ETV Bharat / bharat

ପୁଣେର ୭୫ ବର୍ଷୀୟ ମହିଳାଙ୍କ ଅଦ୍ଭୂ‌ତ ସଫଳତା, ସାଇକେଲରେ ୧୦ ହଜାର କିମି ଯାତ୍ରା - ପୁଣେ ସୁପର ସାଇକେଲ ଆରୋହୀ ଖବର

କଥାରେ ଅଛି ଦୃଢ ମନୋବଳ ଆଗରେ ସବୁ କିଛି ଫେଲ ମାରିଥାଏ । ତେବେ ଏମିତ ଏକ ଘଟଣା ମହାରାଷ୍ଟ୍ରର ପୁଣେରେ ଦେଖିବାକୁ ମିଳିଛି । ବାର୍ଦ୍ଧକ୍ୟର ପରିଣତ ବୟସରେ ଚଳଚଞ୍ଚଳ ସହ ୧୦ ହଜାର କିଲୋମିଟର ସାଇକେଲରେ ଯାତ୍ରା କରିଛନ୍ତି ଜଣେ ୭୫ ବର୍ଷୀୟ ମହିଳା । ଅଧିକ ପଢନ୍ତୁ

ପୁଣେର ୭୫ ବର୍ଷୀୟ ମହିଳାଙ୍କ ଅଦ୍ଭୂ‌ତ ସଫଳତା, ସାଇକେଲରେ ୧୦ ହଜାର କିଲୋମିଟର କଲେ ଯାତ୍ରା

author img

By

Published : Mar 30, 2022, 9:25 PM IST

ପୁଣେ: କଥାରେ ଅଛି ଦୃଢ ମନୋବଳ ଆଗରେ ସବୁ କିଛି ଫେଲ ମାରିଥାଏ । ତେବେ ଏମିତି ଏକ ଘଟଣା ମହାରାଷ୍ଟ୍ରର ପୁଣେରେ ଦେଖିବାକୁ ମିଳିଛି । ବାର୍ଦ୍ଧକ୍ୟର ପରିଣତ ବୟସରେ ଚଳଚଞ୍ଚଳ ସହ ୧୦ ହଜାର କିଲୋମିଟର ସାଇକେଲରେ ଯାତ୍ରା କରିଛନ୍ତି ଜଣେ ୭୫ ବର୍ଷୀୟ ମହିଳା ।

ପୁଣେର ୭୫ ବର୍ଷୀୟ ମହିଳାଙ୍କ ଅଦ୍ଭୂ‌ତ ସଫଳତା, ସାଇକେଲରେ ୧୦ ହଜାର କିଲୋମିଟର କଲେ ଯାତ୍ରା

ତେବେ ଏହି ମହିଳାଙ୍କ ନାଁ ହେଉଛି, ନିରୂପମା ଭାବେ । ନିରୂପମା ପୁଣେର ପ୍ରଭାତ ରୋଡରେ ରହୁଛନ୍ତି । ତେବେ ନିରୂପମା ପରିଣତ ବୟସରେ ଭାରତର ବିଭିନ୍ନ ପ୍ରାନ୍ତକୁ ପ୍ରାୟ ୧୦ହଜାର କିଲୋମିଟର ସାଇକେଲରେ ଯାତ୍ରା କରିଛନ୍ତି । ଏଥିସହ କିଛି ଦିନ ତଳେ ସେ ପୁଣେରୁ ସୁନ୍ଦରବନ ପ୍ରାୟ ୨୧ ଶହ କିଲୋମଟର ସାଇକେଲରେ ଅତିକ୍ରମ କରିଛନ୍ତି ।

ସେହିପରି ନିରୂପମା ୫୪ ବର୍ଷ ବୟସରେ ପ୍ରଥମେ ୱାଘା ବର୍ଡରୁ ଆଗ୍ରା ଯାତ୍ରା କରିଥିଲେ । ସେହିଦିନ ଠାରୁ ତାଙ୍କର ଏହି ଯାତ୍ରା ଜାରି ରହିଥିବା ସେ କହିଛନ୍ତି । ଏଥିସହ ସେ ସାଇକେଲରେ ଭାରତର ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି । ତେବେ ନିରୂପମାଙ୍କ କହିବା ଅନୁଯାୟୀ ସାଇକେଲ ଚଳାଇବା ଦ୍ବାରା ଶରୀର ସୁସ୍ଥ ରହିବା ସହ ପରିବେଶ ପ୍ରଦୂଷଣ ମଧ୍ୟ କମ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.