ETV Bharat / bharat

Sidhu Moosewala Murder: ପ୍ରଡକ୍ସନ ୱାରେଣ୍ଟରେ ଗ୍ୟାଙ୍ଗଷ୍ଟାର ସରଜ ଗିରଫ - ପ୍ରଡକ୍ସନ ୱାରେଣ୍ଟରେ ଗ୍ୟାଙ୍ଗଷ୍ଟାର ସରଜ ଗିରଫ

ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା । ଗ୍ୟାଙ୍ଗଷ୍ଟାର ସରଜ ସମେତ ୭ ଜଣ ଗିରଫ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Sidhu Moosewala Murder: ପ୍ରଡକ୍ସନ ୱାରେଣ୍ଟରେ ଗ୍ୟାଙ୍ଗଷ୍ଟାର ସରଜ ଗିରଫ

author img

By

Published : Jun 2, 2022, 1:43 PM IST

ଚଣ୍ଡିଗଡ଼: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା(Sidhu Moosewala Murder) । ପ୍ରଡକ୍ସନ ୱାରେଣ୍ଟରେ ଅମୃତସର ଜେଲରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସରଜ ସିଂ(Gangster Saraj Singh) ଓରଫ ମିଣ୍ଟୁ ଗିରଫ କରିଛି ପୋଲିସ । ସିଦ୍ଧୁଙ୍କ ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ଅସ୍ତ୍ରଶସ୍ତ୍ର ସରଜ ଯୋଗାଡ଼ କରିଥିଲା ବୋଲି ସନ୍ଦେହ କରିଛି ପୋଲିସ । ସରଜ ସହିତ କିଛି ଛାତ୍ର ମଧ୍ୟ ସାମିଲ ଥିବା ପୋଲିସ କହିଛି ।

ସରଜ ଅନେକ ଅପରାଧମୂଳକ କାର୍ଯ୍ୟକଳାପରେ ଜଡ଼ିତ ହୋଇ ରହିଛି । ତା ବିରୋଧରେ ଥାନାରେ ୧୨ରୁ ଅଧିକ ମାମଲା ଥିବା ବେଳେ ସେ ହତ୍ୟାକାଣ୍ଡ, ହତ୍ୟା ଉଦ୍ୟମ, ଡ୍ରଗ୍ସ କାରବାର, ଅସ୍ତ୍ରଶସ୍ତ୍ର ଜବତ ଭଳି ଅନେକ ମାମଲା ଏହି ଅନ୍ୟତମ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିରୋଧରେ ରହିଛି । ସରଜକୁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି(CIA) ଦ୍ବାରା ଗିରଫ କରାଯାଇଛି । ଗତ ୨୦୧୭ ମସିହାରେ ସରଜ ହିନ୍ଦୁ ନେତା ଭିପନ ଶର୍ମାଙ୍କୁ ହତ୍ୟା କରିଥିଲା । ଗ୍ୟାଙ୍ଗଷ୍ଟାର ଜଗୁ ଭଗବାନପୁରିଆ ଗ୍ୟାଙ୍ଗର କୁଖ୍ୟାତ ଅପରାଧୀ ହେଉଛି ସରଜ ।

ଏହା ବି ପଢନ୍ତୁ- ଏନକାଉଣ୍ଟର ଭୟ ! ସୁରକ୍ଷା ପାଇଁ କୋର୍ଟରେ ଦ୍ବାରସ୍ଥ ହେଲା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ

ଗତ କିଛି ପୂର୍ବରୁ ଅନ୍ୟତମ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ପୋଲିସ ନିଜ ହେପାଜତକୁ ନେଇଛି । ମୁସେୱାଲାଙ୍କ ହତ୍ୟା ଘଟଣାରେ ମୋଟ ୬ରୁ ୭ ଜଣ ଜଡ଼ିତ ରହିଛନ୍ତି । ମୁସେୱାଲାଙ୍କ ହତ୍ୟା ଘଟଣାରେ ନିଜକୁ ଦାୟୀ କରୁଥିବା ଗୋଲ୍ଡି ବରାଡ଼ ଗିରଫ ପାଇଁ ପଞ୍ଜାବ ପୋଲିସ CIAର ସହଯୋଗ ଲୋଡ଼ିଛି । ତେବେ ସୂଚନା ଥାଉ କି ଗତ ମେ ୨୯ ତାରିଖରେ ଲୋକପ୍ରିୟ ଗାୟକ ସିଦ୍ଧୁ ନିଜ କାରରେ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ ହୋଇଥିଲା । ଅଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.