ଜୟପୁର: ରାଜସ୍ଥାନ ଜୈସଲମେର ଲଙ୍ଗେୱାଲା ପୋଷ୍ଟରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି । ସମସ୍ତ ବୀର ଯବାନଙ୍କୁ ଦେଶବାସୀଙ୍କ ତରଫରୁ ଦେଲେ ଦୀପାବଳିର ଶୁଭେଚ୍ଛା । ଦେଶର ସୀମାରେ ଥାନ୍ତୁ ଅବା ଆକାଶରେ କି ସମୁଦ୍ରରେ । ରାଷ୍ଟ୍ରରକ୍ଷାରେ ଥିବା ସମସ୍ତ ଯବାନଙ୍କୁ ପିଏମ ପ୍ରମାଣ ଜଣାଇଛନ୍ତି । ଯବାନଙ୍କ ପରିବାର ପ୍ରିୟ ପରିଜନଙ୍କୁ ମଧ୍ୟ ଶୁଭେଚ୍ଛା ଦେଇଛନ୍ତି ମୋଦି। ଯବାନଙ୍କୁ ସମ୍ବୋଧିତ କରି ପିଏମ ଉଦବୋଧନ ଦେଇଛନ୍ତି ।
ଭାରତୀୟ ଯବାନଙ୍କୁ ସୀମାରେ କୌଣସି ଶକ୍ତି ଅଟକାଇ ପାରିବ ନାହିଁ । ଯବାନ ଅଛନ୍ତି ତ ଏହି ଦେଶ ଅଛି । ଦେଶର ପର୍ବ ଅଛି ବୋଲି ପିଏମ କହିଛନ୍ତି । 130 କୋଟି ଭାରତୀୟଙ୍କ ଶୁଭକାମନା ସହ ବରିଷ୍ଠଙ୍କ ଆର୍ଶିବାଦ ଦେଇଥିଲେ । ଏଥିସହ ଯବାନଙ୍କ ପାଇଁ ଦେଶର ପ୍ରତ୍ୟେକ ମା’ର ସ୍ବାଦିଷ୍ଟ ମିଠା ଆଣିଥିଲେ ମୋଦି । ବାପା ଭାଇଙ୍କ ସ୍ନେହ ଶ୍ରଦ୍ଧା ମଧ୍ୟ ଯବାନଙ୍କ ନିକଟରେ ସେ ଅଜାଡି ଦେଇଥିଲେ ।
ଯବାନଙ୍କ ସୌର୍ଯ୍ୟ ବୀରତ୍ବ ପରାକ୍ରମକୁ ସାଲ୍ୟୁଟ କରି ଦେଶବାସୀ ସଦା ସର୍ବଦା ପଛରେ ରହିଛନ୍ତି । ଦେଶ ଆଜି ସୁରକ୍ଷିତ ଅଛି । କାରଣ ଭାରତ ମାତାର ପୁଅ ଝିଅ ମାତୃଭୂମିର ରକ୍ଷା ପାଇଁ ବଦ୍ଧ ପରିକର ବୋଲି ପିଏମ ନିଜ ସମ୍ବୋଧନରେ କହିଛନ୍ତି । ଏଥିସହ ପ୍ରତିଟି ଯବାନଙ୍କ ପାଇଁ ଦେଶବାସୀ ଛିଡା ହୋଇରହିଛନ୍ତି । ଲୋଙ୍ଗେୱାଲା ପୋଷ୍ଟକୁ ନେଇ ସାରାଦେଶରେ ଚର୍ଚ୍ଚାରେ ରହିଆସିଛି । ଗ୍ରୀଷ୍ମରେ 50 ଡିଗ୍ରୀ ହେଉ କି ଶୀତରେ ଶୂନ୍ୟ ସ୍ଥିତି ସତ୍ତ୍ବେ ଆପଣ ମା ଭାରତର ରକ୍ଷା ପାଇଁ ଅତୁଟ ଅଟଳ । ଏହି ଲୋଙ୍ଗେୱାଲା ପୋଷ୍ଟରେ ଅନେକ ବୀରତ୍ବର ଗାଥା ଲେଖାଯାଇଛି ।
ସେହିପରି ସର୍ଜିକାଲ ଷ୍ଟ୍ରାଇକ ଏୟାର ଷ୍ଟ୍ରାଇକକୁ ମଧ୍ୟ ସ୍ମରଣ କରି ପାକିସ୍ତାନକୁ କଡା ସନ୍ଦେସ ଦେଇଛନ୍ତି ମୋଦି । ହିନ୍ଦୁସ୍ତାନକୁ କେହି ଖରାପ ନଜର ପକେଇବ ତ ଭାରତର ତା ଘରେ ପଶି ମରାଯିବ । ଦେଶର ଅଖଣ୍ଡ ରକ୍ଷା ପାଇଁ କୌଣସି ବୁଝାମଣା ହେବ ନାହିଁ ବୋଲି ପୁଣି ଥରେ ମୋଦି ମନେ ପକାଇ ଦେଇଛନ୍ତି । କେବଳ ପାକିସ୍ତାନ ନୁହେଁ ଚୀନକୁ ମଧ୍ୟ ଚେତାଇ ଦେଇଛନ୍ତି । ଆଜି ବିଶ୍ବ ବିସ୍ତାରବାଦୀ ନୀତିରେ ଜର୍ଜରିତ । ବିସ୍ତାରବାଦୀ ନୀତି ଏକ ମାନସିକ ରୋଗ । ଏହାର ବିରୋଧରେ ଭାରତ ଦୃଢ ସ୍ବର ଉତ୍ତୋଳନ କରୁଛି । ଆଜିର ଭାରତ ବୁଝିବା ବୁଝାଇ ନୀତିରେ ବିଶ୍ବାସ ରଖେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ