ETV Bharat / bharat

କୋଭିଡ-19କୁ ନେଇ ରାଜନୀତି ନହେଉ: ଗିରିରାଜ ସିଂ - କୋଭିଡ-19

ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଜରୁରୀକାଳୀନ ବ୍ୟବହାର ପାଇଁ ଦୁଇଟି କୋରୋନା ଭାଇରସ୍ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗିରିରାଜ ସିଂ । ଅଧିକ ପଢନ୍ତୁ...

ଗିରିରାଜ ସିଂ
ଗିରିରାଜ ସିଂ
author img

By

Published : Jan 3, 2021, 7:14 PM IST

ନୂଆଦିଲ୍ଲୀ : ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଜରୁରୀକାଳୀନ ବ୍ୟବହାର ପାଇଁ ଦୁଇଟି କୋରୋନା ଭାଇରସ୍ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି, ‘ଏହି ପ୍ରସଙ୍ଗରେ କୌଣସି ରାଜନୀତି କରିବାର ଆବଶ୍ୟକତା ନାହିଁ ’ । ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ଦେଶ ପାଇଁ ଏକ ଖୁସିର ବିଷୟ ଏବଂ ଆମର ବୈଜ୍ଞାନିକଙ୍କୁ ସମ୍ମାନିତ କରିବାର ସମୟ ଆସିଛି। ଏହା ଉପରେ କୌଣସି ରାଜନୀତି କରିବାର ଆବଶ୍ୟକତା ନାହିଁ।

ଏହାକୁ ରାଜନୀତିରେ ଯୋଡନ୍ତୁ ନାହିଁ ଏବଂ ବୈଜ୍ଞାନିକଙ୍କୁ ସମ୍ମାନ ଦିଅନ୍ତୁ ବୋଲି ସେ କହିଛନ୍ତି। ଦେଶର ଅନେକ ନେତା ବୈଜ୍ଞାନିକଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ମୁଁ ଭାବୁଛି ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ଗିରିରାଜ କରିଛନ୍ତି। ବେଗୁସରାଇରୁ ବିଜେପି ସାଂସଦ ମଧ୍ୟ କୋଭିଡ-19 ଟିକା ବିକଶିତ କରିବା ପାଇଁ ବୈଜ୍ଞାନିକଙ୍କୁ ପ୍ରଶଂସା କରିଥିଲେ।

ସେ କହିଛନ୍ତି, ଦେଶର ବୈଜ୍ଞାନିକମାନେ ଦୁନିଆରେ ବଦନାମ ହେବା ଉଚିତ୍ ନୁହେଁ। ଆଜି ଆତ୍ମନିର୍ଭରଶୀଳ ଭାରତ ଅଧୀନରେ ଦେଶର ବୈଜ୍ଞାନିକମାନେ ଏଭଳି ସଫଳତା ହାସଲ କରିଛନ୍ତି। କୋଭିଡ-19 ସହିତ ଲଢିବା ପାଇଁ ଅନେକ ଦେଶ ଟିକା ଉପରେ କାମ କରିଛନ୍ତି। ଭାରତ ମଧ୍ୟ କାମ କରିଛି ଏବଂ ଏହା ମୋ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି।

ପ୍ରକାଶଥାଉକି, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକର କୋଭିଡ-19 ଟିକାକୁ ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା ବୋଲି ଡିସିଜି କହିଛନ୍ତି। ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବଙ୍କୁ କୋଭିଡ-19 ଟିକାକୁ ବିଜେପି ଟିକା ବୋଲି କହିବା ସହ ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ଗିରିରାଜ ସିଂ କହିଛନ୍ତି, ‘ଲୋକେ ଲୁଚିକି ଯାଇ ଟୀକାକରଣ କରିବାକୁ ଯିବେ କିନ୍ତୁ ଏହିପରି ଜିନିଷ ମାଧ୍ୟମରେ ଲୋକଙ୍କୁ ଭ୍ରାନ୍ତ ଅବସ୍ଥାରେ ରଖିବା ପାଇଁ ସେମାନେ ଏହାକୁ ଲୋକଙ୍କଠାରୁ ଲୁଚାଇ ରଖିବେ ’।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.