ETV Bharat / bharat

ଆମେରିକାରେ ଓଡିଆ କୃଷି ବୈଜ୍ଞାନିକ ସ୍ବାତୀ ନାୟକ ସମ୍ମାନିତ, ବିହନ ଗବେଷଣା କ୍ଷେତ୍ରରେ ରହିଛି ଉଲ୍ଲେଖନୀୟ ଅବଦାନ

author img

By ETV Bharat Odisha Team

Published : Oct 25, 2023, 8:27 PM IST

ଆମେରିକାରେ ସମ୍ମାନିତ ହେଲେ ଓଡିଆ କୃଷି ବୈଜ୍ଞାନିକ । ବିହନ ଗବେଷଣା କ୍ଷେତ୍ରରେ ରହିଛି ଉଲ୍ଲେଖନୀୟ ଅବଦାନ । ‘ସିଡ ଲେଡି’ ଭାବେ ରହିଛି ଖ୍ୟାତି । ଅଧିକ ପଢନ୍ତୁ

ଆମେରିକାରେ ଓଡିଆ କୃଷି ବୈଜ୍ଞାନିକ ସ୍ବାତୀ ନାୟକ ସମ୍ମାନିତ, ବିହନ ଗବେଷଣା କ୍ଷେତ୍ରରେ ରହିଛି ଉଲ୍ଲେଖନୀୟ ଅବଦାନ
ଆମେରିକାରେ ଓଡିଆ କୃଷି ବୈଜ୍ଞାନିକ ସ୍ବାତୀ ନାୟକ ସମ୍ମାନିତ, ବିହନ ଗବେଷଣା କ୍ଷେତ୍ରରେ ରହିଛି ଉଲ୍ଲେଖନୀୟ ଅବଦାନ

ନୂଆଦିଲ୍ଲୀ: ଆମେରିକାରେ ସମ୍ମାନିତ ହେଲେ ଓଡିଆ ମହିଳା କୃଷି ବୈଜ୍ଞାନିକ। ଓଡ଼ିଶାର କୃଷି ବୈଜ୍ଞାନିକ ଡ.ସ୍ବାତୀ ନାୟକଙ୍କୁ ଗତ ମଙ୍ଗଳବାର ଆମେରିକାର ସମ୍ମାନଜନକ ‘ନର୍ମାନ ବୋର୍ଲାଗ ଫିଲ୍ଡ ପୁରସ୍କାର’ରେ ସମ୍ମାନିତ କରାଯାଇଛି ।ଚଳିତ ମାସ (ଅକ୍ଟୋବର) 24 ତାରିଖରୁ 26 ମଧ୍ୟରେ ଆୟୋଜିତ ‘‘ଗ୍ଲୋବାଲ୍ ଫୁଡ୍ ପଲିସି ଆଣ୍ଡ ଡିପ୍ଲୋମାସି’’ କ୍ୟାମ୍ପେନ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ସ୍ବାତୀ ନାୟକଙ୍କୁ ଏହି ସମ୍ମାନଜକ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି ।

ବିହନ ଗବେଷଣା କ୍ଷେତ୍ରରେ ଉପଲବ୍ଧି ପାଇଁ ବିହନ ଲେଡି (Seed Lady) ଭାବରେ ଜଣାଶୁଣା ଡ. ନାୟକ ଏବଂ ତାଙ୍କ ସ୍ୱାମୀ ପ୍ରିୟଦର୍ଶୀ ଏ ସମ୍ପର୍କରେ ଇଟିଭି ଭାରତକୁ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । କହିଛନ୍ତି, ସେ ଏହି ସମ୍ମାନ ଗ୍ରହଣ କରିବା ପାଇଁ ଉଭୟ ଚଳିତ ମାସ (ଅକ୍ଟୋବର) 21 ତାରିଖରେ ନୂଆଦିଲ୍ଲୀରୁ ଆମେରିକା ଗସ୍ତ କରିଥିଲେ । 25 ତାରିଖ ଅପରାହ୍ନରେ ଡ.ସ୍ବାତୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ସେ 29 ରେ ନୂଆଦିଲ୍ଲୀ ଫେରିବାକୁ ଯାଉଛନ୍ତି ।

ଖାଦ୍ୟ ଏବଂ ପୋଷଣ ସୁରକ୍ଷା କ୍ଷେତ୍ରରେ ସଫଳ ଗବେଷଣା ଜାରି ରଖିଥିବା 40 ବର୍ଷରୁ କମ ଯୁବ ବୈଜ୍ଞାନିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । କୃଷକମାନଙ୍କ ସହଯୋଗରେ ବିହନ କ୍ଷେତ୍ରରେ ଫିଲ୍ଡ ରିସର୍ଚ୍ଚ କରିଥିବାରୁ ଡ. ସ୍ବାତୀଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଥିଲା । ପ୍ରାୟ 10 ବର୍ଷ ଧରି ଏହି କ୍ଷେତ୍ରରେ ନିଜ ବଗେଷଣା ଜାରି ରଖିଥିଲେ ସ୍ବାତୀ । ଏହି ସମ୍ମାନ ପାଇଁ ବେଶ ଖୁସି ବୋଲି ମଧ୍ୟ ବୈଜ୍ଞାନିକ ସ୍ବାତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Chhattisgarh polls: ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି, ଅମ୍ବିକାପୁରରୁ ରାଜେଶ ଅଗ୍ରଓ୍ବାଲ

କୃଷି ବୈଜ୍ଞାନିକ ସ୍ବାତୀ ଏବେ ନୂଆଦିଲ୍ଲୀ ସ୍ଥିତ ଅନ୍ତର୍ଜାତୀୟ ଚାଉଳ ଅନୁସନ୍ଧାନ ପ୍ରତିଷ୍ଠାନ (IRRI) ସହଭାଗିତାରେ ନିଜର ଗବେଷଣା ଜାରି ରଖିଛନ୍ତି । ସେ 2007ରେ ଆଚାର୍ଯ୍ୟ ଏନ.ଜି ରଙ୍ଗା କୃଷି ବିଶ୍ୱବିଦ୍ୟାଳୟରୁ କୃଷି ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ । ପରେ ସେ ଗୁଜୁରାଟର ଆନନ୍ଦ ଜିଲ୍ଲାରେ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଣ୍ଟରୁ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ସେ ପରେ ପିଏଚଡି ମଧ୍ୟ ହାସଲ କରିଥିଲେ । ଉଚ୍ଚଶିକ୍ଷା ପରେ ସେ ଏବେ ବିହନ ଗବେଷଣା କ୍ଷେତ୍ରରେ ନିଜର ଅଧ୍ୟୟନ ଜାରି ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଆମେରିକାରେ ସମ୍ମାନିତ ମଧ୍ୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.