ETV Bharat / bharat

ସାହେବଗଞ୍ଜ ଷ୍ଟେସନରୁ 2 ବର୍ଷର ଶିଶୁପୁତ୍ର ସହ ଓଡିଆ ମହିଳା ଉଦ୍ଧାର, ପରିଚୟ ଅସ୍ପଷ୍ଟ - ଓଡିଆ ମହିଳା ଉଦ୍ଧାର

ସାହେବଗଞ୍ଜ ରେଳ ଷ୍ଟେସନରୁ ଉଦ୍ଧାର ହେଲା ମହିଳାଙ୍କ ସହ ତାଙ୍କର ଦୁଇ ବର୍ଷର ଶିଶୁପୁତ୍ର । ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ। ଅଧିକ ପଢନ୍ତୁ...

ସାହେବଗଞ୍ଜ ରେଳ ଷ୍ଟେସନରୁ 2 ବର୍ଷର ଶିଶୁପୁତ୍ର ସହ ଓଡିଆ ମହିଳା ଉଦ୍ଧାର , ପରିଚୟ ଅସ୍ପଷ୍ଟ

author img

By

Published : May 8, 2021, 7:50 PM IST

ରାଞ୍ଚି: ସାହେବଗଞ୍ଜ ରେଳ ଷ୍ଟେସନରୁ ଦୁଇ ବର୍ଷର ଶିଶୁପୁତ୍ର ସହ ଜଣେ ଅସହାୟ ମହିଳାଙ୍କୁ ଉଦ୍ଧାର କରିଛି ରେଳବାଇ ପୋଲିସ । ତେବେ ମହିଳା ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନଥିବାବେଳେ ସେ ଅସୁସ୍ଥ ଥିବା ଜଣାପଡିଛି । ଉକ୍ତ ମହିଳା ଜଣଙ୍କ ଓଡିଆ ଭାଷାରେ କଥା ହେଉଥିବାବେଳେ ସେ ଓଡିଶାର ବୋଲି ପ୍ରାଥମିକ ଭାବେ ରେଲବାଇ ପୋଲିସ ଅନୁମାନ କରୁଛି । ଉଭୟଙ୍କୁ ଉଦ୍ଧାର କରିବା ସହ ଶିଶୁପୁତ୍ରକୁ ଚାଇଲ୍ଡ ଲାଇନକୁ ଜିମା ଦିଆଯାଇଥିବା ସୂଚନା ରହିଛି।

ସାହେବଗଞ୍ଜ ରେଳ ଷ୍ଟେସନରୁ 2 ବର୍ଷର ଶିଶୁପୁତ୍ର ସହ ଓଡିଆ ମହିଳା ଉଦ୍ଧାର , ପରିଚୟ ଅସ୍ପଷ୍ଟ
ସାହେବଗଞ୍ଜ ରେଳ ଷ୍ଟେସନରୁ 2 ବର୍ଷର ଶିଶୁପୁତ୍ର ସହ ଓଡିଆ ମହିଳା ଉଦ୍ଧାର , ପରିଚୟ ଅସ୍ପଷ୍ଟ

ମିଳିଥିବା ସୂଚନା ଅନୁସାରେ ସାହେବଗଞ୍ଜ ରେଳ ଷ୍ଟେସନ ପରିସରରେ ମହିଳା ଜଣଙ୍କ ନିଜ ଦୁଇ ବର୍ଷର ଶିଶୁପୁତ୍ର ସହ ଅସହାୟ ଭାବେ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କୁ ଏପରି ଅସହାୟ ଅବସ୍ଥାରେ ଦେଖି ରେଲବାଇ ପୋଲିସର ଅଧିକାରୀମାନେ ତାଙ୍କୁ ଉଦ୍ଧାର କରିବା ସହ ପଚରା ଉଚରା କରିଥିଲେ । ତେବେ ମହିଳା ଜଣଙ୍କ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିବାବେଳେ କେବଳ ଓଡିଆ ଭାଷାରେ କଥା ହେଉଥିବା ଦେଖିବାକୁ ମିଳିଥିଲା । ଏପରି ସ୍ଥଳେ ମହିଳା ଜଣଙ୍କ ଅସୁସ୍ଥଥିବା ଯୋଗୁ ତାଙ୍କୁ କୋଭିଡ ଟେଷ୍ଟିଂ ସେଣ୍ଟରକୁ ପଠାଯାଇଛି ।

ମହିଳାଙ୍କ ଠିକଣା ଜାଣିବାକୁ ରେଳବାଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଖୁବଶୀଘ୍ର ତାଙ୍କୁ ତାଙ୍କ ଘରକୁ ପଠାଯିବା ନେଇ ମଧ୍ୟ ସୂଚନା ଦେଇଛି । ତେବେ ମହିଳାଙ୍କ ଦୁଇ ବର୍ଷର ଶିଶୁପୁତ୍ରକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଥିବା ବେଳେ ମହିଳାଙ୍କ କୋଭିଡ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.