ETV Bharat / bharat

ଖାଇସାରି ଟ୍ରେନରେ ଶୋଇପଡିଲେ ପୋଲିସ ବାବୁ, ବନ୍ଧୁକ ନେଇଗଲା ଚୋର

author img

By

Published : Mar 2, 2023, 2:16 PM IST

ପୋଲିସକୁ ବି ଛାଡିଲେନି ଚୋର । ଶୋଇଥିବା ବେଳେ ପୋଲିସ ସବ ଇନ୍ସିପେକ୍ଟରଙ୍କ ବନ୍ଧୁକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Sub Inspector Pistal Stolen
Sub Inspector Pistal Stolen

ରାୟପୁର: ରାତିରେ ଖାଇସାରି ଶୋଇପଡିଲା ପୋଲିସ । ଚୋର ନେଇଗଲା ବନ୍ଧୁକ । ପେଣ୍ଡ୍ରା ରୋଡ ଷ୍ଟେସନ ନିକଟରେ ଶାରନାଥ ଏକ୍ସପ୍ରେସରୁ ଚୋରି କରି ନେଇଗଲେ ଚୋର । ବନ୍ଧୁକ ଚୋରି ହୋଇଥିବା ପୋଲିସର ନାମ ସୁରୁ ବାବୁ ହୋଇଥିବା ବେଳେ ଗତକାଲି(ମଙ୍ଗଳବାର) ସେ ବିଳାସପୁର ଆରପିଏଫ ଥାନାରେ ଅଭିଯୋଗ କରିଛନ୍ତି ।

ଛତିଶଗଡରେ ଚୋରି ହେଲା ଓଡିଶା ସବ ଇନ୍ସୁପେକ୍ଟରଙ୍କ ବନ୍ଧୁକ । ସୁରୁବାବୁ ସମ୍ବଲପୁରରେ ସବ ଇନ୍ସିପେକ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଟ୍ରେନରେ ଯାଉଥିବା ବେଳେ ତାଙ୍କର ବନ୍ଧୁକ ଚୋରି ହୋଇଥିବା ନେଇ ସେ ବୁଧବାର ଦିନ ବିଳାସପୁର ଆରପିଏଫ ଥାନାରେ ଏତଲା ଦାୟର କରିଛନ୍ତି । ସେ ଅଭିଯୋଗ କରି କହିଛନ୍ତି, "ଡ୍ୟୁଟି ପାଇଁ ମୁଁ ଦୁଇଜଣ ସିପାହୀଙ୍କ ସହ ଉତ୍ତରପ୍ରଦେଶର ଲଖିମପୁର ଖେରି ଯାଇଥିଲି । ୨୮ ଫେବୃଆରୀରେ ଶାରନାଥ ଏକ୍ସପ୍ରେସରେ(ଟ୍ରେନ ନମ୍ବର- 2518853284) ଫେରୁଥିଲି । ମୋର ବି-2 କୋଚର ୬୬ ନମ୍ବର ସିଟ ଥିଲା । ପ୍ରୟାଗରାଜ ରେଲଓ୍ବେ ଷ୍ଟେସନରୁ ବିଳାସପୁର ଫେରୁଥିଲି । ତେବେ ୨୮ ତାରିଖ ରାତି ପ୍ରାୟ ୧୦ ରୁ ୧୧ଟା ଭିତରେ ମୁଁ ଖାଇ ସାରି ଶୋଇପଡିଲି । ଏହି ସମୟରେ ମୁଁ ନୀଳ ରଙ୍ଗର ସୁଟକେଶକୁ ସିଟ ତଳେ ରଖିଥିଲି । ଟ୍ରଲିରେ ୯ଟି ଏମଏସ ପିସ୍ତଲ ଥିଲା ଏବଂ ସେଥିରେ ୧୦ ରାଉଣ୍ଡ ଗୁଳି ଭର୍ତ୍ତି ହୋଇଥିଲା । ଏହାସହ ୧୪ ରାଉଣ୍ଡ ଗୁଳି ରଖାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨୦ ହଜାର ଚଙ୍କା ଅଟେ । ମାର୍ଚ୍ଚ ୧ ତାରିଖରେ ପିଣ୍ଡ୍ରାରୋଡ ଷ୍ଟେସନ ପୂର୍ବରୁ ମୋର ନିଦ ଭାଙ୍ଗିଥିଲା । ଏତିକି ବେଳେ ମୁଁ ଉଠିକି ଦେଖିଲା ବେଳକୁ ସିଟ ତଳେ ଟ୍ରଲି ନଥିଲା । ଅନୁପପୁରରୁ ପିଣ୍ଡ୍ରାରୋଡ ଷ୍ଟେସନ ମଧ୍ୟରେ ଚୋରି ହୋଇଥିବା ନେଇ ମୁଁ ଆଶଙ୍କା କରୁଛି । " ତେବେ ଏସଡିପିଓଙ୍କ ଅଭିଯୋଗ କ୍ରମେ ଏତଲା ଦାୟର କରିଛି ବିଳାସପୁର ଆରପିଏଫ ଥାନା ପୋଲିସ । ଏହାସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀରେ ଦୁଇ ଦିନିଆ G-20 ବିଦେଶ ମନ୍ତ୍ରୀଙ୍କ ବୈଠକ, ସମ୍ବୋଧିତ କଲେ ମୋଦି

ପ୍ରକାଶଥାଉକି, ଲୁଧିଆନାରୁ ଏକ ପୋଲିସ ଗାଡି ଚୋରି ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଲୁଧିଆନା ସୁଟଲେଜ କ୍ଲବରେ ନିର୍ବାଚନ ଚାଲିଥିବା ବେଳେ କେହି ଦୁର୍ବୃତ୍ତ ଏଏସଆଇ ଗୁରୁଦେବ ସିଂଙ୍କ ବାଇକ୍‌ ଚୋରି କରି ନେଇଥିଲା । କ୍ଲବରେ ନିର୍ବାଚନ ଚାଲିଥିବାରୁ ସେଠାରେ ତାଙ୍କର ଡ୍ୟୁଟି ଥିଲା । ଡ୍ୟୁଟି ସରିବା ପରେ ସେ ବାହାରକୁ ଆସିବା ପରେ ତାଙ୍କ ବାଇକ ମିଳିନଥିଲା । ଖୋଜାଖୋଜି କରିବା ପରେ ନମିଳିବାରୁ ଥାନାରେ ଏତଲା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.