ETV Bharat / bharat

Gujarat Assembly poll: ବିଜେପି ବିଜୟରେ ଓଡ଼ିଆ ପୁଅଙ୍କ ସେଲିବ୍ରେସନ, ଗାନ୍ଧୀଙ୍କ ବେଶରେ ଆସିଲେ ନଜର - ଗାନ୍ଧୀଙ୍କ ଭୂମିକାରେ ଓଡିଆ ପୁଅ

ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ବିଜେପିର ବିଜୟ ଉତ୍ସବରେ ସାମିଲ ହେଲେ ଓଡ଼ିଆ ପୁଅ ମୋହନ ମହାପାତ୍ର । ସେ ନିଜକୁ ରଙ୍ଗାୟିତ କରିବା ସହ ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ଆସି ସେଲିବ୍ରେସନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Gujarat Assembly poll: ବିଜେପି ବିଜୟରେ ଓଡ଼ିଆ ପୁଅଙ୍କ ସେଲିବ୍ରେସନ, ଗାନ୍ଧୀଙ୍କ ବେଶରେ ଆସିଲେ ନଜର

author img

By

Published : Dec 8, 2022, 10:34 PM IST

ଗାନ୍ଧୀନଗର: ଗୁଜୁରାଟରେ ବିଜେପିର ବମ୍ପର ବିଜୟ ହୋଇଛି (Gujarat Assembly Poll) । ଲଗାତାର ସପ୍ତମ ଥର ଲାଗି ରାଜ୍ୟରେ ଶାସନ କରିବାକୁ ଯାଉଛି ଗୈରିକ ଦଳ । ରାଜ୍ୟରେ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ୱୀ ଥିବା କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ଗୈରିକ ଦଳର ଐତିହାସିକ ବିଜୟ ପରେ ବିଜେପି କର୍ମୀଙ୍କ ମଧ୍ୟରେ ଜୋରଦାର ସେଲିବ୍ରେସନ ଦେଖିବାକୁ ମିଳିଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ମହାତ୍ମା ଗାନ୍ଧୀଙ୍କ ବେଶଧାରୀ ଓଡ଼ିଆ ଯୁବକ ମୋହନ ମହାପାତ୍ର (Odia man Mohan Mohapatra) । ସେ ସିଲଭର ରଙ୍ଗରେ ନିଜକୁ ରଙ୍ଗାୟିତ କରିବା ସହ ଅହମ୍ମଦାବାଦରେ ବିଜେପିର ବିଜୟକୁ ସେଲିବ୍ରେସନ କରିଛନ୍ତି (Celebration of BJP victory in Gujarat Assembly polls) ।

ମନୋଜ ଅବିକଳ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି । ହାତରେ ସେ ବାଡି ଧରିବା ସହ ବିଜେପିର ଚିହ୍ନ ପଦ୍ମ ସହ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋଚିତ୍ରକୁ ଧରିଛନ୍ତି । ବିଜେପିର ବିଜୟ ଉତ୍ସବରେ ସେ ନିଜକୁ ସାମିଲ କରିଥିବା ଦେଖିବାକୁ ମିଳିଛି । ସେ ମୋଦିଙ୍କ ପ୍ରଶଂସକ ହୋଇଥିବା ବେଳେ ବିଜେପିର ବିଜୟକୁ ନେଇ ଖୁସି ଜାହିର କରିଛନ୍ତି । ଅହମ୍ମଦାବାଦରେ ମୋହନଙ୍କୁ ଏପରି ବେଶଭୂଷାରେ ଦେଖିବାକୁ ମିଳିଥିବା ବେଳେ ତାଙ୍କୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମିଥିଲା ଏବଂ କିଛି ଲୋକ ତାଙ୍କ ସହିତ ସେଲ୍ଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- PM Modi Thanks Party Workers: ଫଳାଫଳ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ସୂଚନା ଥାଉ କି ଗୁଜୁରାଟ ବିଧାନସଭା ନିର୍ବାଚନରେ ମୋଟ ୧୮୨ଟି ଆସନରୁ ଗୈରିକ ଦଳ ୧୫୬ଟି ଆସନରେ ବିଜୟ ଲାଭ କରିଛି । ସେପଟେ କଂଗ୍ରେସକୁ ମାତ୍ର ୧୭ଟି ଭୋଟ ମିଳିଥିବା ବେଳେ ଆପ୍‌ର ପ୍ରଦର୍ଶନ ଶୋଚନୀୟ ରହିଛି । ନିର୍ବାଚନ ଲାଗି ଆପ୍‌ ଜୋରଦାର ପ୍ରଚାର କରିଥିବା ବେଳେ ଭୋଟରଙ୍କ ଉପରେ ସେତେଟା ପ୍ରଭାବ ବିସ୍ତାର କରିପାରିନାହିଁ । ଆପ୍‌ ମାତ୍ର ୫ଟି ଆସନରେ ବିଜୟ ହୋଇଛି । ବିଜୟ ପରେ ବିଜେପି କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ରାଜ୍ୟ ଓ ନୂଆଦିଲ୍ଲୀ ପାର୍ଟି ଅଫିସରେ କର୍ମୀଙ୍କ ଜୋରଦାର ସେଲିବ୍ରେସନ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.