicron Scare: ଦେଶରେ ୮୭କୁ ବଢିଲା ଓମିକ୍ରନ ମାମଲା

author img

By

Published : Dec 17, 2021, 8:27 AM IST

ନୂଆଦିଲ୍ଲୀ: ଦେଶରେ ମାଡିଚାଲିଛି ଓମିକ୍ରନ (Omicron) । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ବଢୁଛି ଭୟ । ବହୁ ଦିନ ଧରି ଭାରତରେ ମହାମାରୀ ନିୟନ୍ତ୍ରଣାଧୀନ ଥିବାବେଳେ ଓମିକ୍ରନ ଭାଇରସ କାୟା ମେଲାଇବା ପୁଣିଥରେ ଉତ୍କଟ ସ୍ଥିତି ସୃଷ୍ଟି କରିବାକୁ ଯାଉଛି । ଗୁରୁବାର ପୁଣି କର୍ଣ୍ଣାଟକରେ ଓମିକ୍ରନର ୫ ଜଣ ଏବଂ ହାଇଦ୍ରାବାଦରେ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୭କୁ ବୃଦ୍ଧି ପାଇଛି ।

ଗତକାଲି କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ନୂଆ ୫ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ 19 ବର୍ଷୀୟ ବ୍ରିଟେନ ଫେରନ୍ତା ଯୁବକ ରହିଥିବାବେଳେ 36 ବର୍ଷୀୟ ପୁରୁଷ ଓ ଜଣେ 70 ବର୍ଷୀୟା ମହିଳା ଦିଲ୍ଲୀରୁ ଫେରିଛନ୍ତି । ସେହିପରି ଅନ୍ୟ ଜଣେ 52 ବର୍ଷୀୟ ପୁରୁଷ ନାଇଜେରିଆରୁ ଓ ଅନ୍ୟ ଜଣେ 33 ବର୍ଷୀୟ ପୁରୁଷ ଦକ୍ଷିଣ ଆଫ୍ରିକାରୁ କର୍ଣ୍ଣାଟକକୁ ଫେରିଛନ୍ତି । ନୂଆ ମାମଲା ଚିହ୍ନଟ ପରେ ଏଠାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ହୋଇଛି । ସେପଟେ ତେଲେଙ୍ଗାନାରେ ପୁଣି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ଏହାବ୍ୟତୀତ ମହାରାଷ୍ଟ୍ରରୁ ଏବେସୁଦ୍ଧା ସର୍ବାଧିକ ୩୨ ଓମିକ୍ରନ ମାମଲା ପ୍ରକାଶ ପାଇଛି । ତା' ପଛକୁ ରାଜସ୍ଥାନରୁ ୧୭ ଜଣ ଚିହ୍ନଟ ହୋଇଥିବାବେଳେ କର୍ଣ୍ଣାଟକରୁ ୮, କେରଳରୁ ୫, ଗୁଜୁରାଟ ୫, ତେଲେଙ୍ଗାନା ୪, ପଶ୍ଚିମବଙ୍ଗ ୧, ତାମିଲନାଡୁ ୧, ଆନ୍ଧ୍ରପ୍ରଦେଶ ୧, ଦିଲ୍ଲୀରୁ ୧୦ ଏବଂ ଚଣ୍ଡିଗଡରୁ ଗୋଟିଏ ସଂକ୍ରମିତ ହୋଇଛନ୍ତି । ଦେଶର ପ୍ରଥମ ଓମିକ୍ରନ ମାମଲା ଗତ ୨ ତାରିଖ ଦିନ କର୍ଣ୍ଣାଟକରେ ଠାବ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.