ETV Bharat / bharat

କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର, ସମ୍ମାନରେ ଅସନ୍ତୁଷ୍ଟ ପିତା

author img

By

Published : Jan 27, 2021, 8:48 AM IST

ଗଲୱାନ ଘାଟିରେ ସହୀଦ ହୋଇଥିବା ବୀର ଯବାନ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମଧ୍ୟ ମିଳିଛି ମହାବୀର ଚକ୍ର। ହେଲେ ଏହି ସମ୍ନାରେ ସହୀଦଙ୍କ ପିତା ଉପେନ୍ଦ୍ର ସନ୍ତୁଷ୍ଟ ନାହାଁନ୍ତି। ତାଙ୍କ ପୁଅକୁ ସର୍ବୋଚ୍ଚ ସାମରିକ ପୁରସ୍କାର ପରମବୀର ଚକ୍ର ମିଳିବ ବୋଲି ସେ ଆଶା କରୁଥିଲେ ବୋଲି କହିଛନ୍ତି। ଅଧିକ ପଢନ୍ତୁ...

କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର, ସମ୍ମାନରେ ସନ୍ତୁଷ୍ଟ ନାହାଁନ୍ତି ପିତା

ହାଇଦ୍ରାବାଦ: ପାଳିତ ହୋଇଯାଇଛି 72 ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ଦେଶ ପାଇଁ ସେବା ଓ ଜୀବନ ଦେଇଥିବା ବୀରଙ୍କୁ ସମ୍ମାନ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଗଲୱାନ ଘାଟିରେ ସହୀଦ ହୋଇଥିବା ବୀରଙ୍କ ବଳିଦାନ ସର୍ବାଗ୍ରେ। ଚୀନ ଓ ଭାରତ ସେନାଙ୍କ ମୁହାଁମୁହିଁରେ ସହୀଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମଧ୍ୟ ମିଳିଛି ମହାବୀର ଚକ୍ର। ହେଲେ ଏହି ସମ୍ନାରେ ସହୀଦଙ୍କ ପିତା ଉପେନ୍ଦ୍ର ସନ୍ତୁଷ୍ଟ ନାହାଁନ୍ତି। ତାଙ୍କ ପୁଅକୁ ସର୍ବୋଚ୍ଚ ସାମରିକ ପୁରସ୍କାର ପରମବୀର ଚକ୍ର ମିଳିବ ବୋଲି ସେ ଆଶା କରୁଥିଲେ ବୋଲି କହିଛନ୍ତି। କାରଣ ତାଙ୍କ ପୁଅ ଦେଶ ପାଇଁ ଯେଉଁ ବଳିଦାନ ଦେଇଛନ୍ତି ତାହା ସର୍ବୋଚ୍ଚ।

ସୂଚନା ଥାଉକି, 16 ଜଣ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କର୍ଣ୍ଣେଲ ବାବୁ 20 ଜଣ ଭାରତୀୟ ସୈନିକଙ୍କ ମଧ୍ୟରେ ଥିଲେ । ଯେଉଁମାନେ ଗତ ବର୍ଷ ଜୁନ୍ 15 ରେ ଲଦାଖର ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ଚୀନ ସେନା ସହ ଲଢି ଯୁଦ୍ଧରେ ପ୍ରାଣ ହରାଇଥିଲେ।

ଶହୀଦଙ୍କ ପିତା କହିଛନ୍ତି ଯେ , “ଆମେ ସନ୍ତୁଷ୍ଟ ନାହୁଁ। ମୁଁ ଆଶା କରୁଥିଲି ଯେ ମୋ ପୁଅ ଦେଶ ପାଇଁ ଯେଉଁ ବଳିଦାନ ଦେଇଛି ସେଥିପାଇଁ ଦେଶର ସର୍ବୋଚ୍ଚ ସାମରିକ ପୁରସ୍କାର ପରମବୀର ଚକ୍ର ଦିଆଯିବ। ଏହାସହ ସେ ମନେ ପକାଇ ଦେଇଛନ୍ତି ଯେ, କର୍ଣ୍ଣେଲ ସନ୍ତୋଷ ବାବୁ ଅସ୍ତ୍ର ବ୍ୟବହାର ନକରି ଶତ୍ରୁ ସହିତ ଲଢିଥିଲେ ଏବଂ ଶତ୍ରୁକୁ ଆଘାତ କରିଥିଲେ । ଏବଂ ତାଙ୍କ ମୃତ୍ୟୁ ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ଚୀନ୍‌ର ଚତୁରତାକୁ ପ୍ରକାଶ କରିଥିଲା।

ତେବେ ଭାରତୀୟ ସେନା ଗଲୱାନ୍ ଉପତ୍ୟକା ସଂଘର୍ଷରେ ସହୀଦ ହୋଇଥିବା ଯବାନଙ୍କୁ ଗଣତନ୍ତ୍ର ଦିବସରେ ଯୁଦ୍ଧକାଳୀନ ଚକ୍ର ପୁରସ୍କାର ପ୍ରଦାନ କରିଛି। ଏହି ପୁରସ୍କାରରେ ସର୍ବୋଚ୍ଚ ପରମବୀର ଚକ୍ର, ମହାବୀର ଚକ୍ର ଏବଂ ବିର ଚକ୍ର ଅନ୍ତର୍ଭୁକ୍ତ । ସହୀଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ତେଲେଙ୍ଗାନା ସରକାର ଏକ ଗ୍ରୁପ୍ -1 ପୋଷ୍ଟ ଏବଂ ଆବାସିକ ପ୍ଲଟ୍ ବ୍ୟତୀତ ପରିବାରକୁ 5 କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.