ETV Bharat / bharat

Money laundering Case: ବିହାର ବିଜେପି ନେତାଙ୍କୁ ବାନ୍ଧିଲା ଓଡ଼ିଶା ପୋଲିସ - ବିହାରରେ ବିଜେପି ନେତା ଗିରଫ

ଆର୍ଥିକ ଠକେଇ ମାମଲାରେ ବିହାର ବିଜେପି ନେତାଙ୍କୁ ଗିରଫ କଲା ଓଡ଼ିଶା ପୋଲିସ । ରହିଛି ପ୍ରାୟ ଦେଢ କୋଟି ଟଙ୍କା ଠକେଇର ଅଭିଯୋଗ । ଆଜି କୋର୍ଟରେ ହାଜର ପରେ ଅଣାଯିବ ଓଡ଼ିଶା । ଅଧିକ ପଢନ୍ତୁ

Money laundering case: ବିହାର ବିଜେପି ନେତାଙ୍କୁ ବାନ୍ଧିଲା ଓଡିଶା ପୋଲିସ

author img

By

Published : Jun 8, 2023, 3:33 PM IST

Updated : Jun 8, 2023, 6:15 PM IST

ପାଟନା: ମନିଲଣ୍ଡ୍ରିଂ ମାମଲାରେ ବିହାରରେ ଓଡିଶା ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଓଡିଶାରେ ଆର୍ଥିକ ଠକେଇ ଅଭିଯୋଗରେ ଅଭିଯୁକ୍ତ ଥିବା ଜଣେ ବିଜେପି ନେତାଙ୍କୁ ଓଡିଶା ପୋଲିସର ଟିମ୍‌ ଗତକାଲି ରାତିରେ ଗିରଫ କରିଛି । ଗିରଫ ହୋଇଥିବା ବିଜେପି ନେତା ବି.ଏମ ଅମରେଶ ଓ ସେ ବିହାର ପ୍ରଦେଶ ବିଜେପି କମିଟିର କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ବରେ ରହିଛନ୍ତି । ଗତକାଲି ରାତିରେ ବିହାର ମୁଙ୍ଗେରରୁ ସ୍ଥାନୀୟ ପୋଲିସ ସହଯୋଗରେ ଓଡ଼ିଶା ପୋଲିସ ଟିମ୍‌ ତାଙ୍କୁ ଗିରଫ କରିଛି । ଆଜି ଅପରାହ୍ନରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ପୋଲିସର ଟିମ୍‌ ରିିମାଣ୍ଡରେ ତାଙ୍କୁ ଓଡିଶା ଆଣିବା ନେଇ ସୂଚନା ରହିଛି । ବିହାରର ଏହି ବିଜେପି ନେତାଙ୍କ ବିରୋଧରେ ଓଡ଼ିଶାର ଏକାଧିକ ସ୍ଥାନରେ ପ୍ରାୟ ଦେଢ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି ।

ପୂର୍ବ ଯୋଜନା ଅନୁସାରେ, ଓଡିଶା ପୋଲିସର ଏକ ଟିମ ଗତକାଲି ବିହାର ମୁଙ୍ଗେରରେ ପହଞ୍ଚିଥିଲା । ଏହି ଅପରେସନରେ ବିହାର ପୋଲିସ ମଧ୍ୟ ସହଯୋଗ କରିଥିଲେ । ମହେଶପୁର ନିବାସୀ ବିଜେପି ନେତା ଅମରେଶଙ୍କୁ ଗିରଫ କରିଥିଲେ ଦୁଇ ରାଜ୍ୟର ମିଳିତ ପୋଲିସ ଟିମ୍‌ । ମୁଙ୍ଗେରର ମୁଫସିଲ ଥାନା ଏରିଆରେ ଏହି ଗିରଫଦାରି ହୋଇଛି । ଗତକାଲି ତାଙ୍କୁ ପ୍ରାଥମିକ ଜେରା ପରେ ମୁଙ୍ଗେର ପୋଲିସ ହେପାଜତରେ ରଖା ଯାଇଥିଲ । ଆଜି ତାଙ୍କୁ ଅପରାହ୍ନରେ ସ୍ଥାନୀୟ କୋର୍ଟରେ ହାଜର କରାଯିବ । ପରେ ପୋଲିସ ଅଭିଯୁକ୍ତକୁ ଧରି ଓଡ଼ିଶା ଫେରିବ ।

ଏହି ଭାଜପା ନେତାଙ୍କ ବିରୋଧରେ କେବଳ ଓଡିଶା ନୁହେଁ ବରଂ ଅନ୍ୟ କିଛି ସ୍ଥାନରେ ମଧ୍ୟ ଆର୍ଥିକ ଠକେଇ ମମଲା ରହିଥିବା ମଧ୍ୟ ଜଣାପଡିଛି । ଅଭିଯୁକ୍ତ ବିରୋଧରେ କୋତଓ୍ବାଲୀ, ଖଗାଡିଆ ଓ ରାୟପୁରରେ ମଧ୍ୟ ପୂର୍ବରୁ ଏକାଧିକ ମାମଲା ରହିଛି । ସ୍ଥାନୀୟ ପୋଲିସ ଏହି ପୂର୍ବ ମାମଲାର ଖୋଳତାଡ଼ ମଧ୍ୟ ଆରମ୍ଭ କରିଛି । ଦଳୀୟ ନେତା ଗିରଫ ହୋଇଥିଲେ ସୁଦ୍ଧା ବିଜେପି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରୟା ସାମ୍ନାକୁ ଆସିନି ।

ଏକାଧିକ ରାଜନେତା ମନିଲଣ୍ଡ୍ରିଂ ମାମଲାରେ ସମ୍ପୃକ୍ତ ରହିଥିବା ଓ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ନଜିର ରହିଛି । କିଛି ଅଣବିଜେପି ଶାସିତ ରାଜ୍ୟରେ ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ପରି କେନ୍ଦ୍ରୀୟ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଏକାଧିକ ବରିଷ୍ଠ ନେତା ଏବେ କେନ୍ଦ୍ରୀୟ ସଂସ୍ଥାର ସ୍କାନରରେ ରହିଛନ୍ତି । ଏହାକୁ ବିରୋଧୀ ଦଳ ନେତାମାନେ ବିଜେପିର ରାଜନୈତିକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଅଭିଯୋଗ କରିଆସୁଛନ୍ତି । ହେଲେ ରାଜ୍ୟରେ ହୋଇଥିବା ଆର୍ଥିକ ଠକେଇର ଏହି ମାମଲାରେ ଓଡ଼ିଶା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ବ୍ୟୁରୋ ରପୋର୍ଟ, ଇଟିଭି ଭାରତ

Last Updated : Jun 8, 2023, 6:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.