ETV Bharat / bharat

‘ସଜାଗ’ର ଜଳାବତରଣ ଉତ୍ସବରେ ସାମିଲ ହେଲେ ଅଜିତ ଡୋଭାଲ, ଗୋଆ ସିପ ୟାର୍ଡ କଲେ ପରିଦର୍ଶନ - ଦକ୍ଷିଣ ନୌସେନା କମାଣରେ ଡୋଭାଲ

ଗୋଆ ସିପ ୟାର୍ଡ ପରିଦର୍ଶନ କିରଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଅଧିକ ପଢନ୍ତୁ...

ଦକ୍ଷିଣ ନୌସେନା କମାଣ ପରିଦର୍ଶନ କଲେ ଏନଏସଏ ଡୋଭାଲ

author img

By

Published : May 29, 2021, 10:29 PM IST

ପାନାଜୀ: କୋଷ୍ଟଗାର୍ଡ ଜାହାଜ ‘ସଜାଗ’ର ଜଳାବତରଣ ଉତ୍ସବରେ ସାମିଲ ହେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲ । ଏହା ସହ ଗୋଆ ସିପ ୟାର୍ଡ ପରିଦର୍ଶନ କରିଛନ୍ତି ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ । ଯୁଦ୍ଧ ଜାହାଜ ସଜାଗର ଜଳାବତରଣ କାର୍ଯ୍ୟକ୍ରମରେ ଏନଏସଏ ଡୋଭାଲ ପରିଦର୍ଶନ କରିଥିବା ଜଣାପଡିଛି । ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ସାମୁଦ୍ରିକ ସଶସ୍ତ୍ର ବାହିନୀ ପାଇଁ ଜାହାଜ ନିର୍ମାଣ ଓ ବିକାଶ ପାଇଁ ଗୋଆ ସିପ ୟାର୍ଡକୁ ପ୍ରଶଂସା କରିଛନ୍ତି ଏନଏସଏ ଡୋଭାଲ ।

ଦକ୍ଷିଣ ନୌସେନା କମାଣ ପରିଦର୍ଶନ କଲେ ଏନଏସଏ ଡୋଭାଲ
ଦକ୍ଷିଣ ନୌସେନା କମାଣ ପରିଦର୍ଶନ କଲେ ଏନଏସଏ ଡୋଭାଲ

ସେହିପରି ଅଜିତ ଡୋଭାଲ ଗୋଆ ଜାହାଜ ନିର୍ମାଣ ସଂସ୍ଥାକୁ ପ୍ରଶଂସା କରିଥିଲେ । ଭାରତର ଏହି ସ୍ବଦେଶୀ ନିର୍ମାଣ ଯାହା ଭାରତୀୟ କୋଷ୍ଟ ଗାର୍ଡ (ଆଇସିଜି)କୁ ଶକ୍ତିଶାଳୀ କରିବା ସହ ଭାରତ ମହାସାଗର ଅଞ୍ଚଳ (IOR) ଓ ଏହାର ଆଖପାଖରେ ଆହୁରି ସକ୍ଷମତାର ସହ କାର୍ଯ୍ୟ କରିବା ପାଇଁ ସକ୍ଷମତା ପ୍ରଦାନ କରିବ । ମଧ୍ୟରେ ତଥା ବାହାରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରିବାକୁ ସକ୍ଷମ କରିବ । ତେବେ ଆଜି ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି ଯୁଦ୍ଧ ଜାହାଜ ସଜାଗ । ଆଜି ଏହାକୁ ଜଳାବତରଣ କାରଯିବା ସହ ବିଧିବଦ୍ଧ ଭାବେ ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ କରାଯାଇଛି । ଯାହାକି ଗୋଆ ସିପ ୟାର୍ଡରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.