ETV Bharat / bharat

ସିକନ୍ଦରାବାଦ ଲଜ୍‌ରେ ଅଗ୍ନିକାଣ୍ଡ, ଶ୍ୱାସରୁଦ୍ଧ ହୋଇ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ

author img

By

Published : Sep 13, 2022, 3:42 PM IST

Updated : Sep 13, 2022, 5:15 PM IST

ହାଇଦ୍ରାବାଦର ଏକ ଲଜ୍‌ରେ ଭୀଷଣ ଅଗ୍ନିକାଣ୍ଡ ଘଟି ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ସିକନ୍ଦରାବାଦ ଅଞ୍ଚଳରେ ଥିବା 'ରୁବି ଲଗ୍‌ଜରୀ ପ୍ରାଇଡ' ନାମକ ଲଜ୍‌ରେ ଏହି ନିଆଁ ଲାଗିଥିଲା । ଅଧିକ ପଢ଼ନ୍ତୁ

Odia couple died in Telengana after fire breakout in a lodge at Sikanderabad
ସିକନ୍ଦରାବାଦ ଲଜ୍‌ରେ ଅଗ୍ନିକାଣ୍ଡ, ସ୍ବାଶରୁଦ୍ଧ ହୋଇ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ଲଜ୍‌ରେ ଭୟାବହ ଅଗ୍ନିକାଣ୍ଡରେ ୮ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଓଡ଼ିଆ ଦମ୍ପତି ମଧ୍ୟ ରହିଛନ୍ତି । ମୃତକ ଚନ୍ଦନ ଜେଠି ଓ ତାଙ୍କ ପତ୍ନୀ ମିତାଲି ମହାପାତ୍ର ଜେଠି ବୋଲି ଜଣାପଡ଼ିଛି । ରୁବି ଲଗ୍‌ଜରୀ ପ୍ରାଇଡ' ନାମକ ଲଜ୍‌ରେ ଏହି ନିଆଁ ଲାଗିଥିଲା । ଯାହାଫଳରେ ଶ୍ବାସରୁଦ୍ଧ ହୋଇ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଓଡ଼ିଆ ଦମ୍ପତିଙ୍କ ମୃତଦେହ ଗାନ୍ଧୀ ହସ୍ପିଟାଲ୍‌ରେ ରଖାଯାଇଛି ।

ହାଇଦ୍ରାବାଦରେ ଓଡ଼ିଆ ଦମ୍ପତି ମୃତ

ତେଲେଙ୍ଗାନାର ସିକନ୍ଦରାବାଦ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ଇଲେକ୍ଟ୍ରିକ୍‌ ବାଇକ୍‌ ସୋ ରୁମ୍‌ର ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଗାଡ଼ି ଚାର୍ଜିଂ ପଏଣ୍ଟରେ ସର୍ଟ ସର୍କିଟ୍‌ ପରେ ଏକ ବ୍ୟାଟେରୀ ଫାଟି ଯାଇଥିଲା । ଯାହାଫଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ବେଳେ ବିଲ୍ଡିଂରେ ୨୫ ଜଣ ଲୋକ ରହିଥିଲେ । ଅଗ୍ନିକାଣ୍ଡ ବେଳେ ବଲ୍ଡିଂର ବେସ୍‌ମେଣ୍ଟ୍‌ରେ ୪୦ଟି ଇଲେକ୍ଟ୍ରିକ୍‌ ଗାଡ଼ି, ୪ଟି ବ୍ୟବସାୟିକ ସିଲିଣ୍ଡର, ଗୋଟିଏ ଜେନେରେଟର ରହିଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ରହିଛି ।

ସଫ୍ଟୱେୟାର ଇଞ୍ଜିନିୟର ଥିଲେ ଚନ୍ଦନ

ଓଡ଼ିଆ ଦମ୍ପତି ବାଙ୍ଗାଲୋରରେ ରହୁଥିଲେ । ତେବେ କୌଣସି ଏକ ଟ୍ରେନିଂ ପ୍ରୋଗ୍ରାମ ପାଇଁ କିଛି ଦିନ ହେଲା ହାଇଦ୍ରାବାଦ ଆସିଥିଲେ । ଏହାକୁ ନେଇ ମୃତକଙ୍କ ବଡ଼ ଭାଇ ସୂଚନା ଦେଇଛନ୍ତି, "ଅଗ୍ନିକାଣ୍ଡ ପରେ ବାହାରକୁ ବାହାରିବା ପାଇଁ ଥିବା ଇଲେକ୍ଟ୍ରିକ୍‌ ଅଟୋମେଟେଡ୍‌ ଡୋର କାମ କଲାନି । ଫଳରେ ସ୍ବାଶରୁଦ୍ଧ ହୋଇ ଉଭୟଙ୍କ ମୃତ୍ୟୁ ହୋଇଛି । ମୋ ଭାଇ ବାଙ୍ଗାଲୋରରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ପତ୍ନୀ ଏକ ସ୍କିନ୍‌ କେୟାର କମ୍ପାନୀରେ ଜଣେ ବିୟୁଟି କନ୍‌ସଲଟେଣ୍ଟ୍‌ ଥିଲେ ।"

ଏହା ବି ପଢନ୍ତୁ- ସିକନ୍ଦରାବାଦର ଲଜ୍‌ରେ ଅଗ୍ନିକାଣ୍ଡ, ଓଡ଼ିଆ ଦମ୍ପତିଙ୍କ ସମେତ ୮ ପର୍ଯ୍ୟଟକ ମୃତ

ଏଭଳି ହୋଇଥିଲା ମୃତ୍ୟୁ

ଏହି ଅଗ୍ନିକାଣ୍ଡକୁ ନେଇ ହାଇଦ୍ରାବାଦ ପୋଲିସ କମିଶନର ସିଭି ଆନନ୍ଦ କହିଛନ୍ତି, "ହୋଟେଲର ୪ଟି ଫ୍ଲୋର୍‌ରେ ମୋଟ ୨୩ଟି ରୁମ୍‌ ରହିଛି । ସିଡ଼ି ଜରିଆରେ ନିଆଁ ଧୂଆଁ ବାକି ବିଲ୍ଡିଂରେ ପହଞ୍ଚିଥିଲା । ଧୂଆଁ ଯୋଗୁଁ ପ୍ରଥମ ଓ ଦ୍ବିତୀୟ ବିଲ୍ଡିଂରେ ଥିବା ୮ଜଣଙ୍କ ମୃତ୍ୟୁ ହୋଇଛି ।"

ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ବିଲ୍ଡିଂ ଉପରକୁ କେତେ ଡେଇଁ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଧୂଆଁ ଏତେ ଭୀଷଣ ଥିଲା ଯେ, କେହି ବାହାରକୁ ବାହାରିବା ପାଇଁ ରାସ୍ତା ପାଇନଥିଲେ । ଅଗ୍ନିକାଣ୍ଡ ଖବର ପାଇଁ ଦୁଇଟି ଅଗ୍ନିଶମ ବାହିନୀ ଟିମ୍‌ ପହଞ୍ଚି କ୍ରେନ୍‌ ଲାଡର ଜରିଆରେ ଲୋକଙ୍କୁ ଉଦ୍ଧାର କରିଛି । ଆହତମାନଙ୍କୁ ହାଇଦ୍ରାବାଦର ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ସେପଟେ ହାଇଦ୍ରାବାଦ ଅଗ୍ନିକାଣ୍ଡକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ନରେନ୍ଦ୍ର ମୋଦି କହିଛନ୍ତି, "ସିକନ୍ଦରାବାଦରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ଜୀବନହାନୀ ଖବର ଅତ୍ୟନ୍ତ ଦୁଃଖଦାୟକ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ । ଆହତଙ୍କୁ ୫୦ ହଜରା ଟଙ୍କା ଅନୁକମ୍ପାରାଶି ପ୍ରଦାନ କରାଯିବ ।"

Last Updated : Sep 13, 2022, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.