ETV Bharat / bharat

Presidential election: ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜି ଠାରୁ ନାମାଙ୍କନ

author img

By

Published : Jun 15, 2022, 5:08 PM IST

ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି । 29 ତାରିଖରେ ପ୍ରାର୍ଥୀପତ୍ର ଦାଖଲ ସରିବା ପରେ 30ରେ ଯାଞ୍ଚ । ଜୁଲାଇ 18ରେ ମତାଦନ ଓ 21 ରେ ଗଣତି । ପ୍ରାର୍ଥୀ ଚୂଡାନ୍ତ ନେଇ ଦିଲ୍ଲୀରେ ମେଳି ବାନ୍ଧିଛନ୍ତି ବିରୋଧୀ । NDA ପ୍ରାର୍ଥୀ ଉପରେ ଦେଶର ନଜର । ଅଧିକ ପଢନ୍ତୁ

Presidential election: ଜାରି ହେଲା ବିଜ୍ଞପ୍ତି, ଆଜି ଠାରୁ ନାମାଙ୍କନ

ନୂଆଦିଲ୍ଲୀ: ଆସନ୍ତା ମାସ 18 ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଚଳିତ ମାସ 29 ତାରିଖରେ ସରିବ । ସେହପରି ଜୁନ 30 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଆସନ୍ତା ମାସ (ଜୁଲାଇ) 18 ତାରିଖ ମତଦାନ ହେବା ନେଇ ତାରିଖ ସ୍ଥିର କରିଛନ୍ତି ନିର୍ବାଚନ ଆୟୋଗ ।

ଆଜି ଠାରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପ୍ରାର୍ଥୀ ନେଇ ଶାସକ ମେଣ୍ଟ NDA କମ୍ବା ବିରୋଧୀ UPA ପକ୍ଷରୁ କିଛି ସ୍ପଷ୍ଟ ସଙ୍କେଟ ମିଳିପାରି ନାହିଁ । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କ୍ରମବିକାଶରେ ଆଜି ଅଣ ବିଜେପି ଦଳର ନେତାମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ବାନରେ ଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରଖିଛନ୍ତି । ଏଥିରେ ବିରୋଧୀ କଂଗ୍ରେସ, ବାମ ଦଳ ଓ ଅନ୍ୟ ଆଞ୍ଚଳିକ ଦଳଙ୍କୁ ମିଶାଇ ମୋଟ 18 ଦଳର ପ୍ରତିନିଧି ସାମିଲ ହୋଇ ବିଚାରବିମର୍ଶ ଜାରି ରଖିଛନ୍ତି । ଆଜି ସନ୍ଧ୍ୟା ବୈଠକ ଶେଷ ହେବା ସହ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହୋଇପାରେ । କିଛି ବିରୋଧୀ ଦଳଙ୍କ ପକ୍ଷରୁ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ନାମ ଚର୍ଚ୍ଚାରେ ଥିବାବେଳେ ତାଙ୍କ ନାମକୁ ନେଇ କିଛି ଅସହମତି ଦେଖିବାକୁ ମିଳିଥିବା ମଧ୍ୟ ସୂଚନା ସାମ୍ନାକୁ ଆସିଛି ।

ଆସନ୍ତା ମାସ (ଜୁଲାଇ) 24ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ପରଦିନ ଅର୍ଥାତ 25 ତାରିଖରେ ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜି ଠାରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶାସକ NDA ପକ୍ଷରୁ କୌଣସି ସଂଖ୍ୟାଲଘୁ ,ଦଳିତ କମ୍ବା ମହିଳାଙ୍କ ମଧ୍ୟରୁ କୌଣସି ପ୍ରମୁଖ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.