ଥିରୁଅନନ୍ତପୁରମ: ସୋସିଆଲ ମିଡିଆରେ ବିଜେପି ନେତାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ କେରଳରେ ଜଣେ ଏନଆରଆଇ ଗିରଫ ହୋଇଛନ୍ତି । ମଙ୍ଗଳବାର କେରଳ ପୋଲିସ ନନ ରେସିଡେଣ୍ଟ ଇଣ୍ଡିଆନ(ଏନଆରଆଇ) ଆଜିନାସଙ୍କୁ ଗିରଫ କରିଛି ।
କେରଳର ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୁରେନ୍ଦ୍ରନ ଓ ତାଙ୍କ ଝିଅଙ୍କ ଫଟୋ ଉପରେ ଏନଆରଆଇ ଆପତ୍ତିଜନକ ଟିପ୍ପଣୀ ଦେବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।
ଏନଆରଆଇଙ୍କ ଏହି ଟିପ୍ପଣୀ ପରେ ଅନେକ ସୋସିଆଲ ମିଡିଆ ୟୁର୍ଜସ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଗିରଫ କରିବାକୁ ଜୋରଦାର ବିକ୍ଷୋଭ କରିଥିଲେ । ଏହାସହ ତାଙ୍କ ବିରୋଧରେ ରାଜ୍ୟ ସାରା ମାମଲା ରୁଜୁ କରାଯାଇଥିଲା ।
@IANS