ETV Bharat / bharat

ରାହୁଲଙ୍କୁ ମାଣ୍ଡବ୍ୟଙ୍କ ଟାର୍ଗେଟ, ଟିକା ନୁହେଁ ପରିପକ୍ବତାର ରହିଛି ଅଭାବ - ଟୀକାକରଣ

ଦେଶରେ କୋଭିଡ-୧୯ ଟିକା ଅଭାବକୁ ନେଇ ରାହୁଲ ଗାନ୍ଧୀଙ୍କ ସମାଲୋଚନା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ରବିବାର କଂଗ୍ରେସ ନେତାଙ୍କ ଉପରେ ବର୍ଷିଛନ୍ତି । ଟୀକାକରଣ ପ୍ରସଙ୍ଗରେ ରାହୁଲଙ୍କୁ ତୁମର ଅପରିପକ୍ବତା ନେଇ କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

ରାହୁଲଙ୍କୁ ମାଣ୍ଡବ୍ୟଙ୍କ ଟାର୍ଗେଟ, ଟିକା ନୁହେଁ ପରିପକ୍ବତାର ରହିଛି ଅଭାବ

author img

By

Published : Aug 1, 2021, 10:59 PM IST

ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକାର ଅଭାବକୁ ନେଇ ରାହୁଲ ଗାନ୍ଧୀଙ୍କ ସମାଲୋଚନାକୁ ନେଇ ବର୍ଷିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ । ରବିବାର ରାହୁଲଙ୍କୁ ଟାର୍ଗେଟ କରି ପରିପକ୍ବତାର ଅଭାବ ରହିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ରାହୁଲଙ୍କ ଟ୍ବିଟ୍‌ର ଜବାବ ଦେଇ ମାଣ୍ଡବ୍ୟ କହିଛନ୍ତି, ଚଳିତ ମାସ ଦେଶରେ ଟୀକାକରଣ କ୍ଷେତ୍ରରେ ଏକ ବଡଧରଣର ବୃଦ୍ଧି ଘଟିବାକୁ ଯାଉଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ୍ ଯୋଗେ କହିଛନ୍ତି, ଭାରତର ସ୍ବାସ୍ଥ୍ୟକର୍ମୀ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଆମେ ଗର୍ବିତ । ଜୁଲାଇରେ ଭାରତରେ 13 କୋଟିରୁ ଅଧିକ ଟିକା ବିତରଣ ହୋଇଛି । ଆଉ ଏହାକୁ ଅଗଷ୍ଟ ମାସରେ ଦୃତ ଗତିରେ ତ୍ବରାନ୍ବିତ କରାଯିବ ।

ମନ୍ତ୍ରୀ କହିଛନ୍ତି ଯେ ଜୁଲାଇରେ ଯେଉଁ 13 କୋଟି ଲୋକଙ୍କୁ ଟୀକାକରଣ କରାଯାଇଛି ସେଥିରେ ବହୁ ମାତ୍ରାରେ କଂଗ୍ରେସ ନେତା ରହିଛନ୍ତି । ଏତେ ମାତ୍ରାରେ ଟୀକାକରଣ ପରେ ମଧ୍ୟ ଆପଣ ଆମର ବୈଜ୍ଞାନିକମାନଙ୍କ ବିଷୟରେ କୌଣସି ଶବ୍ଦ କହି ନାହାଁନ୍ତି କିମ୍ବା ନିଜେ ଟୀକାକରଣ ନେଇ ନାଗରିକମାନଙ୍କୁ ନିବେଦନ କରି ନାହାଁନ୍ତି । ଏହାର ଅର୍ଥ ହେଉଛି ଆପଣ ଟୀକାକରଣ ନାଁରେ ରାଜନୀତି କରୁଛନ୍ତି । ପ୍ରକୃତରେ ଟିକାର ଅଭାବ ନାହିଁ, କିନ୍ତୁ ରାହୁଲଙ୍କର ପରିପକ୍ବତାର ଅଭାବ ରହିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଏହା ପୂର୍ବରୁ ଆଜି (ରବିବାର) ରାହୁଲ ଗାନ୍ଧୀ ସାରା ଦେଶରେ ଟିକାର ଅଭାବକୁ ନେଇ କେନ୍ଦ୍ରକୁ ନିନ୍ଦା କରିଥିଲେ । ସେ କହିଛନ୍ତି, ଜୁଲାଇ ଚାଲିଯାଇଛି, କିନ୍ତୁ ଟିକା ଅଭାବ ଦୂର ହୋଇନାହିଁ । ସେପଟେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ 49,49,89,550ରୁ ଅଧିକ ଟିକା ଡୋଜ ଯୋଗାଇ ଦିଆଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.