ETV Bharat / bharat

ଦିଲୀପଙ୍କ ଦାବି, ସିନ୍ଦୁର ଲଗାଇ ଭାରତୀୟ ସଂସ୍କୃତିକୁ ଲଜ୍ଜିତ କରିଛନ୍ତି ନୁସରତ

author img

By

Published : Jun 23, 2021, 6:48 PM IST

ନୁସରତ ଜହାଁ ଭାରତୀୟ ସଂସ୍କୃତିକୁ ଲଜ୍ଜିତ କରିଥିବା ଦାବି କରିଛନ୍ତି ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ । ଅଧିକ ପଢନ୍ତୁ...

ଦିଲୀପଙ୍କ ଦାବି, ସିନ୍ଦୁର ଲଗାଇ ଭାରତୀୟ ସଂସ୍କୃତିକୁ ଲଜ୍ଜିତ କରିଛନ୍ତି ନୁସରତ
ଦିଲୀପଙ୍କ ଦାବି, ସିନ୍ଦୁର ଲଗାଇ ଭାରତୀୟ ସଂସ୍କୃତିକୁ ଲଜ୍ଜିତ କରିଛନ୍ତି ନୁସରତ

କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ନୁସର ଜହାଁଙ୍କୁ ନେଇ ବଢୁଛି ବିବାଦ । ସମାଲୋଚନାର ସାମ୍ନା କରୁଛନ୍ତି ଟିଏମସି ସାଂସଦ । ନୁସରତ ଭାରତୀୟ ସଂସ୍କୃତିକୁ ଲଜ୍ଜିତ କରିଥିବା ଦାବି କରିଛନ୍ତି ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ।

ଦିଲୀପ ଘୋଷ କହିଛନ୍ତି, ନୁସରତ ଜହାଁ ଜଣେ ମହିଳା ସାଂସଦ । ସେ ସିନ୍ଦୁର ଲଗାଇଥିଲେ । ଜଣଙ୍କୁ ସ୍ବାମୀ ରୂପରେ ସମ୍ବୋଧିତ କରିଥିଲେ । ବିବାହ ରିସେପସନ ଭୋଜିରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଥିଲେ । ହେଲେ ଏବେ କହୁଛନ୍ତି ସେ ବିବାହିତ ନୁହନ୍ତି । ସେ ଭାରତୀୟ ସଂସ୍କୃତିକୁ ଲଜ୍ଜିତ କରିଥିବା କହିଛନ୍ତି ଦିଲୀପ ।

ପଶ୍ଚିମବଙ୍ଗର ଟିଏମସି ସାଂସଦ ନୁସରତ ଜହାଁଙ୍କ ସମ୍ପର୍କରେ ରାଜନୀତି ତୀବ୍ର ହେବାରେ ଲାଗିଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛି ବିଜେପି ।

ଅନ୍ୟପକ୍ଷେ ଟିଏମସି ଏହି ପ୍ରସଙ୍ଗକୁ ରାଜନୀତିକରଣ କରାଯାଉଥିବା ଅଭିଯୋଗ କରିଛି । ଏପଟେ ନୁସରତ ବୈବାହିକ ଜୀବନ ବିଷୟରେ ଲୁଚାଇ ସଂସଦରେ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗରେ ତାଙ୍କ ସାଂସଦପଦ ରଦ୍ଧ କରିବାକୁ ଦାବି କରିଛି ଭାରତୀୟ ଜନତା ପାର୍ଟି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.