ETV Bharat / bharat

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଘଟଣା, ଇନ୍ଦୋରରୁ ୬୦ ବର୍ଷୀୟ ବୃଦ୍ଧ ଗିରଫ

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଘଟଣାର ୫ ମାସ ପରେ ଗିରଫ ହେଲା ଅଭିଯୁକ୍ତ । ୬୦ ବର୍ଷୀୟ ବୃଦ୍ଧକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

author img

By

Published : Apr 28, 2023, 9:59 AM IST

death threat to rahul gandhi
death threat to rahul gandhi

ଭୋପାଳ: ଭାରତ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ମିଳିବା ଘଟଣା । ଦୀର୍ଘ ୫ ମାସ ପରେ ଗିରଫ ହେଲା ଅଭିଯୁକ୍ତ । ଗତକାଲି(ଗୁରୁବାର) ଇନ୍ଦୋରରୁ ୬୦ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କଲା ମଧ୍ୟପ୍ରଦେଶ ପୋଲିସ । ଗିରଫ ବୃଦ୍ଧ ହେଲେ ଦୟାସିଂ । ଗୁରୁବାର ତାଙ୍କୁ ଟ୍ରେନରୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ବୃଦ୍ଧ ଟ୍ରେନରେ ଯାତ୍ରା କରୁଥିବା ବେଳେ ମାଡି ବସିଥିଲା ପୋଲିସ । ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ଦୟାସିଂଙ୍କୁ ଗିରଫ କରିଛି ପୋଲିସ ।

ଏନେଇ କ୍ରାଇମବ୍ରାଞ୍ଚର ଡେପୁଟି ପୋଲିସ କମିଶନର ନିମିଶ ଅଗ୍ରଓ୍ବାଲ କହିଛନ୍ତି, "ଦୟାସିଂଙ୍କୁ ଜେଲରେ ରଖାଯିବା ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ସେ କାହିଁକି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଇ ଚିଠି ଲେଖିଥିଲେ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ବୃଦ୍ଧ ନିଜେ ହିଁ ଏହି ଚିଠି ଲେଖିଥିଲେ ନା ଏହା ପଛରେ ଆଉ କାହାର ହାତ ରହିଛି ସେନେଇ ତଦନ୍ତ ଜାରି ରହିଛି । ତଦନ୍ତ ଶେଷ ହେବା ପରେ ଖୁବ ଶୀଘ୍ର ସତ ସାମ୍ନାକୁ ଆସିବ । "

ଏହା ମଧ୍ୟ ପଢନ୍ତୁ: Umesh Pal Murder: ଅଭିଯୁକ୍ତ ତାଲିକାରେ ଯୋଡି ହେଲା ଅତିକର ବଡପୁଅ ନାଁ, ଜେଲରେ ଥାଇ ରଚିଥିଲା ଷଡଯନ୍ତ୍ର

ଏହା ମଧ୍ୟ ପଢନ୍ତୁ: Bharat Jodo Yatra: ଇନ୍ଦୋରରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ

ପ୍ରକାଶଥାଉକି, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଚାଲିଥିବା ବେଳେ ଏହି ବୃଦ୍ଧ ଜଣକ ତାଙ୍କୁ ହତ୍ୟା ଧମକ ଦେଇ ଚିଠି ଲେଖିଥିଲେ । ଭାରତ ଯୋଡ ଯାତ୍ରା ମଧ୍ୟ ପ୍ରଦେଶରେ ପ୍ରବେଶ କରିବା ପୂର୍ବରୁ ଏହି ଧମକ ଦିଆଯାଇଥିଲା । ଗତବର୍ଷ ନଭେମ୍ବର ମାସରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଇନ୍ଦୋରରେ ପ୍ରବେଶ କରିଥିଲା । ମଧ୍ୟପ୍ରଦେଶର ଇନ୍ଦୋରରେ ପ୍ରବେଶ କରିବା ବେଳେ ବୋମା ପକାଇ ଉଡାଇ ଦିଆଯିବା ନେଇ ରାହୁଲଙ୍କୁ ଧମକ ମିଳିଥିଲା । ଇନ୍ଦୋରର ଏକ ମିଠା ଦୋକାନ ବାହାରେ ଏହି ଚିଠି ମିଳିଥିଲା । ରାହୁଲଙ୍କ ସହ କମଲନାଥଙ୍କୁ ମଧ୍ୟ ଏହି ଚିଠିରେ ହତ୍ୟା ଧମକ ଦିଆଯାଇଥିଲା । ତେବେ ଏନେଇ ଘଟଣାର ତଦନ୍ତ ଜାରି ରଖିଥିଲା ପୋଲିସ । ଚିଠି ମିଳିବା ପରେ ସଙ୍ଗେସଙ୍ଗେ ଅଇପିସି ଧାରା ୫୦୭ ଅନୁସାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଯାଇଥିଲା । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.