ETV Bharat / bharat

ବିଦ୍ୟୁତ ବିତରଣରେ କୋଟି କୋଟି ଟଙ୍କାର ମହାଠକେଇ ମାମଲା: ରାଞ୍ଚିରୁ 2 ଅଭିଯୁକ୍ତଙ୍କୁ ଧରିଲା ଓଡ଼ିଶା ପୋଲିସ

author img

By ETV Bharat Odisha Team

Published : Oct 18, 2023, 8:51 AM IST

ବିଦ୍ୟୁତ ବିତରଣରେ କୋଟି କୋଟି ଟଙ୍କାର ମହାଠକେଇ ମାମଲାରେ ସମ୍ପୃକ୍ତ 2 ଅଭିଯୁକ୍ତଙ୍କୁ ଝାଡଖଣ୍ଡର ରାଞ୍ଚି ଅଞ୍ଚଳରୁ ଗିରଫ କଲା ଓଡ଼ିଶା ପୋଲିସ । ରାଞ୍ଚି ପୋଲିସ ସହାୟତାରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛନ୍ତି ଓଡ଼ିଶା କ୍ରାଇମବ୍ରାଞ୍ଚ ଓ ଇଓଡବ୍ଲ୍ୟୁ । ଅଧିକ ପଢ଼ନ୍ତୁ

ବିଦ୍ୟୁତ ବିତରଣରେ କୋଟି କୋଟି ଟଙ୍କାର ମହାଠକେଇ ମାମଲା: ରାଞ୍ଚିରୁ 2 ଅଭିଯୁକ୍ତଙ୍କୁ ଧରିଲା ଓଡ଼ିଶା ପୋଲିସ
ବିଦ୍ୟୁତ ବିତରଣରେ କୋଟି କୋଟି ଟଙ୍କାର ମହାଠକେଇ ମାମଲା: ରାଞ୍ଚିରୁ 2 ଅଭିଯୁକ୍ତଙ୍କୁ ଧରିଲା ଓଡ଼ିଶା ପୋଲିସ

ରାଞ୍ଚି: ଓଡ଼ିଶା କ୍ରାଇମବ୍ରାଞ୍ଚ ଓ ଇଓଡବ୍ଲ୍ୟୁକୁ ବଡ ସଫଳତା । ରାଞ୍ଚି ପୋଲିସ ସହାୟତାରେ ଓଡ଼ିଶାରେ ବିଦ୍ୟୁତ ବିତରଣରେ କୋଟି କୋଟି ଟଙ୍କାର ମହାଠକେଇ ମାମଲାରେ ସମ୍ପୃକ୍ତ 2 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ବିଦ୍ୟୁତ ବିତରଣରେ ଠକେଇ କରି 3 ମାସ ହେଲା ଝାଡଖଣ୍ଡର ରାଞ୍ଚିରେ ଲୁଚି ରହିଥିଲେ ଏହି 2 ଅଭିଯୁକ୍ତ । ଅଭିଯୁକ୍ତମାନଙ୍କ ଘର ବିହାର ହୋଇଥିବା ସୂଚନା ରହିଛି। ତେବେ ଖୁବଶୀଘ୍ର ରାଞ୍ଚିରୁ ଓଡି଼ଶା ଆସିବେ ଏହି 2 ମହାଠକ ।

ରାଞ୍ଚି ପୋଲିସ ସହାୟତାରେ ଓଡିଶା କ୍ରାଇମବ୍ରାଞ୍ଚ ଓ ଅର୍ଥନୈତିକ ଅପରାଧିକ ଶାଖାକୁ ବଡ ସଫଳତା ମିଳିପାରିଛି । ବିଦ୍ୟୁତ ବିଭାଗରେ ଠକେଇ ମାମଲାରେ ଜଡ଼ିତ 2 ଅଭିଯୁକ୍ତକୁ ରାଞ୍ଚିରୁ ଗିରଫ କରିଛି ପୋଲିସ । ଓଡ଼ିଶାରେ କୋଟି କୋଟି ଟଙ୍କା ଲୁଟି ରାଞ୍ଚିରେ ଲୁଚିଥିଲେ ଏହି ଅଭିଯୁକ୍ତମାନେ । ରାଞ୍ଚି ପୋଲିସର ସହୟତାରେ ରାଞ୍ଚିର ପୁନ୍ଦାଗ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ 2 ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ ।

ଏହାମଧ୍ୟ ପଢନ୍ତୁ..ବିଦ୍ୟୁତ ଯୋଗାଣରେ ଅନିୟମିତତାକୁ ନେଇ ତାତିଲା ବିଜେପି, TPNODL କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଅଭିଯୁକ୍ତ ବିହାରର ହୋଇଥିବା ସୂଚନା: ରାଞ୍ଚିର ବରିଷ୍ଠ ଏସ୍‌ପି ଚନ୍ଦନ ସିହ୍ନାଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ବିଜୁଳି ବିତରଣରେ ମହାଠକେଇ ସହ ଜଡ଼ିତ ଏକ ମାମଲାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଓଡ଼ିଶା ପୋଲିସ ରାଞ୍ଚି ପୋଲିସର ସହାୟତା ମାଗିଥିଲା । ଏହି ମାମଲାର ଯାଞ୍ଚ ଓଡ଼ିଶା ସିଆଇଡିର ଅର୍ଥନୈତିକ ଅପରାଧିକ ଶାଖା ଓ କ୍ରାଇମ୍‌ ବ୍ରାଞ୍ଚ ଦ୍ବାରା କରାଯାଉଛି । ସୂଚନା ମିଳିବା ପରେ ରାଞ୍ଚି ପୋଲିସ ଦ୍ବାରା ଓଡ଼ିଶା ପୋଲିସକୁ ସହଯୋଗ କରିଥିଲା । ରାଞ୍ଚି ପୋଲିସ ଓ ଓଡ଼ିଶା ପୋଲିସ ମିଳିତ ସହାୟତାରେ କୋଟିକୋଟି ଟଙ୍କା ଠକେଇ ମାମଲାରେ ଜଡ଼ିତ ଥିବା 2 ଅଭିଯୁକ୍ତଙ୍କୁ ପୁଦାଙ୍ଗ ଅଞ୍ଚଳରୁ ଗିରଫ କରାଯାଇଥିଲା । ତେବେ ଗିରଫ ଅଭିଯୁକ୍ତ ଅମର ଡେନିସ ଓ ପିୟୁଷ କୁମାର ଓରଫ ନିଶାନ୍ତ ବିହାରର ଭାଗଲପୁର ଜିଲ୍ଲାର ହୋଇଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ..ହୋସ୍ ଉଡ଼ାଇଲା ବିଜୁଳି ବିଲ୍, ସିଙ୍ଗଲ ବେଡରୁମ ପାଇଁ ଆସିଲା ୪ ଲକ୍ଷ ଟଙ୍କା

3 ମାସ ହେଲା ପୁଦାଙ୍ଗରେ ଲୁଚିଥିଲେ 2 ଅଭିଯୁକ୍ତ: ଓଡ଼ିଶା କ୍ରାଇମ ବ୍ରାଞ୍ଚ୍‌ର ଡିଏସ୍‌ପି ପ୍ରଦୀପ୍ତାଙ୍କ ନେତୃତ୍ବରେ ଝାଡ଼ଖଣ୍ଡ ଯାଇଥିବା ଓଡିଶା ପୋଲିସର ଏକ ଟିମ୍‌ ରାଞ୍ଚି ପୋଲିସ ସହ ମିଶି ପୁନ୍ଦାଙ୍ଗର ବିମଲ ଶ୍ୟାମଲ ବିହାର ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା । ଏହି ସମୟରେ ପିୟୁଷ ଓ ନିଶାନ୍ତ ସେଠାରେ ଲୁଚି ରହିଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା । 2 ଜଣଯାକ ଗତ 3 ମାସ ହେଲା ସେଠାରେ ଲୁଚି ରହିଥିବା ସୂଚନା ରହିଛି । ତେବେ ଟେକ୍ନିକାଲ ସେଲ୍‌ର ସୂଚନା ଆଧାରରେ ଲୋକେସନ୍‌ ଯାଞ୍ଚ ବେଳେ 2 ଜଣଙ୍କ ରାଞ୍ଚିରେ ରହୁଥିବା ଜଣାପଡ଼ିଥିଲା ଓ ଏହାପରେ ପୋଲିସ ସେଠାକୁ ଯାଇ ତାଙ୍କୁ ଗିରଫ କରିଛି । ଗିରଫ କରାଯାଇଥିବା 2 ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଓଡ଼ିଶାକୁ ଅଣାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.