ETV Bharat / bharat

5 ବର୍ଷରୁ କମ୍ ଶିଶୁଙ୍କ ପାଇଁ ମାସ୍କ ଆବଶ୍ୟକତା ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ - ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ

ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ମାସ୍କର ଆବଶ୍ୟକତା ନାହିଁ । ଗୁରୁବାର କୋଭିଡ ପରିଚାଳନା ପାଇଁ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଅଧିକ ପଢ଼ନ୍ତୁ

no need of mask for below 5 years children says revised guideline
5 ବର୍ଷରୁ କମ୍ ଶିଶୁଙ୍କ ପାଇଁ ମାସ୍କ ଆବଶ୍ୟକତା ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
author img

By

Published : Jan 21, 2022, 11:06 AM IST

ନୂଆଦିଲ୍ଲୀ: ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ମାସ୍କର ଆବଶ୍ୟକତା ନାହିଁ । ହେଲେ 6 ବର୍ଷରୁ 11 ବର୍ଷର ପିଲାମାନେ ନିଜ ନିରାପଦ ପାଇଁ ପିତାମାତାଙ୍କ ପରାମର୍ଶରେ ମାସ୍କ ପିନ୍ଧି ପାରିବେ । ଗୁରୁବାର କୋଭିଡ ପରିଚାଳନା ପାଇଁ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, 5 ବର୍ଷରୁ କମ୍ ବୟସ ପିଲାଙ୍କ ସୁରକ୍ଷା ଦୃଷ୍ଟିକୁ ନେଇ ମାସ୍କ ପିନ୍ଧିବା ଲାଗୁ ହେବନାହିଁ । ହେଲେ 6 ବର୍ଷରୁ 11 ବର୍ଷର ପିଲାମାନେ ନିଜ ନିରାପଦ ପାଇଁ ପିନ୍ଧି ପାରିବେ । ସେହିପରି 12 ବର୍ଷରୁ ଅଧିକ ବୟସର ପିଲାମାନେ ବୟସ୍କଙ୍କ ଭଳି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ। କୋରୋନା ସଂକ୍ରମଣ ନିର୍ଦ୍ଦେଶାବଳୀ ଅନୁଯାୟୀ, 18 ବର୍ଷରୁ କମ୍ ଅର୍ଥାତ୍ କିଶୋରମାନଙ୍କ ପାଇଁ ଆଣ୍ଟିଭାଇରାଲ୍ କିମ୍ବା ମୋନୋକ୍ଲୋନାଲ ଆଣ୍ଟିବଡି ବ୍ୟବହାର କରିବା ଅନୁମତି ଦିଆଯାଇ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି।

ଦେଶରେ କୋରୋନା ସଂଖ୍ୟା ଓ ଓମିକ୍ରନ ଆକାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ବିଶେଷଜ୍ଞମାନେ ଏକ ନିର୍ଦ୍ଦେଶାବଳୀର ସମୀକ୍ଷା କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ଦେଶରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଓମିକ୍ରନ୍ ଭାରିଆଣ୍ଟ କମ୍ ଗୁରୁତର ଅଟେ। ହେଲେ ଦେଶରେ ଯେଉଁଭଳି ଭାବରେ ଏହାର କାୟା ବିସ୍ତାର ହେଉଛି, ସେନେଇ ଆମକୁ ସତର୍କ ରହିବା ଆବଶ୍ୟକ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.