ETV Bharat / bharat

ହରିୟାଣାରେ ହେବ ଉତ୍ତର ଭାରତର ପ୍ରଥମ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ

author img

By

Published : Feb 19, 2023, 9:09 PM IST

ଖୁବଶୀଘ୍ର ହରିୟାଣାର ଗୋରଖପୁରରେ ତିଆରି ହେବ ଉତ୍ତର ଭାରତର ପ୍ରଥମ ଆଣବିକ ଶକ୍ତି କାରଖାନା । ଅଧିକ ପଢ଼ନ୍ତୁ

ଉତ୍ତର ଭାରତର ପ୍ରଥମ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ
northern india first nuclear power plant

ଚଣ୍ଡିଗଡ଼: ହରିୟାଣାରେ ନିର୍ମାଣ ହେବ ପ୍ରଥମ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ । ଉତ୍ତର ଭାରତର ପ୍ରଥମ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ହରିୟାଣାର ଗୋରଖପୁର ଠାରେ ପ୍ରତିଷ୍ଠା କରାଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନକାଳ ମଧ୍ୟରେ ଦେଶର ଅନେକ ସ୍ଥାନରେ ଆଣବିକ ଶକ୍ତି କାରଖାନା ପ୍ରତିଷ୍ଠା କରାଯିବ, ଯାହା ଭାରତରେ ଆଣବିକ କ୍ଷମତା ବୃଦ୍ଧି ଦିଗରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Unique Wedding In Mehsana: ବାହାଘରରେ ଟଙ୍କା ବୃଷ୍ଟି, ଆକାଶରେ ଉଡିଲା ୫୦୦ ଟଙ୍କିଆ ନୋଟ୍

ଆଣବିକ ଶକ୍ତି ବିଭାଗର ସୂଚନା ଅନୁଯାୟୀ, ଦେଶର ପ୍ରଥମ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ଆଣବିକ ଶକ୍ତି କାରଖାନା ରହିଛି । ଯାହା ଦକ୍ଷିଣ ଭାରତରେ ଅବସ୍ଥିତ । କିନ୍ତୁ ଉତ୍ତର ଭାରତର ହରିୟାଣାରେ ପ୍ରଥମ ଆଣବିକ ଶକ୍ତି କାରଖାନା ପ୍ରତିଷ୍ଠା କରାଯିବ । ଆଣବିକ ଶକ୍ତି କାରଖାନା ଖୋଲିବା ଲାଗି ଆଣବିକ ଶକ୍ତି ବିଭାଗକୁ ଅନୁମତି ଦିଆଯାଇଛି । ଏହା ଦ୍ବାରା ଆଗାମୀ ଦିନରେ ଭାରତର ସମସ୍ତ ଶକ୍ତି ଆବଶ୍ୟକତା ପୂରଣ କରିବ ଏବଂ ଦେଶରେ ଆଣବିକ କ୍ଷମତା ବୃଦ୍ଧି ପାଇବ । ଶନିବାର କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ଏନେଇ ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଦେଶରେ 10 ଟି ନ୍ୟୁକ୍ଲିୟର ରିଏକ୍ଟର ସ୍ଥାପନା ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଏହା ଦ୍ବାରା ବିଜୁଳି ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: ପୁଣି ସ୍ପାଇସଜେଟରେ ଯାନ୍ତ୍ରିକ ତ୍ରୁଟି: ମଝି ଆକଶରୁ ମୁମ୍ବାଇ ଫେରିଲା କାଣ୍ଡଲା ଅଭିମୁଖେ ଉଡାଣ ଭରିଥିବା ବିମାନ

ଗୋରଖପୁରରେ ପ୍ରତିଷ୍ଠା ହେବାକୁ ଥିବା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ଦୁଇଟି ୟୁନିଟ ରହିଛି । ଯାହାର କ୍ଷମତା 700 ମେଗାୱାଟ ହେବ । ଏଥିରେ ସ୍ବଦେଶୀ ପ୍ରେସରାଇଜ୍ଡ ହେଭି ୱାଟର ରିଏକ୍ଟର ରହିଛି । ହରିୟାଣାର ଫତେହାବାଦ ଜିଲ୍ଲାର ଗୋରଖପୁର ଗ୍ରାମରେ ଏହି ପ୍ଲାଣ୍ଟ କାର୍ଯ୍ୟ ଜାରି ରହିଛି । ସୂଚନା ଅନୁଯାୟୀ, ଆଣବିକ କାରଖାନା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ 20,594 କୋଟି ଟଙ୍କାରୁ 4,906 କୋଟି ଖର୍ଚ୍ଚ ହୋଇଛି । ଆଣବିକ ଶକ୍ତି ବିଭାଗର ସୂଚନା ଅନୁଯାୟୀ, ଏବେ ଶୁଦ୍ଧା ଆର୍ଥିକ ପ୍ରଗତି 23.8 ପ୍ରତିଶତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.