ନୂଆଦିଲ୍ଲୀ: ଚଳିତ ବର୍ଷ ବଜେଟ ଅଧିବେଶନ ଆରମ୍ଭରୁ ହେବନି ହାଲୱା ପ୍ରସ୍ତୁତି । କୋରୋନା କଟକଣା ମଧ୍ୟରେ ବଜେଟ ଉପସ୍ଥାପିତ ହୋଇଥିବାବେଳେ ଚଳିତ ଥର ହାଲୱା ତିଆରି ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି । ଆସନ୍ତା ଫେବୃଆରୀ 2 ତାରିଖରେ ସଂସଦରେ ପେପରଲେସ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଚଳିତ ବର୍ଷ ବଜେଟର ପ୍ରିଣ୍ଟ ତିଆରି କରାଯିବ ନାହିଁ । ତେଣୁ କର୍ମଚାରୀମାନଙ୍କୁ ହାଲୱା ବଦଳରେ ମିଠା ଦିଆଯିବ । ତେବେ ଗତବର୍ଷ ଜାନୁଆରୀ 23ତାରିଖରେ ସଂସଦରେ ହାଲୱା ପ୍ରସ୍ତୁତି ନୀତି ହୋଇଥିଲା । ଏହି ଅବସରରେ ଅର୍ଥମନ୍ତ୍ରୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ। କୋରୋନା ଯୋଗୁଁ ଗତବର୍ଷଠାରୁ ପେପରଲେସ ବଜେଟ ଉପସ୍ଥାପନ ଆରମ୍ଭ ହୋଇଛି । ଏଥିସହ ସଂସଦ ଆପ୍ ମଧ୍ୟ ଲଞ୍ଚ କରାଯାଇଛି । ଯାହା ଫଳରେ ସମସ୍ତ ସଂସଦ ଓ ସାଧାରଣ ଜନତା ବଜେଟ ଦସ୍ତାବିଜକୁ ଦେଖିପାରିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ