ଚେନ୍ନାଇ: ସୁନ୍ଦର ଓ ସୁସ୍ଥ ସ୍ବାସ୍ଥ୍ୟ କାହାକୁ ବା ଭଲ ନ ଲାଗେ । ସୁସ୍ଥ ଜୀବନଯାପନ ପାଇଁ ସଭିଏଁ ଫିଟ ଆଉ ଫାଇନ ରହିବାକୁ ଚାହାଁନ୍ତି । ସେଥିପାଇଁ ପ୍ରତିଦିନ ବ୍ୟାୟାମ କରିଥାନ୍ତି ତ କେହି କେହି ଜିମ ଯାଇଥାନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ 72 ବର୍ଷ ବୟସରେ ଜଣେ ବ୍ୟକ୍ତି ନିଜକୁ ଏକଦମ ଫିଟ ରଖିଛନ୍ତି । ଖାଲି ଫିଟ ନୁହେଁ ଜିମରେ ଭଳିକି ଭଳି ବ୍ୟାୟାମ ମଧ୍ୟ କରୁଛନ୍ତି । ଆମେ କହୁଛୁ ତାମିଲନାଡୁ ଚେଙ୍ଗଲପାଟ୍ଟୁ ଜିଲ୍ଲାର ମଦୁରାନ୍ତକମରୁ ରଥିନମଙ୍କ କଥା ।
ହିମାଚଳପ୍ରଦେଶରେ 22 ମଇରେ ଆୟୋଜିତ ବଡି ବିଲ୍ଡିଂ ପ୍ରତିଯୋଗିତାରେ ରଥିନାମ ଯୋଗ୍ୟତା ଅର୍ଜନ କରିଛନ୍ତି । ତାଙ୍କର ଏଭଳି ସଫଳତା ପରେ ସେ ଏସୀୟ ବଡି ବିଲଡିଂ ଏବଂ ଫିଜିକ ସ୍ପୋର୍ଟସ ଚାମ୍ପିଅନସିପରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି । ଜୁଲାଇ 15 ରୁ 21 ପର୍ଯ୍ୟନ୍ତ ମାଲଦ୍ବୀପରେ 54 ତମ ଏସୀୟ ବଡି ବିଲଡିଂ ଏବଂ ଫିଜିକ୍ କ୍ରୀଡା ଚାମ୍ପିଅନସିପ ଅନୁଷ୍ଠିତ ହେବ | ସେ ଏଥିରେ ୬୦ ବର୍ଷରୁ ଊର୍ଦ୍ଧ୍ବ ବର୍ଗରେ ଭାରତ ପକ୍ଷରୁ ପ୍ରତିଦ୍ବନ୍ଦିତା କରିବେ । ପ୍ରତିଯୋଗିତାରେ ରଥିନାମ ନିଶ୍ଚୟ ସଫଳ ପାଇବେ ଏବଂ ଭାରତ ଓ ତାମିଲନାଡୁ ପାଇଁ ଗର୍ବ ଆଣିବେ ବୋଲି ତାଙ୍କ ଛାତ୍ରମାନେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ