ETV Bharat / bharat

Karnatak Election: କର୍ଣ୍ଣାଟକ ମୈଦାନରେ ଗର୍ଜିଲେ ଯୋଗୀ, କହିଲେ ଡବଲ ଇଞ୍ଜିନ ସରକାର ବିକାଶର ଗ୍ୟାରେଣ୍ଟି - କର୍ଣ୍ଣାଟକ ମୈଦାନରେ ଯୋଗୀଙ୍କ ଏଣ୍ଟ୍ରି

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରରେ ସାମିଲ ହୋଇ ଯୋଗୀ ଆଇନ ଶୃଙ୍ଖଳାକୁ ଫୋକସରେ ରଖିଛନ୍ତି । ଯୋଗୀ କହିଛନ୍ତି ବର୍ତ୍ତମାନ ଆମର କାର୍ଯ୍ୟକାଳରେ ୟୁପିରେ କୌଣସି ଦଙ୍ଗା ହୋଇନାହିଁ । ଗତ 6 ବର୍ଷରେ କୌଣସି କର୍ଫ୍ୟୁ ଲାଗିନାହିଁ । ଡବଲ ଇଞ୍ଜିନ ସରକାର ପିଏଫଆଇ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି । ଅଧିକ ପଢନ୍ତୁ

ର୍ଣ୍ଣାଟକ ମୈଦାନରେ ଗର୍ଜିଲେ ଯୋଗୀ ଆଦିତ୍ୟନାଥ
ର୍ଣ୍ଣାଟକ ମୈଦାନରେ ଗର୍ଜିଲେ ଯୋଗୀ ଆଦିତ୍ୟନାଥ
author img

By

Published : Apr 26, 2023, 10:55 PM IST

ବେଙ୍ଗାଲୁର: କର୍ଣ୍ଣାଟକ ମୈଦାନରେ ଯୋଗୀ ଆଦିତ୍ୟନାଥ । ଦକ୍ଷିଣ ଗାଦି ଦଖଲ ରଖିବା ପାଇଁ ବିଜେପିର ବଡ ଯୋଜନା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କର୍ଣ୍ଣାଟକରେ ଏଣ୍ଟ୍ରି । ଆଜି ଠାରୁ ମେ ’ 7 ପର୍ଯ୍ୟନ୍ତ ପୁରା ରାଜ୍ୟରେ ନନଷ୍ଟପ ପ୍ରଚାର କରିବେ ବିଜେପିର ଏହି ଫାୟାରବ୍ରାଣ୍ଡ ନେତା । ସାରା ରାଜ୍ୟରେ 25ରୁ ଅଧିକ ରାଲି ରୋଡ ଶୋ କରିବେ ଯୋଗୀ । ଗୈରିକ ବାନାର ଅପରାଜୟେ ପାଇଁ କସରତ କରିବେ ଗେରୁଆ ନେତା । ଯୋଗୀଙ୍କ ପ୍ରଚାର ରୋଡ ଶୋ ପାଇଁ ବିଜେପି ଯୋଜନାବଦ୍ଧ ଭାବେ ରଣନୀତି କରିଛି । କେଉଁଠି କେଉଁ ଦିନ କେଉଁ ନେତାଙ୍କ ପାଇଁ କେଉଁ କ୍ଷେତ୍ରରେ ଯୋଗୀ ପ୍ରଚାର କରିବେ ତାହା ସ୍ଥିର ହୋଇଛି । ସେହି ଯୋଜନା ଅନୁସାରେ ଆଜି କର୍ଣ୍ଣାଟକରେ ଯୋଗୀଙ୍କ ହୋଇଛି ଦମଦାର ଏଣ୍ଟ୍ରି ।

ଏହାବି ପଢନ୍ତୁ- Karnataka Elections: ଜଗଦୀଶଙ୍କୁ ଜିତାଇ ଦେବନାହିଁ ବିଜେପି !

ଆଶା ଅନୁଯାୟୀ ଚିରାଚରିତ ଭାବେ ଯୋଗୀ ଆଜି ନିର୍ବାଚନ ପ୍ରଚାରରେ ଏଣ୍ଟ୍ରି କରୁ କରୁ ହିନ୍ଦୁତ୍ବ ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଗର୍ଜିଛନ୍ତି । ପ୍ରଚାର ଆରମ୍ଭ କରୁକରୁ ଯୋଗୀ ଭଗବାନ ରାମ ପରମଭକ୍ତ ହନୁମାନଙ୍କ ସମ୍ପର୍କ (କନେକସନ) କର୍ଣ୍ଣାଟକ ସହ ଯୋଡିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଭଗବାନ ରାମ ୟୁପିରୁ ଥିବା ବେଳେ ପ୍ରଭୁ ହନୁମାନ କର୍ଣ୍ଣାଟକରୁ ଥିଲେ । ଆଇନ ଶୃଙ୍ଖଳା ସ୍ଥିତି ନେଇ ଯୋଗୀ କହିଛନ୍ତି ୟୁପିରେ ନୋ କର୍ଫ୍ୟୁ... ନୋ ଦଙ୍ଗା...ଅଭି ୟୁପି ମୈ ସବ୍‌ ଚଙ୍ଗା ହୈ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରରେ ସାମିଲ ହୋଇ ଯୋଗୀ ଆଇନ ଶୃଙ୍ଖଳାକୁ ଫୋକସରେ ରଖିଛନ୍ତି । ଯୋଗୀ କହିଛନ୍ତି ବର୍ତ୍ତମାନ ଆମର କାର୍ଯ୍ୟକାଳରେ ୟୁପିରେ କୌଣସି ଦଙ୍ଗା ହୋଇନାହିଁ । ଗତ 6 ବର୍ଷରେ କୌଣସି କର୍ଫ୍ୟୁ ଲାଗିନାହିଁ । ଡବଲ ଇଞ୍ଜିନ ସରକାର ପିଏଫଆଇ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଆତଙ୍କୀ ସଂଗଠନକୁ ବ୍ୟାନ କରାଯାଇଛି । କିନ୍ତୁ ଅନ୍ୟପଟେ ପିଏଫଆଇ କୁ କଂଗ୍ରେସ ସମର୍ଥନ ଦେବା କାମ କରୁଛି ।

କର୍ଣ୍ଣାଟକ ପ୍ରସଙ୍ଗରେ ଯୋଗୀ କହିଛନ୍ତି ରାଜ୍ୟରେ ଡବଲ ଇଞ୍ଜିନ ସରକାର, ମୁସଲିମ ସଂରକ୍ଷଣକୁ ଖତମ କରିଛି । ଏହି ସଂରକ୍ଷଣକୁ ଗରିବ ପଛୁଆବର୍ଗଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି । ଯୋଗୀ କହିଛନ୍ତି ଭାରତରେ ଧର୍ମ ଆଧାରରେ କୌଣସି ସଂରକ୍ଷଣ ଦିଯାଇପାରିବ ନାହିଁ କି ଚିନ୍ତା କରାଯାଇ ପାରିବ ନାହିଁ । ଆମେ ଦେଶକୁ ପୁଣି ଥରେ ବିଭାଜନ ହେବାକୁ ଦେବୁ ନାହିଁ । ଡବଲ ଇଞ୍ଜିନ ସରକାର ସୁରକ୍ଷା, ଆତ୍ମନିର୍ଭର, ଶିକ୍ଷା, ସ୍ବାସ୍ଥ୍ୟ,ସମୃଦ୍ଧି ଓ ସମସ୍ତଙ୍କ ବିକାଶର ଗ୍ୟାରେଣ୍ଟି ଦିଏ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଯୋରଦାର ଚାଲିଛି ପ୍ରଚାର । ବିଭିନ୍ନ ସର୍ଭେ ସଂସ୍ଥା ବିଜେପି ବ୍ୟାକଫୁଟରେ ଥିବାର ଆକଳନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜେପି ଆଜି ଠାରୁ ଷ୍ଟାର ପ୍ରଚାରକଙ୍କ ବିଗ୍ରେଡିୟର ମୈଦାନକୁ ଓହ୍ଲାଇଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ 100 ରୁ ଅଧିକ ବରିଷ୍ଠ ବିଜେପି ନେତା, ବିଭିନ୍ନ ରାଜ୍ୟର ସଭାପତି, ସାଂସଦ ବିଧାୟକ ଏକାଧିକ କେନ୍ଦ୍ରମନ୍ତ୍ରୀ ମାରାଥାନ ପ୍ରଚାର କରୁଛନ୍ତି । ଖାଲି ଏତିକି ନୁହେଁ ଆସନ୍ତାକାଲି ଠାରୁ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ମଧ୍ୟ ମୈଦାନକୁ ଓହ୍ଲାଇବେ । ମେ’ 29 ତାରିଖରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟ ନନଷ୍ଟପ ପ୍ରଚାର ଚୂଡାନ୍ତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.