-
G 20 in India | The Government of India presented an Ikkat Stole in Teak Wood Box to the Spouse of the Prime Minister of Mauritius
— ANI (@ANI) September 12, 2023 " class="align-text-top noRightClick twitterSection" data="
A timeless masterpiece created by the artisans of Odisha – this is a traditional mulberry silk stole adorned with the exquisite Ikat technique.… pic.twitter.com/L8qfG3JHI9
">G 20 in India | The Government of India presented an Ikkat Stole in Teak Wood Box to the Spouse of the Prime Minister of Mauritius
— ANI (@ANI) September 12, 2023
A timeless masterpiece created by the artisans of Odisha – this is a traditional mulberry silk stole adorned with the exquisite Ikat technique.… pic.twitter.com/L8qfG3JHI9G 20 in India | The Government of India presented an Ikkat Stole in Teak Wood Box to the Spouse of the Prime Minister of Mauritius
— ANI (@ANI) September 12, 2023
A timeless masterpiece created by the artisans of Odisha – this is a traditional mulberry silk stole adorned with the exquisite Ikat technique.… pic.twitter.com/L8qfG3JHI9
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥଙ୍କ ପତ୍ନୀ କବିତା ଜଗନ୍ନାଥଙ୍କୁ ଓଡିଶାର ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ପାରମ୍ପରିକ ଇକ୍କତ ଷ୍ଟଲ ଉପହାର ସ୍ବରୂପ ଦେଇଛନ୍ତି । ଗୁଜରାଟ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ଏକ ଶାଗୁଆନ କାଠ ବାକ୍ସରେ ମୋଦି ଏହି ଉପହାର ଦେଇଛନ୍ତି ।
ଏହାବି ପଢନ୍ତୁ- ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ପାଇଁ ଭାରତବର୍ଷ ଏକ ବୈଶ୍ବିକ ମଡେଲ ହେବାକୁ ଯାଉଛି: ଧର୍ମେନ୍ଦ୍ର
ଓଡିଶାର ଉଚ୍ଚକୋଟ୍ଟୀର ଶିଳ୍ପୀଙ୍କ ଦ୍ବାରା ଏହି ଇକ୍କତ ଷ୍ଟଲ ପ୍ରସ୍ତୁତ କରାଯାଇଛି । ଏହା ହେଉଛି ଏକ ପାରମ୍ପରିକ ତୁତ ରେଷମ ବା ମଲବେରୀ ସିଲ୍କ ଓଢଣୀ ଯାହାକି ଉତ୍କୃଷ୍ଟ ଇକ୍କତ ପଦ୍ଧତି ଉପଯୋଗ କରି ବୁଣାଯାଇଛି । ଇକ୍କତ ହେଉଛି ରେଶମ କିମ୍ବା ସୂତାରେ କରାଯାଉଥିବା ଏକ ସୂକ୍ଷ୍ମ ରଙ୍ଗ ପ୍ରକ୍ରିୟା । ଏଥିରେ ସୂତାର ନିର୍ଦ୍ଦିଷ୍ଟ ଭାଗକୁ ବାନ୍ଧିବା ସହ ରଙ୍ଗ କରାଯାଇଥାଏ। ଯେଉଁଥିରେ ବନ୍ଧା ହୋଇଥିବା ଭାଗକୁ ସ୍ପର୍ଶ ନକରି ବିଭିନ୍ନ ରଙ୍ଗର ଆକୃତି ଅଙ୍କା ଯାଇଥାଏ।
ଏହାବି ପଢନ୍ତୁ- ବିଶ୍ବ ଦେଖିଲା ଉତ୍କଳର ଐତିହ୍ୟ: ଜି-୨୦ ସମ୍ମିଳନୀ ସ୍ଥଳରେ ଝଲସିଲା କୋଣାର୍କ ଚକ୍ର
ଏହି ସୂତା ଗୁଡିକ ପରସ୍ପର ସହ ମିଶିବା ଫଳରେ ଏକ ଉଜ୍ଜଳ କପଡା ତିଆରି କରନ୍ତି ଯାହାର ଗାଢ ପୃଷ୍ଠଭୂମି ଉପରେ ଇଷତ ଧଳା ଆକୃତି ସବୁ ସୃଷ୍ଟି ହୋଇଥାଏ। ଇକ୍କତ କାରିଗରୀରେ ସୂକ୍ଷ୍ମତା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥାଏ। ଦ୍ବାଦଶ ଶତାବ୍ଦୀରେ ଓଡିଶାକୁ ସ୍ଥାନାନ୍ତରିତ ହୋଇଥିବା ଶିଳ୍ପୀଙ୍କ ଠାରୁ ଉତ୍ପତ୍ତି ହୋଇଥିବା ଇକ୍କତ କଳା ଓଡିଶା ମାଟିରେ ଅଧିକ ବିକଶିତ ଓ ସମୃଦ୍ଧ ହୋଇଛି। ଅନ୍ୟପଟେ ଇକ୍କତ ଷ୍ଟଲକୁ ଯେଉଁ ବାକ୍ସରେ ଦିଆଯାଇଛି ତାହାକୁ ଗୁଜରାଟର କାରିଗରମାନେ କଠିନ ଓ ଦୀର୍ଘସ୍ଥାୟୀ ଶାଗୁଆନ କାଠରେ ସୁନ୍ଦର କାରୁକାର୍ଯ୍ୟ କରି ତିଆରି କରିଛନ୍ତି।
ଏହାବି ପଢନ୍ତୁ- G20 Summit Dinner: ଡିନର ଟେବୁଲରେ ଏକାଠି ହେବେ ବିଶ୍ବନେତା, ଜାଣନ୍ତୁ Menuରେ କଣ ରହିଛି
ସୂଚନାଯୋଗ୍ୟଯେ ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶାକୁ ଅଜସ୍ର ସମ୍ମାନ କରିଛନ୍ତି । ବିଶ୍ବନେତାଙ୍କୁ ଭାରତ ପଣ୍ଡପମର ସ୍ବାଗତ ସ୍ଥାନରେ କୋଣାର୍କ ଚକ୍ର ସ୍ଥାପନ କରି ଓଡିଆଙ୍କୁ ବଡ ସମ୍ମାନ ଦେଇଥିଲେ । ଯାହା କେବେ କୌଣସି ଓଡିଆ ଜାତି ଭାବିନଥିଲେ । ସେହିପରି ବିମାନ ବନ୍ଦରରେ ବିଶ୍ବନେତାଙ୍କ ସ୍ବାଗତ ପାଇଁ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ଓ ନାଚରେ ସ୍ବାଗତ କରାଯାଇଥିଲା । ଏବେ ପୁଣି ଓଡିଶା କାରିଗରଙ୍କ ଦ୍ବାରା ପ୍ରସ୍ତୁତ ଇକ୍କତ ଷ୍ଟଲ ଉପହାର ଦେଇ ଓଡିଶା ମାନ ସମ୍ମାନକୁ ଜାତୀୟସ୍ତରରେ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।