ETV Bharat / bharat

ମଧ୍ୟବିତ ଓ ଗରିବଙ୍କ ପାଇଁ ବଜେଟରେ କିଛି ନାହିଁ: ରାହୁଲ - ବଜେଟ ନେଇ ରାହୁଲଙ୍କ ପ୍ରତିକ୍ରିୟା

ବଜେଟ ନେଇ ସରକାରଙ୍କୁ କଂଗ୍ରେସର ସମାଲୋଚନା । ରାହୁଲ କହିଲେ ଗରିବ ଓ ମଧ୍ୟବିତ ବର୍ଗଙ୍କ ପାଇଁ କିଛି ନାହିଁ । ରଣଦ୍ବୀପ ସୂର୍ଯ୍ୟେଓ୍ବାଲା କହିଲେ ସେମାନଙ୍କ ପ୍ରତି ବିଶ୍ବାସଘାତକତା । ଅଧିକ ପଢନ୍ତୁ

ମଧ୍ୟବିତ ଓ ଗରିବଙ୍କ ପାଇଁ ବଜେଟରେ କିଛି ନାହିଁ: ରାହୁଲ ଗାନ୍ଧୀ

author img

By

Published : Feb 1, 2022, 3:49 PM IST

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଛି ବର୍ଷ ୨୦୨୨ ପାଇଁ ସାଧାରଣ ବଜେଟ । ତେବେ ବଜେଟ ଉପସ୍ଥାପନ ହେବା ପରେ ସ୍ବାଭାବିକ ଭାବେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସମୟରେ ସରକାର ଏହାକୁ ଏକ ପ୍ରଭାବୀ ବଜେଟ ବୋଲି କହୁଥିବା ବେଳେ ସରକାରକୁ ଘେରିଛି ବିରୋଧି କଂଗ୍ରେସ । ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିବା ସହ ଏହା ଏକ ବିଫଳ ବଜେଟ ବୋଲି କହିଛନ୍ତି । ଗରିବ ଓ ମଧ୍ୟବିତଙ୍କ ପାଇଁ ବଜେଟରେ କିଛି ସୁଫଳ ମିଳିବାକୁ ନଥିବା କହିଛନ୍ତି ରାହୁଲ ।

  • M0di G0vernment’s Zer0 Sum Budget!

    Nothing for
    - Salaried class
    - Middle class
    - The poor & deprived
    - Youth
    - Farmers
    - MSMEs

    — Rahul Gandhi (@RahulGandhi) February 1, 2022 " class="align-text-top noRightClick twitterSection" data=" ">

ରାହୁଲ ନିଜ ଟ୍ବିଟରେ ଲେଖଛନ୍ତି ‘ଜିରୋ ବଜେଟ’ । ଦରମା ପ୍ରାପ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ, ଗରିବ, ଯୁବକ, କୃଷକ ଏବଂ MSME କ୍ଷେତ୍ର ପାଇଁ ବଜେଟରେ କିଛି ନାହିଁ ବୋଲି କହିଛନ୍ତି ରାହୁଲ ।

  • . #Budget2022 की सच्चाई- ‘कुछ नहीं बजट’

    • गरीब की जेब ख़ाली, कुछ नहीं,
    • नौकरीपेशा की जेब ख़ाली, कुछ नहीं,
    • मध्यम वर्ग की जेब ख़ाली, कुछ नहीं,
    • किसान की जेब ख़ाली, कुछ नहीं,
    • युवाओं की आशा टूटी, कुछ नहीं,
    • खपत बढ़ाने के लिए, कुछ नहीं,
    • छोटे उद्योग को बढ़ावा, कुछ नहीं

    — Randeep Singh Surjewala (@rssurjewala) February 1, 2022 " class="align-text-top noRightClick twitterSection" data=" ">

ସେହିପରି ବଜେଟକୁ ନୈରାଶ୍ୟଜନକ ଦର୍ଶାଇ କଂଗ୍ରେସ ମୁଖପାତ୍ର ତଥା ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେଓ୍ବାଲା ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରଣଦୀପ କହିଛନ୍ତି, ଏହି ବଜେଟରେ ବେତନ ପ୍ରାପ୍ତ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଛି । ଦରମା ହ୍ରାସ ଏବଂ ଅଧିକ ମୁଦ୍ରାସ୍ପୀତି ହେତୁ ବେତନ ପ୍ରାପ୍ତ ବର୍ଗ ଏବଂ ମଧ୍ୟବିତ୍ତମାନେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ଏହିପରି ସମୟରେ ସେମାନଙ୍କ ପାଇଁ ବଜେଟରେ ବିଶେଷ କିଛି ବ୍ୟବସ୍ଥା ନକରିବା ସେମାନଙ୍କ ସହ ଧୋକ୍କା ସଦୃଶ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.