ETV Bharat / bharat

ନର୍ସଙ୍କ କାରନାମା: ପ୍ରେମିକ ସହ ମିଶି ଚୋରାରେ ବିକ୍ରି କରୁଥିଲେ ରେମଡେସିଭିର - ନର୍ସଙ୍କ କାର୍ଣ୍ଣାମା

ମଧ୍ୟପ୍ରଦେଶରେ ଏକ ହସ୍ପିଟାଲରେ ପ୍ରେମିକଙ୍କ ସହ ମିଶି ନର୍ସ ରେମଡେସିଭିରର କଳା ବ୍ୟବସାୟ କରୁଥିବା ଜଣାପଡିଛି । ଅଧିକ ପଢନ୍ତୁ...

ପ୍ରେମିକଙ୍କ ସହ ମିଶି ନର୍ସଙ୍କ କାରନାମା, କଳାରେ ବିକୁଥିଲେ ରେମଡେସିଭିର

author img

By

Published : Apr 24, 2021, 1:14 PM IST

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ କୋଭିଡ ହସ୍ପିଟାଲରେ ରେମଡେସିଭିର ଇଞ୍ଜେକସନ କଳାରେ ବିକ୍ରି ହେଉଥିବା ଅଭିଯୋଗ ଆସିଛି । ତେବେ ଏହି କୋଭିଡ ହସ୍ପିଟାଲରେ କାର୍ଯ୍ୟ କରୁଥିବା ନର୍ସ ଶାଲିନି ବର୍ମା ନିଜ ପ୍ରେମିକଙ୍କ ସହିତ ମିଶି ଏହି ଅପରାଧିକ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ଉଭୟ ପୋଲିସ ସମ୍ମୁଖରେ ପଚରାଉଚୁରା ସମୟରେ ନିଜ ଦୋଷ ମାନିଥିବା ପୋଲିସ ସୂଚନା ଦେଇଛି ।

କୋଭିଡ ସମୟରେ ନର୍ସ ଆଦି ସ୍ବାସ୍ଥ୍ୟକର୍ମୀମାନଙ୍କୁ କୋଭିଡ଼ ଯୋଦ୍ଧା ଭାବେ ବିବେଚନା କରାଯାଉଥିବା ବେଳେ ଏଭଳି ଜଣେ ନର୍ସଙ୍କ ନିନ୍ଦନୀୟ କାର୍ଯ୍ୟ ସାମନାକୁ ଆସିଛି । ଏହି ନର୍ସ ଜଣକ କୋଭିଡ ଆକ୍ରାନ୍ତଙ୍କୁ ରେମଡେସିଭିର ଇଞ୍ଜେକ୍ସନ ବଦଳରେ ସାଧାରଣ ଇଞ୍ଜେକସନ ଦେଉଥିବା ଜଣାପଡିଛି । ଏହାପରେ ଉକ୍ତ ଆକ୍ରାନ୍ତଙ୍କୁ ଦେବାକୁ ଥିବା ରେମଡେସିଭିର ଇଞ୍ଜେକସନକୁ ସେ ନିଜ ପ୍ରେମିକ ଝାଲଖାନଙ୍କୁ ଦେଉଥିଲେ । ଏହାପରେ ସେମାନେ ରେମଡେସିଭିର ଇଞ୍ଜେକସନକୁ କଳାରେ ବିକ୍ରି କରିବା ସହିତ ପ୍ରାୟ 20 ହଜାର ଟଙ୍କା ରୋଜଗାର କରିଥିବା ପୋଲିସ ସୂଚନା ଦେଇଛି ।

କୋଭିଡ ଆକ୍ରାନ୍ତଙ୍କ ନିକଟକୁ ସେମାନଙ୍କ ସମ୍ପର୍କୀୟଙ୍କୁ ଛଡାଯାଉନଥିବାରୁ ଏହାର ସୁଯୋଗ ନେଇ ନର୍ସ ଏଭଳି କରୁଥିଲେ । ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଉଭୟଙ୍କୁ ଅଟକ ରଖିଥିଲା । ତେବେ ତଦନ୍ତ ସମୟରେ ସେମାନେ ନିଜ ଦୋଷ ସ୍ବୀକାର କରିଥିବା ପୋଲିସ କହିଛି । ଚୋରି କରିଥିବା ରେମଡେସିଭିରକୁ ସେମାନେ ଅନଲାଇନରେ ବିକ୍ରି କରୁଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ କମ ଦରମା ଦେଉଥିବାରୁ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ସେମାନେ ଏପରି କରିଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.