ETV Bharat / bharat

ବ୍ରେନ ଟ୍ୟୁମର ଚିହ୍ନଟ ନେଇ ନୂଆ ଗବେଷଣାତ୍ମକ ତଥ୍ୟ

author img

By

Published : Mar 20, 2021, 3:24 PM IST

ବ୍ରେନ ଟ୍ୟୁମରର ଗ୍ରେଡିଂ ଗୁରୁତ୍ୱପୂର୍ଣ୍ଣ । କାରଣ ଲୋୟର ଗ୍ରେଡ ଟ୍ୟୁମର ଦୀର୍ଘ ସମୟ ଧରି ସୁପ୍ତ ବା ନିଷ୍କ୍ରିୟ ଅବସ୍ଥାରେ ରହେ । ଏଥିପାଇଁ ହାଇରିସ୍କ ସର୍ଜରୀ ବା ରେଡିଓଥେରାପି ଓ କେମୋଥେରାପି ପରି କଠିନ ଓ କଷ୍ଟକର ଚିକିତ୍ସା ଦରକାର ପଡେ ନାହିଁ । ଗ୍ରେଡ୍‌-୨ ଟ୍ୟୁମର କର୍କଟରେ ପରିଣତ ହେବା ଆଶଙ୍କା ଥାଏ । ଅଧିକ ପଢନ୍ତୁ...

ବ୍ରେନ ଟ୍ୟୁମର ଚିହ୍ନଟ ନେଇ ନୂଆ ଗବେଷଣାତ୍ମକ ତଥ୍ୟ
ବ୍ରେନ ଟ୍ୟୁମର ଚିହ୍ନଟ ନେଇ ନୂଆ ଗବେଷଣାତ୍ମକ ତଥ୍ୟ

ଏକ ସାଧାରଣ ବ୍ଲଡ ଟେଷ୍ଟ ଯଦି କରାଯାଏ, ତାହା ହେଲେ ନିର୍ଦ୍ଦିଷ୍ଟ ଧରଣର ବ୍ରେନ ଟ୍ୟୁମର ପାଇଁ ଆବଶ୍ୟକ ହେଉଥିବା ଇଂଟ୍ରୁସିଭ ସର୍ଜରୀ ଦରକାର ପଡିବ ନାହିଁ । କେତେକ କ୍ଷେତ୍ରରେ ଏହି ସର୍ଜରୀ ଦରକାର ପଡିବ ନାହିଁ । ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡିଛି । ଗବେଷକମାନେ ଏକ ବାୟୋମାର୍କର ଆବିଷ୍କାର କରିଛନ୍ତି ଯାହା ପ୍ରୋଟିନ ଫିବୁଲିନ-୨ ( ଏଫବିଏଲଏନ୨) ନାଁରେ ପରିଚିତ । ଏହି ବାୟୋମେକର ବୟସ୍କଙ୍କ ମଧ୍ୟରେ ଦେଖାଯାଉଥିବା ମେନିନଜିଓମା ନାମକ ଏକ ସାଧାରଣ ବ୍ରେନ ଟ୍ୟୁମର ଗ୍ରେଡ୍ -୧ ନା ଗ୍ରେଡ୍ -୨, ତାହା ସ୍ଥିର କରିବ ।

ବ୍ରେନ ଟ୍ୟୁମରର ଗ୍ରେଡିଂ ଗୁରୁତ୍ୱପୂର୍ଣ୍ଣ । କାରଣ ଲୋୟର ଗ୍ରେଡ ଟ୍ୟୁମର ଦୀର୍ଘ ସମୟ ଧରି ସୁପ୍ତ ବା ନିଷ୍କ୍ରିୟ ଅବସ୍ଥାରେ ରହେ । ଏଥିପାଇଁ ହାଇରିସ୍କ ସର୍ଜରୀ ବା ରେଡିଓଥେରାପି ଓ କେମୋଥେରାପି ପରି କଠିନ ଓ କଷ୍ଟକର ଚିକିତ୍ସା ଦରକାର ପଡେ ନାହିଁ । ଗ୍ରେଡ୍‌-୨ ଟ୍ୟୁମର କର୍କଟରେ ପରିଣତ ହେବା ଆଶଙ୍କା ଥାଏ । ଏ ପ୍ରକାର ଟ୍ୟୁମର ପାଇଁ କଡା ଚିକିତ୍ସା ଦରକାର ପଡେ ।

ଗବେଷଣାରୁ ଏଫବିଏଲଏନ୨ ନାମକ ଏକ ନୂଆ ବାୟୋମାର୍କର ଚିହ୍ନଟ କରାଯାଇପାରିଛି,ଯାହା କି ମେନିନଜିଓମା ଗ୍ରେଡ୍ -୧ ଓ ଗ୍ରେଡ୍‌-୨ ବ୍ରେନ ଟ୍ୟୁମର ସଂପର୍କରେ ସୂଚନା ଦେଇପାରିବ । ଗ୍ରେଡ-୨ ମେନିନଜିଓମାରେ ତୁଳନାତ୍ମକ ଭାବେ ଅଧିକ ମାତ୍ରାରେ ବାୟୋମାର୍କର ଥାଏ ବୋଲ ବ୍ରିିଟେନର ପ୍ଲେମାଉଥ ବିଶ୍ୱବିଦ୍ୟାଳୟର ଗବେଷକ ସି. ଅଲିଭର ହାନିମାନ କହିଛନ୍ତି । ଗ୍ରେଡ -୨ ମେନିନଜିଓମା ରୋଗୀଙ୍କ ରକ୍ତ ନମୁନାରେ ଉଚ୍ଚମାତ୍ରାରେ ଏଫବିଏଲଏନ୨ ଚିହ୍ନଟ ହୋଇପାରିବ ବୋଲି ଗବେଷଣାରୁ ଜଣାପଡିଥିବା ହାନିମାନ ଦର୍ଶାଇଛନ୍ତି । ମେନିନଜିଓମାର ବୟୋମାର୍କର ଭାବେ ଏଫବିଏଲଏନ୨ର ଚିହ୍ନଟ ରୋଗ ଚିହ୍ନଟ ପ୍ରକ୍ରିୟାରେ ଉନ୍ନତି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଗବେଷକମାନଙ୍କ ମତରେ ମେନିନଜିଓମା ବିକାଶ ପଛରେ ବାୟୋମାର୍କର ଭୂମିକା ରହିଛି ବୋଲି ପୂର୍ବ ଗବେଷଣାରୁ ପ୍ରମାଣିତ ହୋଇ ନ ଥିଲା । ତେବେ, ଏହାକୁ ଅନ୍ୟାନ୍ୟ କ୍ୟାନସର ସହ ଯୋଡାଯାଇଥିଲା । ଟ୍ୟୁମର ସାମ୍ପଲ ବ୍ୟବହାର କରି ଲାବ୍ରୋଟୋରୀରେ କ୍ୟାନସର ସେଲ ସୃଷ୍ଟି କରାଯିବା ସହ ରୋଗୀଙ୍କଠାରୁ ଲିକ୍ୟୁଡ୍ ବାୟୋପସିସ୍ ସଂଗ୍ରହ କରାଯାଇ ଗବେଷଣା କରାଯାଇଥିଲା । ଏହି ଗବେଷଣା ସଂପର୍କିତ ରିପୋର୍ଟ ଜର୍ଣ୍ଣାଲ ଅଫ୍ ମୋଲିକ୍ୟୁଲାର ସାଇସେନ୍ସରେ ପ୍ରକାଶିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.