ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ପେଡାରୁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଥଣ୍ଡା ପ୍ରକୋପରୁ ରକ୍ଷା ପାଇବା ପାଇଁ ଜଣେ ବୃଦ୍ଧ ଆବର୍ଜନାରେ ପଡିଥିବାର ପିପିଇ କିଟ୍କୁ ବ୍ୟବହାର କରିଛନ୍ତି ।
ତେବେ ସେ ପିପିଇ କିଟ୍ ପିନ୍ଧି ରାସ୍ତାରେ ବୁଲୁଥିବାର ଦେଖି ଲୋକମାନେ ପ୍ରଥମେ ତାଙ୍କୁ କୋରୋନା ସଂକ୍ରମିତ ବୋଲି ସନ୍ଦେହ କରିଥିଲେ । କିନ୍ତୁ ପଚାରୁଯିବାରୁ ସେ କହିଥିଲେ, ପ୍ରବଳ ଥଣ୍ଡା ହେତୁ ପିପିଇ କିଟ ପିନ୍ଧିଛି ।
ଏହି କିଟ୍କୁ ଡାକ୍ତରଖାନାର କର୍ମଚାରୀମାନେ ବ୍ୟବହାର କରି ସାରିବାରେ ଡଷ୍ଟବିନରେ ଫୋପାଡି ଦେଇଥିଲେ । ତେବେ କିଛି ବ୍ୟକ୍ତି ବୃଦ୍ଧ ଜଣକଙ୍କୁ ପିପିଇ କିଟ୍ ଜାଳି ଦେବାକୁ ପରାମର୍ଶ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ