ETV Bharat / bharat

ଆଶଙ୍କା ମଧ୍ୟରେ ଆଶ୍ବସ୍ତି, 180 ଜିଲ୍ଲାରେ ଗତ ସପ୍ତାହ ମଧ୍ୟରେ ହୋଇନି ନୂଆ ସଂକ୍ରମଣ

author img

By

Published : May 8, 2021, 6:41 PM IST

ଦେଶର 180 ଜିଲ୍ଲାରେ ଗତ ସପ୍ତାହ ମଧ୍ୟରେ କୌଣସି ନୂଆ କୋଭିଡ ସଂକ୍ରମଣ ମାମଲା ସାମ୍ନାକୁ ଆସିନଥିବା କହିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଆଶଙ୍କା ମଧ୍ୟରେ ଆସ୍ବସ୍ତି, ଗତ ସପ୍ତାହ ମଧ୍ୟରେ 180 ଜିଲ୍ଲାରେ ହୋଇନି ନୂଆ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଉତ୍କଟ ରୂପ ଧାରଣ କରିଥିବାବେଳେ ଏହାରି ମଧ୍ୟରେ ଆସିଛି ଆଶ୍ବସ୍ତିକର ଖବର । ଦେଶର 180 ଜିଲ୍ଲାରେ ଗତ ସପ୍ତାହ ମଧ୍ୟରେ କୌଣସି ନୂଆ କୋଭିଡ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ । ସେହିପରି ଗତ 2 ସପ୍ତାହ ମଧ୍ୟରେ ଦେଶର 18 ଜିଲ୍ଲାରେ କୌଣସି ନୂଆ ସଂକ୍ରମଣ ମାମଲା ମଧ୍ୟ ପଞ୍ଜିକୃତ ହୋଇନଥିବା ସରକାରୀ ଭାବେ କୁହାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏନେଇ ସୂଚନା ଦେଇଛନ୍ତି । ତେବେ ଦେଶରେ ଦେଖାଦେଇଥିବା ଦ୍ରୁତ ସଂକ୍ରମଣ ସମୟରେ ଏପରି ଖବର ସମସ୍ତଙ୍କୁ ସାମାନ୍ୟ ଆଶ୍ବସ୍ତ କରିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 4 ଲକ୍ଷ 1 ହଜାର 178 ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ମାମଲା 2 କୋଟି 18 ଲକ୍ଷ 92 ହଜାର 676କୁ ବୃଦ୍ଧି ପାଇଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 18 ହଜାର 609 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟାର ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ମୋଟ 1 କୋଟି 79 ଲକ୍ଷ 30 ହଜାର 9 ଶହ 60ରେ ପହଞ୍ଚିଛି ।

ଅନୂରୁପ ଭାବେ ଗତ 24 ଘଣ୍ଟା ମଧ୍ୟରେ 4ହଜାର ଶହେ 87 ସଂକ୍ରମିତଙ୍କ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 2 ଲକ୍ଷ 38 ହଜାର 2ଶହ70କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ 37 ଲକ୍ଷ 23 ହଜାର 4 ଶହ 46 ସକ୍ରିୟ ମାମଲା ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଲୟ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.