ଅମରାବତୀ: ପର୍ଯ୍ୟଟନସ୍ଥଳୀର ଗନ୍ତାଘର ଓଡିଶା । ଏହାକୁ ଆଉ ଟିକେ ବିକଶିତ କରିବାରୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏ ନେଇ ଓଡିଶା ପର୍ଯ୍ୟଟନ ବିଭାଗ (odisha tourism department) ତରଫରୁ ବିଶାଖାପଟନମରେ ଏକ ରୋଡସୋ (Roadshow) କାର୍ଯ୍ୟକ୍ରମ କରାଯାଇଛି । ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀରେ ପ୍ରଚାର ଓ ପ୍ରସାର କରିବା ପାଇଁ ଏକ ଉଦ୍ୟମ ନେଇଛି ପର୍ଯ୍ୟଟନ ବିଭାଗ ।
ପଡୋଶୀ ରାଜ୍ୟ ସମେତ ଅନ୍ୟ ରାଜ୍ୟରୁ କିପରି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ଓ ପର୍ଯ୍ୟଟନସ୍ଥଳୀରୁ ଏକ ଭଲ ଅନୁଭୂତି ନେଇ ଫେରିବେ ସେ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏ ନେଇ ବିଶାଖାପଟନମରେ ଏକ ରୋଡସୋ କରାଯାଇଛି । ରାଜ୍ୟରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଓ ଇକୋ ରିର୍ଟେଟ ବିଷୟରେ ଲୋକଙ୍କୁ ଅବଗତ କରାଯାଇଛି । ଓଡ଼ିଶା ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ରାଜ୍ୟରେ ପର୍ଯ୍ୟଟନ ସ୍ଥଳ ଏବଂ ମାର୍ଗ ମାନଚିତ୍ର ବିଷୟରେ ସୂଚନା ଦେଇଥିଲେ ।
କୋଣାର୍କ, ହୀରାକୁଦ, ଭିତରକନିକା, ସାତକୋଶିଆ ଭଳି ପର୍ଯ୍ୟଟନ ସ୍ଥଳୀରେ ଇକୋ ରିର୍ଟେଟ ମହୋତ୍ସବ ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି । ଏହି ସ୍ଥାନକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆସିବାକୁ କହିଛନ୍ତି ପର୍ଯ୍ୟଟନ ଅତିରିକ୍ତ ସଚିବ ଦୁର୍ଗାପ୍ରସାଦ ମହାପାତ୍ର ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ