ETV Bharat / bharat

ଖାଲି ନକ୍ସଲ ନୁହଁନ୍ତି, ଦୁର୍ଗମ ବସ୍ତରରେ ମଶା ସହ ଲଢୁଛି CRPF: ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ ହେଲେ ମ୍ୟାଲେରିଆ ଆକ୍ରାନ୍ତ ଯବାନ - ମ୍ୟାଲେରିଆରେ ଆକ୍ରାନ୍ତ ଯବାନ

ମାଓପ୍ରବଣ ଦୁର୍ଗମ ବସ୍ତରରେ ମଶା ସହ ଲଢୁଛି CRPF । ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ମ୍ୟାଲେରିଆରେ ଆକ୍ରାନ୍ତ ଯବାନ । ଗ୍ରୀନ କରିଡରରେ ନିଆଗଲା ଏୟାରପୋର୍ଟ । ଅଧିକ ପଢନ୍ତୁ

ଖାଲି ନକ୍ସଲ ନୁହନ୍ତି, ଦୁର୍ଗମ ବସ୍ତରରେ ମଶା ସହ ଲଢୁଛି CRPF: ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ ହେଲେ ମ୍ୟାଲେରିଆ ଆକ୍ରାନ୍ତ ଯବାନ

author img

By

Published : Jul 31, 2023, 10:14 PM IST

ରାୟପୁର: ଦେଶର ଅନ୍ୟତମ ମାଓପ୍ରବଣ ଦୁର୍ଗମ ଅଞ୍ଚଳ ଛତିଶଗଡର ବସ୍ତରରେ ମାଓଦମନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି କେନ୍ଦ୍ରୀୟ ଫୋର୍ସ । ହେଲେ ଏଠାରେ ମୁତୟନ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଯବାନମାନେ କେବଳ ମାଓବାଦୀଙ୍କ ସହ ନୁହେଁ ବରଂ ମଶାଙ୍କ ସହ ମଧ୍ୟ ପ୍ରାଣମୂର୍ଚ୍ଛା ଲଢେଇ କରୁଛନ୍ତି । ଦୁର୍ଗମ ପାହାଡ, ଜଙ୍ଗଲ ଅଞ୍ଚଳରେ ଯବାନଙ୍କ ପାଇଁ ଏବେ ମ୍ୟାଲେରିଆ ଘାତକ ସାବ୍ୟସ୍ତ ହେବା ପରି ସ୍ଥିତି ସୃଷ୍ଟି ହୋଇଛି । ଆଜି ଜଣେ ମ୍ୟାଲେରିଆ ଆକ୍ରାନ୍ତ ଯବାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଗ୍ରୀନ କରିଡର ମାଧ୍ୟମରେ ଜଗଦଲପୁର ଏୟାରପୋର୍ଟକୁ ନିଆଯାଇଛି । ପରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ଏହି ଘଟଣାରୁ ନକ୍ସଲ ଦମନରେ କାର୍ଯ୍ୟରତ ଥିବା ଯବାନଙ୍କ ପ୍ରତିକୂଳ ପରିବେଶ ଚିତ୍ର ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ, ବସ୍ତର ଡିଭିଜନର ଲାଲଗଡ ଭାବେ ଜଣାଶୁଣା ବିଜାପୁର ଜିଲ୍ଲାରେ କାର୍ଯ୍ୟରତ ଥିବା CRPF-153 ବାଟାଲିୟନର ଯବାନ ଆକାନ ରାଓ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଛନ୍ତି । ଏହା ପୂର୍ବରୁ ଯବାନଙ୍କୁ ବିଜାପୁର ଜିଲ୍ଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ 28 ତାରିଖରେ ଡିମ୍ରାପାଲ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି ।

ଡିମ୍ରାପାଲ ମେଡିକାଲ କଲେଜରୁ ଜଗଦଲପୁର ବିମାନ ବନ୍ଦର ପର୍ଯ୍ୟନ୍ତ 11 କିଲୋମିଟର ରାସ୍ତାରେ ଗ୍ରୀନ କରିଡର କରି ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଯବାନଙ୍କୁ ନିଆଯାଇଥିଲା । ଏହି ଗ୍ରୀନ କରିଡର ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହଯୋଗରେ କରାଯାଇଥିଲା । ସିଆରପିଏଫ ଏସକର୍ଟରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଯବାନ ପ୍ରଥମେ ଜଗଦଲପୁର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଦିଲ୍ଲୀ ଏମ୍ସ ପଠାଯାଇଛି ।

ଏହା ମଧ୍ୟ ପଢନ୍ତୁ:-ଅରୁଣାଚଳ ଟେଙ୍ଗା ଭ୍ୟାଲିରେ ଅମୃତ ସରୋବର ଲୋକାର୍ପଣ କଲା ସେନା

ଛତିଶଗଡର ଏହି ଦୁର୍ଗମ ଅଞ୍ଚଳ ଏବେ ମଧ୍ଯ ଦେଶର ମାନଚିତ୍ରରେ ଲାଲ ଦଖଲରୁ ମୁକ୍ତ ହୋଇନାହିଁ । ଅନେକ ସମୟରେ ଲାଲବାହିନୀ ଏହି ଅଞ୍ଚଳରେ ହିଂସାକାଣ୍ଡ ଘଟାଇଥାନ୍ତି । ମାଓ ଦମନ ପାଇଁ ବସ୍ତର ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି । ହେଲେ ବଣ,ପାହାଡ ଘେରା ଏହି ଦୁର୍ଗମ ଅଞ୍ଚଳ ମଧ୍ୟ ଏକ ମ୍ୟାଲେରିଆ ପ୍ରବଣ ସ୍ଥାନ ଭାବେ ଜଣାଶୁଣା । ପ୍ରତିବର୍ଷ ଏଠାରେ ମ୍ୟାଲେରିଆ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ମଧ୍ୟ ଯଥେଷ୍ଟ ରହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.