ନୂଆଦିଲ୍ଲୀ: ଜାରି ରହିଛି ଦ୍ବିତୀୟ ପର୍ଯ୍ୟୟ ବଜେଟ ଅଧିବେଶନ । ଭାରତୀୟ ରେଳବାଇର ଘରୋଇକରଣ ନେଇ କୌଣସି ଯୋଜନା ନାହିଁ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।
ଏହା ସହିତ ଭାରତୀୟ ରେଳର ଉତ୍ତମ ପରିଚାଳନା ପାଇଁ କେନ୍ଦ୍ର ସହ ମିଳିତ ହୋଇ କାର୍ଯ୍ୟ କରିବାକୁ ସମସ୍ତ ରାଜ୍ୟଗୁଡିକୁ ଆହ୍ବାନ ଦେଇଛନ୍ତି । ରେଳବାଇର ଘରୋଇକରଣ ଉପରେ କେନ୍ଦ୍ର ଗୁରୁତ୍ବ ଦେଇନଥିବା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାରଗେଙ୍କ ପ୍ରଶ୍ନ ପରେ ଏହି ବିବୃତ୍ତି ରଖିଥିଲେ କେନ୍ଦ୍ର ରେଳମନ୍ତ୍ରୀ । ଗତ ସପ୍ତାହରେ ଲୋକସଭାରେ ସମାନ କଥା କହିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ରେଳ ଷ୍ଟେସନ, ରେଲୱେ ଟ୍ରାକ, ସିଗନାଲ ସିଷ୍ଟମ, ଟ୍ରେନ କୋଚ ସବୁକିଛି କେନ୍ଦ୍ର ସରକାରଙ୍କ । ରେଳବାଇର ଘରୋଇକରଣ ନେଇ କୌଣସି ଯୋଜନା ନାହିଁ । ପିୟୁଷ ଗୋଏଲ ମଧ୍ୟ ଆଗରୁ ଏହା ସ୍ପଷ୍ଟ କରିଥିଲେ ଯେ ରେଲୱେ ଘରୋଇକରଣ ହେବନାହିଁ ।
ଏହା ବି ପଢନ୍ତୁ...Chinese Foreign Minister Arrives: ଦିଲ୍ଲୀରେ ପହଞ୍ଚିଲେ Wang Yi, କାଲି ଜୟଶଙ୍କରଙ୍କ ସହ ବୈଠକ
ପ୍ରକାଶ ଥାଉ କି, ମାର୍ଚ୍ଚ ୧୪ରୁ ଦ୍ବିତୀୟ ପାଳି ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏପ୍ରିଲ ୮ ଯାଏଁ ଚାଲିବ ଅଧିବେଶନ । ଏହି ପର୍ଯ୍ୟାୟରେ ୧୯ଟି କାର୍ଯ୍ୟ ଦିବସ ରହିଛି । ଜାନୁଆରୀ ୨୯ରୁ ଫେବୃଆରୀ ୧୧ ଯାଏଁ ଭଭୟ ଗୃହରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ହୋଇଥିଲା ।
@ANI