ଡେରାଡୁନ: ଉତ୍ତରାଖଣ୍ଡର ହରିଦ୍ବାରରେ ଚଳିତ ବର୍ଷର କୁମ୍ଭମେଳା ପାଇଁ ମାର୍ଚ୍ଚ 11 ତାରିଖରୁ ହରିଦ୍ବାର ରେଳ ଷ୍ଟେସନରେ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ । ଏହାକୁ ଦୃଷ୍ଟିରେ ରଖି ଉତ୍ତରାଞ୍ଚଳ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ଲାଗି ଟିକେଟ ବୁକ୍ କରିବା ପାଇଁ ରେଳ ବିଭାଗ ପକ୍ଷରୁ 4ଟି ରଙ୍ଗର ବ୍ୟାରିକେଡ ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି ।
କୁମ୍ଭମେଳା ପାଇଁ ହରିଦ୍ବାର ରେଳ ଷ୍ଟେସନରେ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ । ଏଣୁ ଯାତ୍ରୀଙ୍କ କୌଣସି ପ୍ରକାର ଅସୁବିଧା ନହେବା ପାଇଁ ରେଳ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଅଲଗା 4ଟି ରଙ୍ଗର ବ୍ୟାରିକେଡ ପ୍ରସ୍ତୁତ କରାଯାଇଛି । ସେହିଠାରେ ଯାତ୍ରୀମାନେ ଯାଇ ନିଜ ଗନ୍ତବ୍ୟ ସ୍ଥଳ ପାଇଁ ଟିକେଟ ବୁକ କରିପାରିବେ ବୋଲି ଉତ୍ତରାଖଣ୍ଡ ଉତ୍ତରାଞ୍ଚଳ ରେଳ ବିଭାଗର ବରିଷ୍ଠ ବିଭାଗୀୟ ବାଣିଜ୍ୟ ପରିଚାଳକ କହିଛନ୍ତି ।
ଏହି ସମସ୍ତ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ହରିଦ୍ବାର ରେଳ ଷ୍ଟେସନରେ ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ ନିର୍ମାଣ କରାଯାଇଛି । ଆସନ୍ତା ଏପ୍ରିଲ 1 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ହରିଦ୍ବାର ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ କୋରୋନା ସ୍ଥିତି ଗମ୍ଭୀର ଥିବାରୁ ଏହା ଉପରେ ଅଧିକ ଧ୍ୟାନ ଦିଆଯାଉଛି ।
କୁମ୍ଭମେଳା ପ୍ରତି 12 ବର୍ଷ ମଧ୍ୟରେ 4 ଥର 45 ଦିନ ଧରି ପାଳନ ହେଉଥିବା ବେଳେ ଏହିବର୍ଷ କୋରୋନା ମହାମାରୀ ପାଇଁ 30ଦିନ ପାଳନ କରାଯିବ । ତେବେ ଗଙ୍ଗାନଦୀରେ ବୁଡ ପାଇଁ ଶ୍ରଦ୍ଧାଳୁଙ୍କୁ ପୂର୍ବରୁ ଅନଲାଇନ ମାଧ୍ୟମରେ ପୋର୍ଟାଲରେ ନିଜ ନାମକୁ ପଞ୍ଜୀକୃତ କରିବାକୁ ପଡିବ ଏବଂ କୋଭିଡ ନେଗେଟିଭ ରିପୋର୍ଟ ନେବାକୁ ପଡିବ ବୋଲି ଜଣାପଡିଛି ।
କୁମ୍ଭମେଳା ଏକ ଧାର୍ମିକ ପର୍ବ ହୋଇଥିବା ବେଳେ ଏହି ମେଳାରେ ଲକ୍ଷାଧିକ ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥାନ୍ତି । ଏହି ମେଳା ଦେଶର 4ଟି ସ୍ଥାନ ପ୍ରୟାଗରାଜ, ହରିଦ୍ବାର, ଉଜେନ ଓ ନାଶିକଠାରେ ପାଳନ କରାଯାଇଥାଏ ।
@ANI