ETV Bharat / bharat

Money Exchange: ଏଠାରେ ରାସ୍ତାକଡରେ ଖୋଲିଛି ଟଙ୍କା ଦେକାନ - ଟଙ୍କା ଦୋକାନ

ରାସ୍ତାକଡରେ ଖୋଲିଛି ଟଙ୍କା ଦୋକାନ । ନୂଆ ଖୁଚୁରା ଟଙ୍କା ପାଇଁ ଲାଗୋ ଲୋକଙ୍କ ଭିଡ । ଜାଣନ୍ତୁ କେଉଁଠି

Money Exchange
Money Exchange
author img

By

Published : Feb 1, 2023, 11:24 AM IST

ଲକ୍ଷ୍ନୌ: ଆପଣ ରାସ୍ତା କଡରେ ଅନେକ ଫଳ ଦୋକାନ, ତେଜରାତି ଦୋକାନ ସହ ଅନେକ ଠେଲା ଦୋକାନ ଦେଖିଥିବେ ଏବଂ ଜିନିଷ ମଧ୍ୟ କିଣିଥିବେ । କିନ୍ତୁ ଆପଣ ରାସ୍ତା କଡ ଠେଲାରେ କେବେ ଟଙ୍କାର ଦେକାନ ଦେଖିଛନ୍ତି କି? ଗୋରଖପୁରରୁ ସାମ୍ନାକୁ ଆସିଛି ଏଭଳି ଘଟଣା ଏବଂ ଯେଉଁଠି କି ଜୁଆ ଖେଳ ହୋଇଥାଏ ।

ସାଧାରଣତଃ ବାହାଘର, ବ୍ରତଘର ସମସୟରେ ୧୦,୨୦,୫୦ ଏବଂ ୧୦୦ ଟଙ୍କାର ବଡ ମହତ୍ବ ରହିଛି । ଏବେ ବାହାଘର ଋତୁ ଚାଲିଥିବାରୁ ଲୋକମାନଙ୍କ ଆବଶ୍ୟକତା ଅଧିକ ରହିଛି । ବ୍ୟାଙ୍କରେ ଖୁଚୁରା ଟଙ୍କା ମିଳିବାରେ ବିଳମ୍ବ ହେତୁ ଲୋକେ କଳେବଳେ କୌଶଳେ ଟଙ୍କା ଯୋଗାଡ କରିବା କଥା ଭାବିଥାନ୍ତି । ତେବେ ଗୋରଖପୁରରେ ଏପରି ଏକ ଦୋକାନ ରହିଛି ଯେଉଁଠିକି ନୋଟ ବଦଳରେ ଖୁଚୁରା ଟଙ୍କା ଦିଆଯାଇଥାଏ । କିନ୍ତୁ ତା ବଦଳରେ ଲୋକେ ୧୦୦ରୁ ୧୫୦ ଟଙ୍କା ଅଧିକ ଦେଇଥାନ୍ତି । ଉଦାହରଣ ସ୍ବରୂପ ୧୦୦୦ ଟଙ୍କାର ଖୁଚୁରା ଆଣିଲେ ଲୋକେ ୧୧୦୦ ଏବଂ ଆଉ କେତେକ ସ୍ଥାନରେ ୧୧୫୦ ଟଙ୍କା ଦେଇଥାନ୍ତି । ଭାରତୀୟ ମୁଦ୍ରା ସହ ବିଦେଶ ମୁଦ୍ରା ମଧ୍ୟ ରହିଥାଏ । ବର୍ତ୍ତମାନ ପ୍ରତିଦିନ ଏହି ଦୋକାନରେ ଲୋକଙ୍କର ଲମ୍ବା ଲାଇନ ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ: ବଜେଟ ପୂର୍ବରୁ ପୁଞ୍ଜି ବଜାରରେ ଉତ୍ସାହ, ୪୦୦ ପଏଣ୍ଟ ଉଛୁଳିଲା ସେନସେକ୍ସ

ସହରର ଏକ ରାସ୍ତା ବ୍ୟାଙ୍କ ରୋଡ୍ ନାମରେ ଜଣାଶୁଣା । ଯେଉଁଥିରେ ଷ୍ଟେଟ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କର ବଡ଼ ପ୍ରତିଷ୍ଠାନ ରହିଛି । ଏଠାରେ ହିଁ ନୋଟ ଦୋକାନ ରହିଛି । ନୂଆ ଖୁଚୁରା ନୋଟ ଦେବାରେ ବ୍ୟାଙ୍କ ବିଫଳ ହେଉଥିବା ବେଳେ ଲୋକ ରାସ୍ତା କଡ ଦୋକାନରୁ ନୂଆ ନୋଟ୍‌ ପାଇବା ପାଇଁ ଗହଳି ଜମାଇଥାନ୍ତି । ତେବେ ନୂଆ ଟଙ୍କା ପାଇଁ କୁଶିନଗରରୁ ଗୋରଖପୁର ଆସିଥିଲେ ପ୍ରକାଶ ମିଶ୍ରା ନାମକ ଯୁବକ । ଏହି ସମୟରେ ଟଙ୍କା ବିନିମୟକାରୀ ସୋନୁ ଏବଂ ସୁନୀଲ କହିଛନ୍ତି, "ଆମେ ୧୦ ପ୍ରତିଶତ ଅଧିକା ନେଇ ନୂଆ ଖୁଚୁରା ଟଙ୍କା ଦେଇଥାଉ । ସେଥିରୁ ୮ ପ୍ରତିଶତ ବ୍ୟାଙ୍କରେ ଜମା କରୁଥିବା ବେଳେ ୨ ପ୍ରତିଶତ ଆମ ପାଖରେ ରଖିଥାଉ । ଖୁଚୁରା ନୂଆ ଟଙ୍କା ଆମେ ବ୍ୟାଙ୍କରୁ ହିଁ ଆଣିଥାଉ । ଲୋକେ ଚିରା, ଫଟା ନୋଟ ଆଣିଲେ ମଧ୍ୟ ଆମେ ତାହା ରଖିଥାଉ ।"

ତେବେ ଏନେଇ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର କହିଛନ୍ତି, "ଏବେ ବିବାହ ଋତୁ ଚାଲିଥିବାରୁ ପ୍ରତ୍ୟେକ ଲୋକ ଖୁଚୁରା ପାଇଁ ବ୍ୟାଙ୍କ ଆଗରେ ଧାଡି ଲଗାଇଥାନ୍ତି । କିନ୍ତୁ ସମସ୍ତଙ୍କୁ ଅଧିକ ପରିମାଣର ନୂଆ ନୋଟ ଯୋଗାଇବାରେ ଆମେ ବିଫଳ ହେଉଛୁ । କିନ୍ତୁ ଯଥାସମ୍ଭବ ଖୁରୁରା ନୋଟ୍‌ ଆମେ ଯୋଗାଉଛୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.