ETV Bharat / bharat

ପୁଣି ଜଣେ ଓଡିଆଙ୍କୁ ଗୁରୁ ଦାୟିତ୍ବ: ବୈଜ୍ଞାନିକ ଅଜିତ ମହାନ୍ତି ହେଲେ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ

author img

By

Published : Apr 30, 2023, 7:55 PM IST

ବିଶିଷ୍ଟ ଓଡିଆ ପରମାଣୁ ବୈଜ୍ଞାନିକ ଡ.ଅଜିତ ମହାନ୍ତି ହେଲେ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ । 2019ରୁ ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଅଛନ୍ତି । ଅଧିକ ପଢନ୍ତୁ

ପୁଣି ଜଣେ ଓଡିଆଙ୍କୁ ଗୁରୁ ଦାୟିତ୍ବ: ବୈଜ୍ଞାନିକ ଅସିତ ମହାନ୍ତି ହେଲେ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ

ହାଇଦ୍ରାବାଦ: ସର୍ବଭାରତୀୟ ସ୍ତରରେ ପୁଣି ଜଣେ ଓଡିଆଙ୍କୁ ଗୁରୁ ଦାୟିତ୍ବ । ଏଥର ଶାସନ, ପ୍ରଶାସନ ନୁହେଁ ବରଂ ଦେଶର ଆଣବିକ ଶକ୍ତି ବ୍ୟାପାରର ନେତୃତ୍ବ ନେବେ ଓଡିଆ ପୁଅ । ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଡ.ଅଜିତ ମହାନ୍ତି ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ମୁମ୍ବାଇରେ ଥିବା ଦେଶର ସର୍ବବୃହତ ପରମାଣୁ ଗବେଷଣା କେନ୍ଦ୍ର ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର (BARC)ର ନିର୍ଦ୍ଦେଶକ ଥିବା ଡ.ଅଜିତ ମହାନ୍ତି ଏବେ କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ବିଭାଗର ସଚିବ ସହ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ଭାବେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । କ୍ଯାବିନେଟ ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି ।

ବୈଜ୍ଞାନିକ ଅସିତ ମହାନ୍ତି ହେଲେ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ

ଦାୟିତ୍ବ ଗ୍ରହଣ କରିବା ପରଠାରୁ 66 ବର୍ଷ ବୟସ ପର୍ଯ୍ୟନ୍ତ ତଥା 2025 ମସିହା ଅକ୍ଟୋବର 10 ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ । ପରେ ଆବଶ୍ୟକ ପଡିଲେ ତାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ବୃଦ୍ଧି କରିବା ପାଇଁ ମଧ୍ୟ ବିଚାର କରିପାରନ୍ତି । 2019 ମସିହା ମାର୍ଚ୍ଚ 12 ତାରିଖରେ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର 13ତମ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଡ. ମହାନ୍ତି । ଏବେ ମଧ୍ୟ ସେ ଏହି ଦାୟିତ୍ବରେ ଥିବା ବେଳେ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ମଧ୍ୟ ହୋଇଛନ୍ତି ।

ଡ.ଅଜିତ ମହାନ୍ତି 1959 ମସିହାରେ ଓଡିଶାରେ ଜନ୍ମଗ୍ରହଣ କରିଥିଲେ । 1979 ରେ ବାରିପଦା ଏମପିସି କଲେଜରୁ ଫିଜିକ୍ସିରେ ଡିଗ୍ରୀ ଶେଷ ପରେ 1983ରେ କଟକର ରେଭେନ୍ସା କଲେଜରୁ ଫିଜିକ୍ସରେ ସ୍ନାତ୍ତୋକତର ଶିକ୍ଷା ଶେଷ କରିଥିଲେ । ପରେ ସେ ମୁମ୍ବାଇ ସ୍ଥିତ ପ୍ରତିଷ୍ଠିତ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ଟ୍ରେନିଂ ସ୍କୁଲରୁ 26ତମ ବ୍ୟାଚରେ ପ୍ରଶିକ୍ଷଣ ଶେଷ କରିଥିଲେ । ପ୍ରଶିକ୍ଷଣ ଶେଷ କରିବା ପରେ ସେହିଠାରେ ହିଁ ଆଣବିକ ଫିଜିକ୍ସ ଡିଭିଜନରେ କନିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ସେ ପରେ ପିଏଚଡି ମଧ୍ୟ ଶେଷ କରିଥିଲେ । ଏବେ ସଂସ୍ଥାର ମୁଖ୍ୟ ଭାବେ କାର୍ଯ୍ୟରତ ଥିବା ଡ.ଅଜିତ ମହାନ୍ତି ଏବେ ଦେଶର ଆଣବିକ ଆୟୋଗର ଅଧ୍ୟକ୍ଷ ଭାବେ ନୂତନ ଦାୟିତ୍ବ ପାଇଛନ୍ତି ।

ପୂର୍ବରୁ ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ବ କରୁଥିବା ଓଡିଆଙ୍କ ମଧ୍ୟରେ ସାମିଲ ହୋଇଛି ଡ.ଅଜିତ ମହାନ୍ତିଙ୍କ ନାମ । ପୂର୍ବରୁ ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ରିଜର୍ଭ ବ୍ୟାଙ୍କ ଗଭର୍ନର ଶଶିକାନ୍ତ ଦାସ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ଡ.ମୃତ୍ୟୁଞ୍ଜୟ ମହାପାତ୍ର, ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଓଡିଶା ପାଇଁ ଗର୍ବ ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.