ETV Bharat / bharat

ସର୍ବସାଧାରଣରେ ଧୂମପାନ ରୋକିବା ଲକ୍ଷ୍ୟ, ସ୍ବତନ୍ତ୍ର ଆପ୍‌ ଲଞ୍ଚ କରିବ କର୍ଣ୍ଣାଟକ - ଜିପିଏସ ବେସଡ୍‌ ମୋବାଇଲ ଆପ୍‌

ସର୍ବସାଧାରଣ ସ୍ଥଳରେ ଧୂମପାନ କରିବା ଏକ ଦଣ୍ଡନୀୟ ଅପରାଧ (No smoking in public places) । ତେବେ ଏହାକୁ ରୋକିବା ଲାଗି କର୍ଣ୍ଣାଟକ ସରକାର ଏକ ମୋବାଇଲ ଆପ୍‌ ଲଞ୍ଚ କରିବାକୁ ଯାଉଛନ୍ତି । ଯାହାକି ନିୟମ ଉଲ୍ଲଘଂନ କରୁଥିବା ଧୂମପାନକାରୀକୁ ଧରିବାରେ ସକ୍ଷମ ହେବ । ଅଧିକ ପଢନ୍ତୁ

GPS based Stop Tobacco app to launch in Karnataka
ଧୂମପାନକାରୀକୁ ଧରିବ ମୋବାଇଲ ଆପ୍‌
author img

By

Published : Dec 17, 2022, 9:13 AM IST

ବେଙ୍ଗାଲୁରୁ: ଜନଗହଳିପୂର୍ଣ୍ଣ ସ୍ଥାନରେ ଧୂମପାନ କଲେ ଧରିବ ମୋବାଇଲ ଆପ୍‌ । ଏଥିଲାଗି ଜିପିଏସ ବେସଡ୍‌ ମୋବାଇଲ ଆପ୍‌ 'ଷ୍ଟପ ଟୋବାକୋ' (GPS-based Stop Tobacco App) ନାମରେ ଏକ ମୋବାଇଲ ଆପ୍‌ ଲଞ୍ଚ କରିବାକୁ ଯାଉଛି କର୍ଣ୍ଣାଟକ ସରକାର । ଜନଗହଳିପୂର୍ଣ୍ଣ ସ୍ଥାନରେ ଧୂମପାନ ଏକ ଅପରାଧିକ କାର୍ଯ୍ୟ ହୋଇଥିବା ବେଳେ ଏପରି ଯିଏ କରିବ ତାକୁ ଏହି ମୋବାଇଲ ଆପ୍‌ ଧରିବ ବୋଲି ଜଣାପଡ଼ିଛି । ଏହି ଆପ୍‌କୁ ଖୁବଶୀଘ୍ର ରାଜ୍ୟ ସରକାର ଲଞ୍ଚ କରିବାକୁ ଯୋଜନା କରିଛନ୍ତି ।

କିପରି କାର୍ଯ୍ୟ କରିବ ଏହି ଆପ୍‌:-

ଏହି ଆପ୍‌ଟି ଜିପିଏସ ଟେକ୍ନୋଲୋଜି (GPS technology) ଉପରେ ଆଧାରିତ । ଆପ୍‌କୁ ଡାଉନଲୋଡ କରିବା ପରେ ସର୍ବସାଧାରଣ ସ୍ଥାନରେ ଯେପରିକି ଦୋକାନ, ହୋଟେଲ, ବିଦ୍ୟାଳୟ, କଲେଜ, ବସଷ୍ଟାଣ୍ଡ, ରେଳ ଷ୍ଟେସନ୍, ଖେଳ ପଡିଆ ଏବଂ ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନ । ଏହିସବୁ ସ୍ଥାନରେ ନିୟମ ଉଲ୍ଲଘଂନ ହେଲେ ଧୂମପାନ କରୁଥିବା ବ୍ୟକ୍ତିର ଫଟୋ ଉଠାଇ ଏହି ଆପ୍‌ରେ ଅପଲୋଡ୍ କରି ହେବ । ଏହାପରେ ଅଭିଯୋଗକାରୀଙ୍କ ଜିଲ୍ଲା ଏବଂ ମୋବାଇଲ୍ ନମ୍ବର ଦେବା ଲାଗି ଏକ ଅପସନ୍‌ ରହିଛି ।

ଏହି ଅପସନ କ୍ଲିକ କରି ନିୟମ ଉଲ୍ଲଘଂନ ହେଉଥିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ହେବ । ଏଥିଲାଗି ଆପ୍‌ରେ ନିର୍ଦ୍ଦିଷ୍ଟ ଅପସନ ମଧ୍ୟ ରହିଛି । ଏହି ଆପ୍ ଜିପିଏସ୍ ଆଧାରିତ ହୋଇଥିବାରୁ ଯେଉଁଠାରେ ଅଭିଯୋଗ ରହିଛି ସେହି ସ୍ଥାନଟି ମ୍ୟାପରେ ହାଇଲାଇଟ୍ ହେବ ଏବଂ ଜିଲ୍ଲା ତମାଖୁ ନିୟନ୍ତ୍ରଣ ଟିମ ଜାଣିପାରିବେ ଏବଂ ଘଟଣାସ୍ଥଳକୁ ଯାଇ ଜୋରିମାନା ଆଦାୟ କରିପାରିବେ ।

କୋଟା ଆକ୍ଟ -୨୦୦୩ ର ଧାରା-୪ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷେଧ । ଧାରା ୫ ତମାଖୁ ଦ୍ରବ୍ୟର ବିଜ୍ଞାପନକୁ ବାରଣ କରିଥାଏ । ସେହିପରି ସେକ୍ସନ-ଏ ନାବାଳିକା ମାନଙ୍କୁ ତମାଖୁ ଦ୍ରବ୍ୟ ବିକ୍ରୟ କରିବାକୁ ବାରଣ କରିଛି । ଧାରା ୬-ବି ଅନୁଯାୟୀ, ଶିକ୍ଷାନୁଷ୍ଠାନଗୁଡିକର ୧୦୦ ମିଟର ପରିସର ମଧ୍ୟରେ ତମାଖୁ ଦ୍ରବ୍ୟ ବିକ୍ରୟକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ । ତେବେ ଏହି ଆପ୍‌ ଲଞ୍ଚ ହେବା ପରେ ସର୍ବସାଧାରଣ ସ୍ଥଳରେ ଧୂମପାନକୁ ରୋକାଯାଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.