ETV Bharat / bharat

ବୟସର ଅପରାହ୍ନରେ ପର କଲେ 11 ସନ୍ତାନ, ଇଚ୍ଛାମୃତ୍ୟୁ ଆବେଦନ କଲେ ବୃଦ୍ଧା

author img

By

Published : Sep 25, 2022, 1:49 PM IST

ପରିଣତ ବୟସରେ ମାଆ ହେଲା ପର । 11 ଜଣ ସନ୍ତାନ, 20ରୁ ଉର୍ଦ୍ଧ୍ବ ନାତିନତୁଣୀ । 28 ଏକର ଜମି ଏବଂ 8ଟି ଘର। ହେଲେ ମାଆ ରହିବା ପାଇଁ ବ୍ୟବସ୍ଥା ନାହିଁ । ଜନ୍ମକଲା ସନ୍ତାନଙ୍କଠାରୁ ନିର୍ଯାତିତ ହୋଇ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ଜଣେ 75 ବର୍ଷୀୟ ବୃଦ୍ଧା । ଅଧିକ ପଢ଼ନ୍ତୁ

old mother written a letter seeking euthanasia karnataka
ପରିଣତ ବୟସରେ ଅସହ୍ୟ ସନ୍ତାନ ଯନ୍ତ୍ରଣା, ଇଚ୍ଛାମୃତ୍ୟୁ ଆବେଦନ କଲେ ବୃଦ୍ଧା

ବେଙ୍ଗାଲୁରୁ: ଜନ୍ମକଲା ମାଆକୁ ପର କରିଦେଲା ପୁଅ । ପରିଣତ ବୟସରେ ମାଆକୁ ଏକା କରିଦେଲା ପୁଅ । ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରି ଅଜସ୍ର ଦୁଃଖ ସହ୍ୟ କରି ସନ୍ତାନକୁ ଦୁନିଆକୁ ଆଣିଥିଲା ମାଆ । ହେଲେ ବୟସ ହଟିଯିବାରୁ ମାଆକୁ ପର କରିଦେଲା । ନିର୍ଯାତନା, କଷ୍ଟ ଓ ଯନ୍ତ୍ରଣା ସହି ନପାରି ରାଷ୍ଟ୍ରପତିଙ୍କ ପାଖରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି ଜଣେ 75 ବର୍ଷୀୟ ଅସହାୟ ବୃଦ୍ଧା ମହିଳା । କର୍ଣ୍ଣାଟକର ହାଭେରି ଜିଲ୍ଲାର ରଙ୍ଗନାଥ ନଗରର ପୁଟ୍ଟଭା କୋଟ୍ଟୋର ନାମକ ଜଣେ ମହିଳା ଇଚ୍ଛାମୃତ୍ୟୁ ପାଇଁ ଚିଠି ଲେଖିଛନ୍ତି।

ପୁଟ୍ଟଭା କୋଟ୍ଟୋରଙ୍କ 11 ସନ୍ତାନ ଅଛନ୍ତି । ସେମାନଙ୍କ ମଧ୍ୟରୁ 7 ଜଣ ପୁଅ ଏବଂ 4 ଜଣ ଝିଅ । 20ରୁ ଉର୍ଦ୍ଧ୍ବ ନାତି ନାତୁଣୀ ଥିବାବେଳେ ତାଙ୍କର 28 ଏକର ଜମି ଓ 8ଟି ଘର ରହିଛି । ସ୍ବାମୀଙ୍କ ମୃତ୍ୟୁପରେ ପୁଅଝିଅ ଓ ନାତିନତୁଣୀ ପଚାରୁ ନାହାନ୍ତି । ସାନ ପୁଅ ତାଙ୍କର ଯତ୍ନ ନିଅନ୍ତି, ହେଲେ ଅନ୍ୟ ପୁଅମାନେ ତାଙ୍କୁ ମାଡ଼ ମାରନ୍ତି ବୋଲି ପୁଟ୍ଟଭା କହିଛନ୍ତି । ଉଚ୍ଚ ରକ୍ତଚାପ, ମଧୁମେହ, ହୃଦଘାତରେ ପୀଡ଼ିତ ଅଛନ୍ତି ମହିଳା ଜଣକ । ଝିଅ ମାନଙ୍କ ପାଖକୁ ଗଲେ ସେମାନେ କାଳ କୁହନ୍ତି ଯେ ତୁମେ ଆମ ଘର ଭଙ୍ଗିବା ପାଇଁ ଆସିଛ । ତେଣୁ ସେ ପଡ଼ୋଶୀ ଘରେ ଖାଦ୍ୟ ଖାଇ ବଞ୍ଚିଛନ୍ତି । ନିଜ ଜୀବନ ଉପରେ ଅସନ୍ତୋଷ ପ୍ରକାଶ କରି ହାଭେରି ଡିସିଙ୍କ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମିଳିଲା ତିନ୍‌ ତଲାକ୍‌, ସ୍ବାମୀଙ୍କ ହିନ୍ଦୁ ବନ୍ଧୁଙ୍କୁ ବିବାହ କଲେ ମୁସଲିମ ମହିଳା

ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକ କଲ୍ୟାଣ ବିଭାଗର ଅଧିକାରୀ ଉକ୍ତ ମହିଳାଙ୍କୁ ସବ-ଜିଭିଜନାଲ କୋର୍ଟରେ ଆବେଦନ କରିବାକୁ କହିଥିଲେ । ସମ୍ପତ୍ତି ବିବାଦ ଟ୍ରିବ୍ୟୁନାଲ କୋର୍ଟ ଅଧିନରେ ଥିବାରୁ ସେ ମାନେ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି । ଏକ ବୃଦ୍ଧାଶ୍ରମରେ ରହିବାକୁ କହିଥିଲେ । ସେଠାରେ ତାଙ୍କର ରହିବା, ଖାଇବା ଏବଂ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଅଧିକାରୀ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.