ETV Bharat / bharat

କୋଇଲା ସଙ୍କଟ ଚିନ୍ତାଜନକ ନୁହେଁ, ଗଚ୍ଛିତ ଅଛି 21 ମିଲିୟନ ଟନ କହିଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ

author img

By

Published : Apr 30, 2022, 10:31 PM IST

Updated : Apr 30, 2022, 10:40 PM IST

କୋଇଲା ସଙ୍କଟ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । କହିଲେ ଦେଶବ୍ୟାପୀ ଗଚ୍ଛିତ ଅଛି 21.55 ମିଲିୟନ ଟନ । ଚିନ୍ତା କରିବାର ଆବଶ୍ୟକତା ନାହିଁ । ଅଧିକ ପଢନ୍ତୁ

କୋଇଲା ସଙ୍କଟ ଚିନ୍ତାଜନକ ନୁହେଁ, ଗଚ୍ଛିତ ଅଛି 21.55 ମିଲିୟନ ଟନ : Prahlad Joshi

ବେଙ୍ଗାଲୁରୁ: ବର୍ତ୍ତମାନ ଦେଶର ବିଭିନ୍ନ ଥର୍ମାଲ ପ୍ଲାଣ୍ଟରେ 21.55 ମିଲିୟନ ଟନ ଓ ଏକାଧିକ କୋଇଲା କମ୍ପାନୀ ନିକଟରେ 72.5 ମିଲିୟନ ଟନର କୋଇଲା ଗଚ୍ଛିତ ରହିଛି । ଚଳିତ ମାସ ଶକ୍ତି ଆବଶ୍ୟକତା ଶୀର୍ଷରେ ପହଞ୍ଚିଛି । ଅର୍ଥନୀତି ଭଲ ସ୍ଥିତିରେ ରହିଛି । କୋଇଲା ସଙ୍କଟ ନେଇ ଚିନ୍ତିତ ହେବାର କାରଣ ନାହିଁ ବୋଲି କହିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆଜି କର୍ଣ୍ଣାଟକର ହୁବୁଳିରେ ଗଣମାଧ୍ୟମକୁ ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଯୋଶୀ ଏହି ଆଶ୍ବସ୍ତିକର ସୂଚନା ଦେଇଛନ୍ତି ।

ବୁହୁଳି ସ୍ମାର୍ଟ ସିଟି ପ୍ରକଳ୍ପର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିଜ ଗୃହ ରାଜ୍ୟ କର୍ଣ୍ଣାଟକ ଗସ୍ତରେ ଥିବା କେନ୍ଦ୍ର କୋଇଲା ମନ୍ତ୍ରୀ ଯୋଶୀ କୋଇଲା ସଙ୍କଟ ନେଇ ଜାରି ରହିଥିବା ଚର୍ଚ୍ଚାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଯଥେଷ୍ଟ ପରିମାଣରେ କୋଇଲା ମହଜୁଦ ରହିଛି । ମାତ୍ର 10 ଦିନରେ ସାଙ୍ଘାତିକ ସ୍ଥିତି ସୃଷ୍ଟି ହେବା ନେଇ ଯେଉଁ ଚର୍ଚ୍ଚା ଜାରି ରହିଛି, ତାହା ଭିତ୍ତିହୀନ ଓ ଭୁଲ ସୂଚନା ବୋଲି କହିଥିଲେ ଯୋଶୀ ।

ବର୍ତ୍ତମାନ ଗୋଟିଏ ଦିନରେ 1.7 ମିଲିୟନ ଟମ କୋଇଲା ରପ୍ତାନୀ ଜାରି ରଖିଛି ଭାରତ । ବର୍ତ୍ତମାନର ଚାହିଦାକୁ ଦୃଷ୍ଟିରେ ରଖି କୋଇାଲା ପରିବହନ ଓ ଯୋଗାଣକୁ ମଧ୍ୟ ତ୍ବରିତ କରିବା ପାଇଁ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ତେଣୁ ବର୍ତ୍ତମାନ ସମୟରେ ଏପରି ସଙ୍କଟ ଚର୍ଚ୍ଚାକୁ ନେଇ କୌଣସି ଆଶଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 30, 2022, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.