ETV Bharat / bharat

Omicron Fear: ବିଦେଶରୁ ମୁମ୍ବାଇ ଫେରିଲେ ୭ ଦିନ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

author img

By

Published : Dec 4, 2021, 5:49 PM IST

Omicron ସଂକ୍ରମଣ ରୋକିବା ପାଇଁ ମୁମ୍ବାଇ ମହାନଗର ନିଗମର ନୂଆ ଗାଇଡଲାଇନ । ବିଦେଶରୁ ଫେରିଲେ ୭ଦିନ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ । ୭ମ ଦିନରେ କରିବାକୁ ହେବ RT-PCR ପରୀକ୍ଷା । ଅଧିକ ପଢନ୍ତୁ

Omicron Fear: ବିଦେଶରୁ ମୁମ୍ବାଇ ଫେରିଲେ ୭ ଦିନ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ

ମୁମ୍ବାଇ: ନୂଆ ଭ୍ୟାରିଏଣ୍ଟ (Omicron variant of Covid-19) ନେଇ ସର୍ବତ୍ର ହାଇଆଲର୍ଟ ଜାରି ହୋଇଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ବିଦେଶ ଫେରନ୍ତା ଓ ବିମାନ ବନ୍ଦରରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ନୂଆ କଟକଣା ଜାରି କରିଛି ମୁମ୍ବାଇ ମହାମନଗର ନିଗମ । ମୁମ୍ବାଇକୁ ବିଦେଶରୁ ଫେରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ୭ଦିନ ଗୃହ ସଙ୍ଗରୋଧରେ ରହିବାକୁ ପଡିବ । ସେହିପରି ଉକ୍ତ ବ୍ୟକ୍ତିଙ୍କ ଘରକୁ ମହାନଗର ନିଗମର ମେଡିକାଲ ଟିମ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟ ଅପଡେଟ ରେକର୍ଡ କରାଯିବ ବୋଲି କହିଛି ମହାନଗର ନିଗମ ।

ଏହି ପରିପ୍ରେକ୍ଷୀରେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି । ମୁମ୍ବାଇକୁ ଫେରୁଥିବା ଯାତ୍ରୀମାନଙ୍କୁ ବିମାନବନ୍ଦରରେ ପରୀକ୍ଷା କରାଯାଉଛି । ଯାତ୍ରୀମାନଙ୍କ ସ୍ବାସ୍ଥ୍ୟଯାଞ୍ଚ କରିବା ପାଇଁ ନଭେମ୍ବର 10ରୁ ମୁମ୍ବାଇ ବିମାନ ବନ୍ଦରରେ RT-PCR ପରୀକ୍ଷା କେନ୍ଦ୍ର ମଧ୍ୟ ଖୋଲାଯାଇଛି । ମହାନଗର ନିଗମ ଏହାର ଗାଇଡଲାଇନରେ କରାଯାଇଥିବା ପରିବର୍ତ୍ତନ ଅନୁଯାୟୀ, ମୁମ୍ବାଇ ବିମାନବନ୍ଦରରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କୁ ୭ଦିନର ବାଧ୍ୟତାମୂଳକ ଗୃହ ସଙ୍ଗରୋଧରେ ରହିବାକୁ କହିଛି ।

ମୁମ୍ବାଇ ବିମାନବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଦୈନିକ ଯାତ୍ରୀ ତାଲିକା ପୂର୍ବାହ୍ନ 9ଟା ମଧ୍ୟରେ ମହାନଗର ନିଗମର ଜରୁରୀକାଳୀନ ପରିଚାଳନା ବିଭାଗକୁ ପ୍ରଦାନ କରିବେ । ଯାତ୍ରୀଙ୍କ ଆବାସିକ ଠିକଣା ଅନୁଯାୟୀ ଏହି ତାଲିକା ନିଗମର 24ଟି ବିଭାଗୀୟ କାର୍ଯ୍ୟାଳୟକୁ ପଠାଯିବ । ବିଭାଗୀୟ କାର୍ଯ୍ୟାଳୟରେ ମନିଟରିଂ ସେଲ ଜାରିଆରେ ଦିନକୁ ୫ଥର ଗୃହ ସଙ୍ଗରୋଧରେ ଥିବା ଯାତ୍ରୀମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚରାଯିବା ସହ ତଥ୍ୟ ରେକର୍ଡ ମଧ୍ୟ କରାଯିବ । ସେହପରି ସଙ୍ଗରୋଧର ଅନ୍ତିମ ଦିନ ତଥା ୭ମ ଦିନରେ ଉକ୍ତ ବ୍ୟକ୍ତିଙ୍କ RT-PCR ପରୀକ୍ଷା କରିବା ମଧ୍ୟ ବାଧ୍ୟତାମୂଳକ ନିୟମ କରିଛି BMC ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.