ETV Bharat / bharat

Caste census: ପ୍ରଭାବିତ ହେବନି ଉଚ୍ଚବର୍ଗର ଭୋଟ ବ୍ୟାଙ୍କ, କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଆସିପାରେ ସଙ୍କଳ୍ପ - ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ

ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ପ୍ରଭାବିତ ହେବ କି କଂଗ୍ରେସର ଉଚ୍ଚଜାତି ବର୍ଗର ଭୋଟ ବ୍ୟାଙ୍କ । ଆସନ୍ତାକାଲି ଦଳର କାର୍ଯ୍ୟକାରୀ କମିଟି ବୈଠକରେ ଗୃହୀତ ହୋଇପାରେ ସଙ୍କଳ୍ପ । ଅଧିକ ପଢନ୍ତୁ

ଉଚ୍ଚବର୍ଗର ଭୋଟ ବ୍ୟାଙ୍କରେ କୌଣସି ନକରାତ୍ମକ ପ୍ରଭାବ ପକାଇବ ନାହିଁ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ: କଂଗ୍ରେସ

author img

By ETV Bharat Odisha Team

Published : Oct 8, 2023, 9:41 PM IST

ନୂଆଦିଲ୍ଲୀ: 2024 ନିର୍ବାଚନ ପୂର୍ବରୁ କଂଗ୍ରେସ ଏବେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରୁଛି । ଦଳ ବିଧାନସଭା ନିର୍ବାଚନ ହେବାକୁ ଥିବା ଏକାଧିକ ରାଜ୍ୟରେ କ୍ଷମତାକୁ ଆସିଲେ ପ୍ରାଥମିକତା ଆଧାରରେ ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ କରାଯିବା ନେଇ ଘୋଷଣା କରିସାରିଛି । ଏହାକୁ ଜାତୀୟ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଦଳ ଦାବି କରିଛି । ତେବେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ଦଳର ଉଚ୍ଚଜାତିର ଭୋଟରଙ୍କ ଉପରେ କୌଣସି ନକରାତ୍ମକ ପ୍ରଭାବ ନପଡିବା ସହ ଭୋଟ ପ୍ରଭାବିତ ହେବ ନାହିଁ ବୋଲି ଜଣେ ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି । ଆସନ୍ତାକାଲି(ସୋମବାର) କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ବସିବାକୁ ଯାଉଛି । ଏଥିରେ ଜାତୀୟ ସ୍ତରରେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ଆଲୋଚନା ସହ ଦଳ ନିଜର ଆଭିମୁଖ୍ୟ ଚୂଡାନ୍ତ କରିବା ନେଇ ସୂଚନା ରହିଛି ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ଦଳ ମଧ୍ୟରେ ସାମାନ୍ୟ ଦ୍ବନ୍ଦ୍ବ ମଧ୍ୟ ରହିଛି । ଦଳ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିସାରିଛି, ମାତ୍ର ଏହା ଏକ ବହୁଳ ଭୋଟବର୍ଗକୁ ପ୍ରଭାବିତ କରିବା ସହ ଉଚ୍ଚଜାତି ବର୍ଗଙ୍କ ଭୋଟରେ ମଧ୍ୟ ନକରାତ୍ମକ ପ୍ରଭାବ ଦୃଶ୍ୟମାନ ହେବାର ଆଶଙ୍କା ମଧ୍ୟ ରହିଛି । ତେବେ ଏପରି କରିବା ଦ୍ବାରା ଉଚ୍ଚଜାତିର ଭୋଟର ସାମାନ୍ୟ ଉପେକ୍ଷିତ ଅନୁଭବ କରିବା ଆଶଙ୍କା ମଧ୍ୟ ଦଳକୁ ଘାରିଲାଣି ।

ଅନ୍ୟପଟେ କଂଗ୍ରେସର ପରୋକ୍ଷ ନେତୃତ୍ବରେ ଥିବା ‘ଇଣ୍ଡିଆ’ ମେଣ୍ଟ ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାକୁ ଆସିଲେ ଜାତୀୟ ସ୍ତରରେ ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ କରାଯିବା ନେଇ ରାହୁଲ ଗାନ୍ଧୀ ଯେଉଁ ଘୋଷଣା କରିଛନ୍ତି, ତାହା ଉପରେ ମଧ୍ୟ ଅନୁଧ୍ୟାନ କରିବ । ତେଣୁ ଆସନ୍ତାକାଲି ବସିବାକୁ ଥିବା କାର୍ଯ୍ୟକାରୀ କମିଟି ବୈଠକରେ ଦଳ ଏହି ପ୍ରସଙ୍ଗରେ ଗଭୀର ଅନୁଚିନ୍ତା ସହ ସନ୍ତୁଳନ ରକ୍ଷା କରି ଏକ ସଙ୍କଳ୍ପ ପାରିତ କରିପାରେ ।

ଏହା ମଧ୍ୟ ପଢନ୍ତୁ:-ବିଜୟନଙ୍କ ବିସ୍ଫୋରକ ବୟାନ, ତୃତୀୟ ଥର ପାଇଁ BJP କ୍ଷମତାକୁ ଆସିଲେ ଦେଶକୁ ବିପଦ

ତେବେ ବିହାର ପ୍ରଥମ ରାଜ୍ୟ ଭାବେ ଜାତିଭିତ୍ତିକ ଜନଗଣନା କରିବା ସହ ରିପୋର୍ଟ ମଧ୍ୟ ପ୍ରକାଶ କରିସାରିଛି । ସେହିପରି ନିର୍ବାଚନ ହେବାକୁ ଥିବା କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଓ ଛତିଶଗଡ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଘୋଷଣା କରିସାରିଛନ୍ତି । ଅନ୍ୟତମ କଂଗ୍ରେସ ଶାସିତ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହେଉଛି । କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଦଳର ବରିଷ୍ଠ ନେତା ଅବିନାଶ ପାଣ୍ଡେ ଏହି ପ୍ରସଙ୍ଗରେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଦଳର ଏହି ଆଭିମୁଖ୍ୟ ଉଚ୍ଚଜାତିର ଭୋଟରଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବା କିମ୍ବା ଭୋଟକୁ ପ୍ରଭାବିତ କରିବାର ଆଶଙ୍କା ନାହିଁ । ସମାଜରେ ପଛୁଆ ଜାତିବର୍ଗଙ୍କ ଉନ୍ନତି ପାଇଁ ଏହାର କାର୍ଯ୍ୟକାରିତାର ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.