ETV Bharat / bharat

ତ୍ରିପୁରାରେ ଗିରଫ ଦୁଇ ସାମ୍ବାଦିକାଙ୍କ ମଧ୍ୟରେ ଜଣେ ଓଡିଆ, ନିନ୍ଦା କଲା EGI - tripura police

ତ୍ରିପୁରାରେ ଗିରଫ ଦୁଇ ସାମ୍ବାଦିକାଙ୍କ ମଧ୍ୟରେ ଜଣେ ଓଡିଆ । ଘର ଝାରସୁଗୁଡା ହୋଇଥିବା ନେଇ ସୂଚନା ଦେଲା ପୋଲିସ । ଗିରଫ ପରେ ଜାମିନ ମିଳିଥିବା ସୂଚନା । ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟିକାରୀ ଖବର ପ୍ରକାଶ ନେଇ ଗିରଫ ହୋଇଥିଲେ । ଅଧିକ ପଢନ୍ତୁ

ଆସାମରେ ଗିରଫ ଦୁଇ ସାମ୍ବାଦିକାଙ୍କ ମଧ୍ୟରେ ଜଣେ ଓଡିଆ, ଗିରଫ ପରେ ମିଳିଲା ଜାମିନ

author img

By

Published : Nov 15, 2021, 4:50 PM IST

ଅଗରତାଲା: ଆସାମ-ତ୍ରିପୁରା ସୀମାନ୍ତ କରିମଗଞ୍ଜ ଜିଲ୍ଲାରେ ଆସାମ ପୋଲିସ ଦ୍ବାରା ଗିରଫ ହୋଇଥିବା ଦୁଇ ମହିଳା ସାମ୍ବାଦିକଙ୍କ ମଧ୍ୟରୁ ଜଣେ ଓଡିଆ ଥିବା ସୂଚନା । ଗିରଫ ସାମ୍ବାଦିକା ସମୃଦ୍ଧି ଶାକୁନିଆ ଓଡିଶାର ଝାରସୁଗୁଡା ଜିଲ୍ଲାର ବୋଲି ତ୍ରିପୁରା ପୋଲିସ ସୂଚନା ଦେଇଛି । ଅନ୍ୟ ସାମ୍ବାଦିକା ଦିଲ୍ଲୀର ରୋହିଣୀ ନିବାସୀ ସ୍ବର୍ଣ୍ଣ ଝା ବୋଲି ଜଣାପଡିଛି ।

ଉଭୟ ମହିଳା ସାମ୍ବାଦିକା ଦିଲ୍ଲୀସ୍ଥିତ HW ନ୍ୟୁଜ୍ ନେଟୱାର୍କ ସହିତ କାମ କରୁଥିବାବେଳେ, ତ୍ରିପୁରାରେ ସାମ୍ପ୍ରଦାୟିକ ହିଂସାକୁ ରିପୋର୍ଟିଂ କରିବାକୁ ଅଗରତାଲା ଯାଇଥିଲେ । ତେବେ ସାଂପ୍ରଦାୟିକ ବିଦ୍ବେଷ ସୃଷ୍ଟିକାରୀ ଖବର ପ୍ରସାରଣ ଅଭିଯୋଗରେ ପୋଲିସ ପ୍ରଥମେ ଅଟକ ରଖିଥିଲା ବେଳେ ଆଜି ଗିରଫ କରିଥିଲା । ପରେ ଉଭୟଙ୍କୁ ସ୍ଥାନୀୟ କୋର୍ଟରୁ ଜାମିନ ମିଳିଥିବା ସୂଚନା ରହିଛି ।

ଅପରାଧ ଷଡଯନ୍ତ୍ର, ଧର୍ମ, ଜାତି, ଜନ୍ମସ୍ଥାନ, ବାସସ୍ଥାନ, ଭାଷା ଇତ୍ୟାଦି ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଓ ବିବାଦକୁ ପ୍ରୋତ୍ସାହିତ କରିବା ଏବଂ ଶାନ୍ତି ଉଲ୍ଲଂଘନ କରିବା ପରି ରିପୋର୍ଟିଂ କରିବା ଅଭିଯୋଗରେ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଉଭୟଙ୍କୁ ପ୍ରଥମେ ଅଟକ ଓ ପରେ ଗିରଫ କରାଯାଇଥିବା ସ୍ଥାନୀୟ ପୋଲିସ କହିଛି ।

ବିଶ୍ବ ହିନ୍ଦୁ ପରିଷଦ (VHP) ର ଜଣେ ସମର୍ଥକଙ୍କ ଦ୍ବାରା ତ୍ରିପୁରାର ୟୁନାକୋଟି ଜିଲ୍ଲାର ଫାଟିକ୍ରୋ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏତଲା ଆଧାରରେ ଏହି ଦୁଇ ସାମ୍ବାଦିକାଙ୍କୁ ଗିରଫ କରିଥିଲା ପୋଲିସ । VHP କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି ଯେ ଦୁଇ ମହିଳା ସାମ୍ବାଦିକଙ୍କ ଆପତ୍ତିଜନକ ଖବର ପ୍ରସାରଣ ଫଳରେ ତ୍ରିପୁରା ସରକାରଙ୍କ ଭାବମୂର୍ତ୍ତି ମଳିନ ହୋଇଛି । ତେବେ ପ୍ରଥମେ ଅଟକ ରଖିବା ପରେ ପ୍ରଥମିକ ତଦନ୍ତ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ପରବର୍ତ୍ତୀ ସମୟରେ ସ୍ଥାନୀୟ ଏକ କୋର୍ଟରୁ ଉଭୟ ସାମ୍ବାଦିକଙ୍କୁ ଜାମିନ ମିଳିଥିବା ସୂଚନା ରହିଛି ।

ତେବେ ଉଭୟଙ୍କ ଗିରଫକୁ ନିନ୍ଦା କରିଛି Editors Guild of India (EGI) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.