ETV Bharat / bharat

ସମ୍ପର୍କୀୟଙ୍କ ହତ୍ୟା କରି ପ୍ରେମିକା ସହ ଫେରାର ହୋଇଗଲେ ବୃଦ୍ଧ

author img

By

Published : Dec 29, 2022, 1:26 PM IST

ପ୍ରେମ ପାଇଁ ସୀମା ଟପିଲା ବର୍ବରତା, ନିଜ ସମ୍ପର୍କୀୟ ମୁଣ୍ଡ କାଟ କରି ପ୍ରେମିକା ସହ ଫେରାର ହୋଇଗଲେ ବୃଦ୍ଧ । ଅଧିକ ପଢନ୍ତୁ

old man killed another by faking his death

ମୁମ୍ବାଇ: ପ୍ରେମ ପାଇଁ ବୀଭତ୍ସ ହତ୍ୟାକାଣ୍ଡ । ନିଜ ସମ୍ପର୍କୀୟଙ୍କୁ ହତ୍ୟା କରି ନିଜ ପ୍ରେମିକାକୁ ଧରି ଫେରାର ହୋଇଗଲେ ୬୫ ବର୍ଷିୟ ବୃଦ୍ଧ । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପୁନେର ଅଲାଣ୍ଡି ଅଞ୍ଚଳରେ । ଅଭିଯୁକ୍ତ ଜଣଙ୍କ ହେଉଛି ଚାରହୋଲି କର୍ଦ ଅଞ୍ଚଳର କେରବା ଚାବନ । ମୃତକ ଜଣଙ୍କ ହେଉଛନ୍ତି ଅଭିଯୁକ୍ତଙ୍କ ସମ୍ପର୍କୀୟ ରବୀନ୍ଦ୍ର ଭୀମାଜୀ ଘେନାଣ୍ଡ ।

ପୋଲିସର ସୂଚନା ଅନୁଯାୟୀ, ପ୍ରେମିକା ସହ ଫେରାର ହେବା ପାଇଁ ଅଭିଯୁକ୍ତ ଜଣଙ୍କ ସମ୍ପର୍କୀୟ ରବୀନ୍ଦ୍ର ଭୀମାଜୀ ଘେନାଣ୍ଡଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଥିଲେ । ସମ୍ପର୍କୀୟଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇ ନିଜ ପୋଷାକ ପିନ୍ଧାଇ ଦେଇଥିଲା । ଏହାପରେ ଘଟଣାସ୍ଥଳରୁ ନିଜ ପ୍ରେମିକା ସହ ଚମ୍ପଟ ମାରିଥିଲା ।

ପୋଲିସ ଆହୁରି ମଧ୍ୟ କହିଛି ଯେ, ଅଭିଯୁକ୍ତ ଜଣେ ଜଣେ ମହିଳାଙ୍କୁ ଭଲ ପାଉଥିଲେ, କିନ୍ତୁ ତାଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରୁନଥିଲେ । ଶେଷରେ ସେ ପ୍ରେମିକା ସହ ଫେରାର ହେବାକୁ ଚିନ୍ତା କରିଥିଲେ । ଗତ ଡିସେମ୍ବର ୧୬ ତାରିଖରେ ଅଭିଯୁକ୍ତ ନିଜ ସମ୍ପର୍କୀୟଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ସୁରଟରେ ତ୍ରିପଲ ମର୍ଡର: ଚାକିରିରୁ ବିଦା ହେବାରୁ ତିନି ଜଣଙ୍କୁ ହତ୍ୟା କଲେ ଦୁଇ ଓଡିଆ ଯୁବକ

ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଏହାପରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଜଣଙ୍କ ସତ ସ୍ବିକାର କରିଥିବା ପୋଲିସ କହିଛି । ହତ୍ୟାରେ ବ୍ୟବହୃତ ଅସ୍ତ୍ର ଓ ମୃତକଙ୍କ କଟାମୁଣ୍ଡକୁ ଜବତ କରିଛି ପୋଲିସ । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.